• Likes
  • Followers
  • Followers
  • Subscribers
  • Subscribe
  • Saturday, September 12, 2026

KNews Odisha KNews Odisha - Sabuthi Sabubele Hata Muthare Khabar

Logos
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ
KNews Odisha
  • Home
  • ବ୍ୟବସାୟ ଓ ଅର୍ଥନୀତି
  • ମାର୍ଚ୍ଚରୁ Credit Card ୟୁଜର୍ସ ଦେବେ ଡବଲ୍‌ ପ୍ରୋସେସିଂ ଫିସ୍‌

ମାର୍ଚ୍ଚରୁ Credit Card ୟୁଜର୍ସ ଦେବେ ଡବଲ୍‌ ପ୍ରୋସେସିଂ ଫିସ୍‌

SBI Credit Card ୟୁଜର୍ସଙ୍କ ପାଇଁ ବଡ଼ ସୂଚନା। ୧୭ ମାର୍ଚ୍ଚରୁ ପ୍ରୋସେସିଂ ଫିସ୍‌ ହୋଇଯିବ ଡବଲ୍‌। ନିଜ ଗ୍ରାହକଙ୍କୁ ଇମେଲ ମାଧ୍ୟମରେ ବ୍ୟାଙ୍କ ଏକ ଜରୁରୀ ସୂଚନା ଦେଉଛି। ମାର୍ଚ୍ଚ ୨୦୨୩ ରୁ କ୍ରେଡିଟ କାର୍ଡ ରୁ ରେଣ୍ଟ ପେମେଣ୍ଟ କରିବା ଉପରେ ୧୯୯ ଟଙ୍କାର ପ୍ରୋସେସିଂ ଫିସ ଲାଗିବ।

By D Sonali On Feb 17, 2023
CREDIT CARD

ଏବେ କ୍ରେଡିଟ କାର୍ଡ ଧାରୀ ହୋଇଯାନ୍ତୁ ଆଲର୍ଟ। ଏସବିଆଇ କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କ ପାଇ ଆସିଲା ବଡ଼ ଖବର। ନିଜ ଗ୍ରାହକଙ୍କୁ ଇମେଲ ମାଧ୍ୟମରେ ବ୍ୟାଙ୍କ ଏକ ଜରୁରୀ ସୂଚନା ଦେଉଛି। ମାର୍ଚ୍ଚ ୨୦୨୩ ରୁ କ୍ରେଡିଟ କାର୍ଡ ରୁ ରେଣ୍ଟ ପେମେଣ୍ଟ କରିବା ଉପରେ ୧୯୯ ଟଙ୍କାର ପ୍ରୋସେସିଂ ଫିସ ଲାଗିବ। ଏଥିରେ ଆଉ ଏକ ବଡ଼ କଥା ହେଉଛି କାର୍ଡ ବ୍ୟବହାର ଧାରୀଙ୍କ ପକେଟରୁ ଏକ୍ସଟ୍ରା ୧୮% ଜିଏସଟି ଲାଗୁ ହେବ।

ପ୍ରାୟ ସମସ୍ତେ ଏସବିଆଇ ୟୁଜର ହୋଇଥାନ୍ତି। କାରଣୁ ବିଶ୍ୱାସ ଦୃଷ୍ଟିରୁ ଏହି ବ୍ୟାଙ୍କ ହୋଇଥାଏ ଭରସା ଯୋଗ୍ୟ। ତେବେ ଏହାରି ମଧ୍ୟରେ ବ୍ୟାଙ୍କ ଏକ ବହୁତ ବଡ଼ ସୂଚନା ଆଣିଛି ନିଜ ଗ୍ରାହକ ମାନଙ୍କ ପାଇଁ..ପୂର୍ବରୁ ରେଣ୍ଟ ପେମେଣ୍ଟରେ ୯୯ ଟଙ୍କାର ପ୍ରୋସେସିଂ ଫିସ୍‌ ଲାଗୁ ହୋଇଥିଲା। କିନ୍ତୁ ଏବେ ଏହାକୁ ବଢ଼ାଇ ଦିଆଯାଇଛି। ଏବେ ୧୭ ମାର୍ଚ୍ଚ ୨୦୨୩ ରୁ ଆପଣ ଏଥିପାଇଁ ୧୯୯ ଟଙ୍କା ଭରିବେ। ଏହାବ୍ୟତିତ ଅଲଗା ଟାକ୍ସ ଭରିବେ ।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ କାର୍ଡ ପେମେଣ୍ଟ ସର୍ଭିସେସ୍ ଗ୍ରାହକଙ୍କୁ ଖୁବ ଶୀଘ୍ର ଝଟକା ଦେବାକୁ ଯାଉଛି। ଏସବିଆଇ କ୍ରେଡିଟ୍ କାର୍ଡ ପାଇଁ ଦେୟ ସଂଶୋଧନ କରିବାକୁ ଯାଉଛି , ଯାହା ମାର୍ଚ୍ଚ ୧୭, ୨୦୨୩ ଠାରୁ କାର୍ଯ୍ୟକାରୀ ହେବ।ଏସବିଆଇ କାର୍ଡ ବ୍ୟବହାରକାରୀଙ୍କୁ ପଠାଯାଇଥିବା ଏକ ଏସଏମଏସ ଏବଂ ଇମେଲ ଅନୁଯାୟୀ, କ୍ରେଡିଟ କାର୍ଡ ଜରିଆରେ ଭଡା ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ବର୍ତ୍ତମାନ ୧୯୯ ଟଙ୍କା ଏବଂ ଅନ୍ୟାନ୍ୟ ଟିକସ ଆଦାୟ କରାଯିବ।

ସୂଚନାମୁତାବକ ନଭେମ୍ବର ୨୦୨୨ ରେ କ୍ରେଡିଟ କାର୍ଡ ଭଡା ଦେୟ ପାଇଁ ପ୍ରକ୍ରିୟାକରଣ ଶୁଳ୍କ ୯୯ + ୧୮% ଜିଏସ୍ଟିକୁ ବୃଦ୍ଧି କରାଯାଇଥିଲା । ଏସବିଆଇ କାର୍ଡ ଦ୍ୱାରା ଏହାର ଗ୍ରାହକଙ୍କୁ ଏକ ଇମେଲ ପଠାଯାଇଥିଲା, ସେମାନଙ୍କୁ ଜଣାଇ ଦିଆଯାଇଥିଲା ଯେ ସେମାନଙ୍କ ଏସବିଆଇ କ୍ରେଡିଟ କାର୍ଡ ଉପରେ ଚାର୍ଜ ୧୭,ମାର୍ଚ୍ଚ ୨୦୨୩ରୁ ପୁନଃ ସଂଶୋଧିତ ହେବ।

ରିପୋର୍ଟ ଅନୁଯାୟୀ, ଜାନୁୟାରୀ ୬, ୨୦୨୩ ଠାରୁ ଏସବିଆଇ କାର୍ଡ ଏବଂ ପେମେଣ୍ଟ ସର୍ଭିସେସ୍ ଏହାର Simple CLICK କାର୍ଡଧାରୀଙ୍କ ପାଇଁ ସୀମାବଦ୍ଧତାରେ ଅନେକ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି। ଏହା ବ୍ୟତୀତ ଆଗକୁ ମଧ୍ୟ ଏସବିଆଇ କ୍ରେଡିଟ୍ କାର୍ଡ ସହିତ ଜଡିତ ଫି ସଂଶୋଧନ କରିବାକୁ ଯାଉଛି ।

ଏହି ସମୟରେ ଅନ୍ୟ ବ୍ୟାଙ୍କଗୁଡିକ ମଧ୍ୟ କ୍ରେଡିଟ କାର୍ଡ ଭଡା ଦେୟ ଉପରେ ଶୁଳ୍କ ଆଦାୟ କରିବ ।ICICI ବ୍ୟାଙ୍କ ଘୋଷଣା କରିଛି ଯେ ଅକ୍ଟୋବର ୨୦, ୨୦୨୨ ରୁ କ୍ରେଡିଟ କାର୍ଡ ଉପରେ ଶୁଳ୍କ ଆଦାୟ କରିବ। ସେହି ଭଳି HDFC ବ୍ୟାଙ୍କ ମୋଟ ରେଣ୍ଟ ପେମେଣ୍ଟ ଉପରେ ୧ % ଶୁଳ୍କ ଆଦାୟ କରିବ ।

credit cardcredit card loanprocessing fee
Share FacebookTwitterWhatsAppEmailFacebook MessengerPinterestReddItLinkedinTelegram
omchorizontal
Recent Posts
  • Horoscope Today : ଆଜିର ରାଶିଫଳ: ଧନଲାଭରୁ ସମ୍ମାନ ବୃଦ୍ଧି,…

    Sep 12, 2026 0
  • El Nino : ମାଡି ଆସୁଛି ଏଲ ନିନୋ, ଚେତାବନୀ ଜାରି କଲା ଇସ୍ରୋ

    Sep 11, 2026 0
  • Financial Irregularities : ଆର୍‌ଆଣ୍ଡ୍‌ବି ଡିଭିଜନ୍‌-୧ର…

    Sep 11, 2026 0
  • Vigilance : ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ…

    Sep 11, 2026 0
  • ସେପ୍ଟେମ୍ବର ୧୭ରେ ସାରା ଓଡ଼ିଶାରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ୱଳନ…

    Sep 11, 2026 0
  • Board of Revenue : ରାଜସ୍ୱ ପର୍ଷଦର ନୂତନ ୱେବସାଇଟ୍ ଓ…

    Sep 11, 2026 0
  • About KNews Odisha
  • Contact us
  • Privacy Policy
  • Terms Of Service
  • Disclaimer
© 2026 - Knews Odisha. All Rights Reserved.
Portal Devloped & Maintained by knewsodisha
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ