ଭାରତରେ ଏତିକି କର୍ମଚାରୀଙ୍କୁ ଛଟେଇ କଲା ଗୁଗଲ, ମେଲ ମାଧ୍ୟମରେ କର୍ମଚାରୀଙ୍କୁ କରାଗଲା ଅବଗତ

୪୫୩ କର୍ମଚାରୀଙ୍କୁ ଚାକିରିରୁ କାଢ଼ିଲା ଗୁଗଲ୍‌, ସାରା ଦୁନିଆ ଏବେ ଆର୍ଥିକ ସଂକଟ ଭିତରେ ଥିବାବେଳେ ଛଟେଇ ପ୍ରକ୍ରୀୟା ବି ଜୋରସୋରରେ ଜାରି ରହିଛି ।

ସାରା ଦୁନିଆ ଏବେ ଆର୍ଥିକ ସଂକଟ ଭିତରେ ଥିବାବେଳେ ଛଟେଇ ପ୍ରକ୍ରୀୟା ବି ଜୋରସୋରରେ ଜାରି ରହିଛି । ଫେସବୁକ୍, ଟ୍ୱିଟର, ଆମାଜନ ସମେତ ଅନେକ ବଡ ବଡ କମ୍ପାନୀ କର୍ମଚାରୀମାନଙ୍କୁ ଚାକିରିରୁ ବାହାର କରିଦେଉଛନ୍ତି । ଆଉ ଏବେ ଗୁଗୁଲ ମଧ୍ୟ ଏହି ଛଟେଇରେ ସାମିଲ ହୋଇଛି । ବର୍ତ୍ତମାନ ପୁଣିଥରେ କମ୍ପାନୀ ଭାରତୀୟ ମାନଙ୍କୁ ବଡ଼ ପଦକ୍ଷେପରେ ଛଟେଇ କରିଛି । କୁହାଯାଉଛି ଯେ, ଗୁଗଲ ଭାରତରେ ୪୫୩ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଛି ।

ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, ଗତକାଲି ରାତିରେ ଗୁଗୁଲ ୪୫୩ ଜଣ ଭାରତୀୟଙ୍କୁ ମେଲ କରି କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଛି । ଗୁଗଲ ଇଣ୍ଡିଆ କଣ୍ଟ୍ରି ହେଡ୍ ଏବଂ ଭାଇସ ପ୍ରେସିଡେଣ୍ଟ ସଂଜୟ ଗୁପ୍ତା ଏହି ମେଲ୍‌ କରିଛନ୍ତି । ଏହି ଛଟେଇରେ ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଏବଂ ଆଲ୍ଫାବେଟର ସିଇଓ ସୁନ୍ଦର ପିଚାଇ ସହମତି ଦେଇଛନ୍ତି ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରିପୋର୍ଟ ଅନୁସାରେ, ଅନେକ କିଛି କାରଣ ରହିଛି ଯେଉଁଥିପାଇଁ ଗୁଗଲ ଏହି ଛଟେଇର ନିଷ୍ପତ୍ତି ନେଇଛି ଏବଂ ସୁନ୍ଦର ପିଚାଇ ଏହିସବୁ ନିଷ୍ପତ୍ତିର ଭାର ଗ୍ରହଣ କରିଛନ୍ତି । ଜାନୁଆରୀ ୨୦୨୩ ଆରମ୍ଭରେ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ଦ୍ୱାରା ପଠାଯାଇଥିବା ଏକ ପ୍ରେସ୍‌ ନୋଟରେ କୁହାଯାଇଥିଲା ଯେ ଗୁଗଲ ସାରାବିଶ୍ୱରେ ପ୍ରାୟ ୧୨ହଜାର କର୍ମଚାରୀଙ୍କୁ ଛଟେଇ କରିବ, ଯାହାକି ସମୂଦାୟ କର୍ମଚାରୀଙ୍କ ୬ ପ୍ରତିଶତ । କିନ୍ତୁ ଏହାପରେ ଗୁଗଲ୍‌ ଭାରତରେ ଗତକାଲି ପ୍ରାୟ ଚାରି ଶହ କର୍ମଚାରୀଙ୍କୁ ଛଟେଇ କରିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ଗୁଗୁଲ କେତେ କର୍ମଚାରୀଙ୍କୁ ଛଟେଇ କରିଛି ତାହା ସ୍ପଷ୍ଟ ହୋଇନାହିଁ ।

ଗୁଗଲର ଏହି ଛଟେଇ ପରେ ସାରା ପୃଥିବୀରେ ବହୁତ ନାମିଦାମୀ କମ୍ପାନୀ ଯେମିତିକି ମାଇକ୍ରୋସଫ୍ଟ, ଆମାଜନ୍‌ ଏବଂ ୟାହୁ ଇତ୍ୟାଦି ଏହି ଦୌଡରେ ସାମିଲ ହୋଇଛନ୍ତି । ତେବେ ଏହା ସ୍ପଷ୍ଟ ହୋଇନାହିଁ ଯେ ବିଶ୍ୱ ସ୍ତରରେ ଏପର୍ଯ୍ୟନ୍ତ କେତେ କର୍ମଚାରୀ ପ୍ରଭାବିତ ହୋଇଛନ୍ତି ଏବଂ ଟେକ ଓ୍ଵାଲର୍ଡରେ ଆଗାମୀ ଭବିଷ୍ୟତରେ ଆଉ କେତେ ଛଟେଇ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.