ଆସନ୍ତା କାଲି ଜାଗରରେ ମହାଦେବଙ୍କୁ ଏପରି କରନ୍ତୁ ପ୍ରସନ୍ନ

ଆସନ୍ତା କାଲି ପବିତ୍ର ମହାଶିବରାତ୍ରୀ। ଯାହାକୁ ବର୍ଷ ସାରା ଅପେକ୍ଷା କରି ରହିଥାନ୍ତି ଭକ୍ତଗଣ। ଏହି ଦିନର ରହିଛି ଅନେକ ପୌରାଣିକ ମହତ୍ତ୍ୱ। ହିନ୍ଦୁ ପରମ୍ପରାରେ ଏହାକୁ ଅନେକ ଗୁରୁତ୍ୱ ଦିଆଯାଇଥାଏ।ଏମିତିରେ ଯଦି ଆପଣ ଏହି ମହାଶିବରାତ୍ରୀରେ ବ୍ରତ ରଖିବାକୁ ଚାହୁଁଛନ୍ତି, ତେବେ ଭଗବାନ ଶିବଙ୍କ ପୂଜା କିଛି ଖାସ୍ ନିୟମରେ ନିଶ୍ଚୟ କରନ୍ତୁ।

ଦେବାଧିଦେବ ମହାଦେବଙ୍କ ଆରାଧନାର ସବୁଠାରୁ ବିଶେଷ ଦିନ ହେଉଛି ମହାଶିବରାତ୍ରୀ। ହିନ୍ଦୁ ଧର୍ମରେ ପ୍ରତି ମାସ ମାସିକ ଶିବରାତ୍ରୀ ପାଳନ କରାଯାଏ। କିନ୍ତୁ ଫାଲଗୁନ ମାସରେ ପଡୁଥିବା ଶିବରାତ୍ରୀ ବହୁତ ଖାସ୍ ମହତ୍ତ୍ୱ ରଖିଥାଏ। କୁହାଯାଏ ଯେ ଏହି ଦିନ ଭଗବାନ ଶିବ ଏବଂ ପାର୍ବତୀଙ୍କ ବିବାହ ହୋଇଥିଲା। ଏହି ଦିନ ଉପବାସ୍ ରହିଥିବା ଭକ୍ତଙ୍କ ଉପରେ ଭଗବାନ ଶିବ ଖାସ୍ ଆଶିର୍ବାଦ ପ୍ରାପ୍ତ କରିଥାନ୍ତି। ଚଳିତ ବର୍ଷ ମହାଶିବରାତ୍ରୀ ଆସନ୍ତା କାଲି ଫେବୃଆରୀ ୧୮ ତାରିଖ ଶନିବାର ରେ ପଡୁଛି। ଏମିତିରେ ଯଦି ଆପଣ ଏହି ମହାଶିବରାତ୍ରୀରେ ବ୍ରତ ରଖିବାକୁ ଚାହୁଁଛନ୍ତି, ତେବେ ଭଗବାନ ଶିବଙ୍କ ପୂଜା କିଛି ଖାସ୍ ନିୟମରେ ନିଶ୍ଚୟ କରନ୍ତୁ।

ଆସନ୍ତା କାଲି ପବିତ୍ର ମହାଶିବରାତ୍ରୀ। ଯାହାକୁ ବର୍ଷ ସାରା ଅପେକ୍ଷା କରି ରହିଥାନ୍ତି ଭକ୍ତଗଣ। ଏହି ଦିନର ରହିଛି ଅନେକ ପୌରାଣିକ ମହତ୍ତ୍ୱ। ହିନ୍ଦୁ ପରମ୍ପରାରେ ଏହାକୁ ଅନେକ ଗୁରୁତ୍ୱ ଦିଆଯାଇଥାଏ। ସବୁ ଦେବଦେବୀଙ୍କର ରହିଛି ଭିନ୍ନ ଭିନ୍ନ ପ୍ରକାରର ପୂଜାବିଧି। ଯେମିତିକି, ଭଗବାନ ଗଣେଶଙ୍କୁ ମୋଦକ ପ୍ରସାଦ ଦିଆଯାଇଥାଏ ଓ ହନୁମାନଙ୍କୁ ବୁନ୍ଦି, ସେହିପରି ଭଗବାନ ଶଙ୍କରଙ୍କୁ ତାଙ୍କ ପ୍ରିୟ ଭାଙ୍ଗ, ଦୁଦୁରା ,ଚମ୍ପା, କେତକୀ ସହ ବେଲପତ୍ର ଚଢ଼ାଯାଇଥାଏ। ବିଶ୍ୱାସ ରହିଛି ଯେ ଏହି ଦିନରେ ଯଦି ଭୋଳାନାଥ ପ୍ରସନ୍ନ ହୁଅନ୍ତି, ତା’ହେଲେ ସେ ନିଜ ଭକ୍ତର ସବୁ ଇଚ୍ଛା ପୂରଣ କରନ୍ତି।

ମହାଶିବରାତ୍ରୀରେ ସମସ୍ତେ ପ୍ରାୟ ଓପାସ ରହିଥାନ୍ତି। ନିଜ ବ୍ରତ ଦ୍ୱାରା ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାହିଁଥାନ୍ତି। ଏଥିପାଇଁ ବି ଅନେକ ବିଧିବିଧାନ ରହିଛି। ବିଶ୍ୱାସ ରହିଛି ଯେ, ବ୍ରତଧାରୀମାନେ ଶିବରାତ୍ରୀରେ ଚାଉଳ, ଡାଲି, ଗହମରୁ ତିଆରି ଖାଦ୍ୟ ଖାଇବା ଅନୁଚିତ। ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଫଳ , ଚା’, କଫି ଓ କ୍ଷୀର ଆଦିକୁ ମଧ୍ୟ ସେବନ କରିବା ଅନୁଚିତ।

ଶାସ୍ତ୍ର ମତରେ, ଏହି ଦିନରେ ଦେବୀ ପାର୍ବତୀ ଏବଂ ଭଗବାନ ଶିବଙ୍କର ବିବାହ ହୋଇଥିଲା। ଏହିଦିନ ଉପବାସ ରହିବାର ପ୍ରଥା ଅନେକ ବର୍ଷରୁ ରହିଆସିଛି। କିଛି ଲୋକ ଏହି ଦିନରେ ନିର୍ଜଳା ଉପବାସ କରିଥାନ୍ତି। ଅନ୍ୟ କିଛି ଡାଏ ଫ୍ରୁଟ୍ସ ଏବଂ ଫଳ ଖାଇ ରହିଥାନ୍ତି। ତେବେ ଯେଉଁମାନେ ନିର୍ଜଳା ଉପବାସରେ ରହିପାରି ନ ଥାନ୍ତି, ସେମାନେ ସାଗୁଦାନା, ଫଳରସ ଆଦି ଖାଇଥାନ୍ତି।

ସେହିପରି ଭଗବାନ ଶିବଙ୍କ ପୂଜାରେ ମଧ୍ୟ ରହିଛି ଅନେକ ନିୟମ। ଶିବଲିଙ୍ଗରେ ଚଢ଼ାଯାଉଥିବା ପ୍ରସାଦକୁ ଖାଇବା ଅନୁଚିତ। ଏହା ଭକ୍ତଙ୍କ ପାଇଁ ଦୁଃର୍ଭାଗ୍ୟ ଆଣିଥାଏ। ଶାସ୍ତ୍ରରେ ବର୍ଣ୍ଣିତ ଯେ ଶିବଲିଙ୍ଗରେ ତୁଳସୀ ଅର୍ପଣ କରିବା ପରିବର୍ତ୍ତେ ତୁଳସୀ ଜଟ୍ଟା ଚଢ଼ାଇବା ଉଚିତ । କାରଣ ତୁଳସୀ କେବଳ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରାଯାଏ। ପଞ୍ଚାମୃତରେ ମଧ୍ୟ ତୁଳସୀ ବ୍ୟବହାର କରିବା ଅନୁଚିତ। ଏହାସହ ଭଗବାନ ଶିବଙ୍କୁ ବର୍ଷର ଗୋଟିଏ ଦିନ ଅର୍ଥାତ ମହାଶିବରାତ୍ରୀରେ କେତକୀ ଫୁଲ ଚଢ଼ାଯାଇଥାଏ।

ଭଗବାନ ଶିବଙ୍କ ଆର୍ଶିବାଦ ପାଇବା ପାଇଁ ମହାଶିବରାତ୍ରୀରେ ଶିବଙ୍କୁ ଚନ୍ଦନରେ ଅଭିଷେକ କରିବାକୁ ଭୁଲନ୍ତୁ ନାହିଁ । କାରଣ ଶିବଲିଙ୍ଗ ଉପରେ ଚନ୍ଦନ ଚଢାଇବା ଦ୍ବାରା ସୌଭାଗ୍ୟ ମିଳିବା ସହିତ ସମାଜରେ ମାନ,ସମ୍ମାନ ଏବଂ ଐଶ୍ବର‌୍ୟ୍ ପ୍ରାପ୍ତି ହୋଇଥାଏ ।ଜୀବନ ସହିତ ଜଡିତ ସବୁ ଦୁଃଖକୁ ଦୁର କରିବା ପାଇଁ ମହାଶିବରାତ୍ରୀରେ ଭଗବାନ ଶିବଙ୍କୁ କୌଣସି ପବିତ୍ର ନଦୀର ଜଳ ରେ ଓଁ ନମଃ ଶିବାୟ ମନ୍ତ୍ର ଜପ କରି ଜଳାଭିଷେକ କରନ୍ତୁ। ଧନ ବୃଦ୍ଧି ଏବଂ ଲମ୍ବା ଆୟୁ ପ୍ରାପ୍ତି ପାଇଁ ମହାଶିବରାତ୍ରୀରେ ଭଗବାନ ଶିବଙ୍କୁ ଗାଈ ଘିଅରେ ଅଭିଷେକ କରନ୍ତୁ । ଏହି ପୂଜାରେ ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି ଏବଂ ସବୁ ମନସ୍କାମନା ଶିଘ୍ର ପୂର୍ଣ୍ଣ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.