Below header

SBI ଦେଉଛି ୩ଲକ୍ଷରୁ ଅଧିକ ଦରମା, ଆଜି ହିଁ କରନ୍ତୁ ଆବେଦନ

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଅନେକ ପଦର ଭର୍ତ୍ତୀ ପାଇଁ ଆବେଦନ ଆରମ୍ଭ ହୋଇସାରିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସ୍ପେଶାଲିଷ୍ଟ କ୍ୟାଡର ଅଫିସର୍ସ  (SCO) ପଦର ନିଯୁକ୍ତି ପାଇଁ ଆବେଦନ କରାଯାଉଛି। ଆଶାୟୀ ପ୍ରାର୍ଥୀଙ୍କ ଚୟନ ଶର୍ଟଲିଷ୍ଟଂ ଏବଂ ଇଣ୍ଟରଭ୍ୟୁ ଜରୀଆରେ ହେବ। ଆବେଦନ କରିବା ପୂର୍ବରୁ ଏହି ଚାକିରି ସମ୍ପର୍କରେ ଦିଆଯାଇଥିବା ବିବରଣୀ ପଢ଼ନ୍ତୁ ଏବଂ ଏହାର ଲିଙ୍କରୁ ନୋଟିଫିକେସନ ମଧ୍ୟ ନିଶ୍ଚୟ ଦେଖନ୍ତୁ।

ପଦର ବିବରଣୀ :

ପଦର ନାମ                                                             ପଦର ସଂଖ୍ୟା

ସ୍ପେଶାଲିଷ୍ଟ କ୍ୟାଡର ଅଫିସରର୍ସ (SCO)                               ୭୬

ଡେପୁଟୀ ଜେନେରାଲ ମ୍ୟାନେଜର (କ୍ୟାପିଟାଲ ପ୍ଲାନିଂ)             ୦୧

ଏସଏମଇ କ୍ରେଡିଟ ଆନାଲିଷ୍ଟ (ସେକ୍ଟର ସ୍ପେଶାଲିଷ୍ଟ)                 ୧୧

ଏସଏମଇ କ୍ରେଡିଟଆନାଲିଷ୍ଟ (ଷ୍ଟ୍ରକଚରିଂ)                             ୦୪

ଏସଏମଇ କ୍ରେଡିଟ ଆନାଲିଷ୍ଟ                                            ୧୦

କ୍ରେଡିଟ ଆନାଲିଷ୍ଟ ଏମଏମଜିଏସ- iii                                  ୩୦

କ୍ରେଡିଟ୍‌ ଆନାଲିଷ୍ଟ ଏମଏମଜିଏସ – ii                                   ୨୦

ମହତ୍ତ୍ୱପୂର୍ଣ୍ଣ ତାରିଖ

ଅନଲାଇନ ଆବେଦନର ପ୍ରାରମ୍ଭିକ ତାରିଖ – ୨୨ ଜୁଲାଇ, ୨୦୧୯

ଅନଲାଇନ ଆବେଦନର ଶେଷ ତାରିଖ – ୧୨ ଅଗଷ୍ଟ, ୨୦୧୯

ଆବେଦନ ଶୁଳ୍କ :

ଜେନେରାଲ/ଇଡବ୍ଲୁଏସ/ଓବିସି –୭୫୦ ଟଙ୍କା

ଏସସି/ଏସଟି/ପିଡବ୍ଲୁଡି ଆଶାୟୀ ପ୍ରାର୍ଥୀ – ୧୨୫ ଟଙ୍କା

ଆବେଦନ ଶୁଳ୍କ ଏମିତି କରନ୍ତୁ ପେମେଣ୍ଟ

ଡେବିଟ କାର୍ଡ, କ୍ରେଡିଟ କାର୍ଡ ଏବଂ ଇଣ୍ଟରନେଟ ବ୍ୟାକିଂ ମାଧ୍ୟମରେ ପରୀକ୍ଷା ଶୁଳ୍କର ପେମେଣ୍ଟ କରିପାରିବେ।

ଏମିତି କରନ୍ତୁ ଆବେଦନ

ଆଶାୟୀ ପ୍ରାର୍ଥୀ ୱେବସାଇଟ ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ। ମନେ ରଖନ୍ତୁ ଆଜି ହେଉଛି ଆବେଦନର ଶେଷ ତାରିଖ।

ଚୟନ ପ୍ରକ୍ରୀୟା

ପ୍ରାର୍ଥୀଙ୍କର ଚୟନ ଶର୍ଟଲିଷ୍ଟିଂ ଏବଂ ଇଣ୍ଟରଭ୍ୟୁ ଆଧାରରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.