୧୦ ମ ପାସ୍ ଙ୍କ ପାଇଁ ରେଲୱେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ମେରିଟ ଲିଷ୍ଟ ଆଧାରରେ ମିଳିବ ନିଯୁକ୍ତି

୧୦ମ୍ ପାସ୍ କରିଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି ରେଳବାଇ। ଦକ୍ଷିଣ ପୂର୍ବ ମଧ୍ୟ ରେଲୱେ(ରାୟପୁର)ରେ ଅନେକ ପଦବୀରେ ନିଯୁକ୍ତି ହେଉଛି। ଏହି ପଦବୀରେ ଆବେଦନ କରିବାର ଶେଷ ତାରିଖ ୧ ଡିସେମ୍ବର ରହିଛି। ଆବେଦନକାରୀଙ୍କୁ ଚୟନ ବହୁତ ସହଜ ଉପାୟରେ କରାଯିବ। ଅଧିକ ଜାଣିବା ପାଇଁ ନୋଟିଫିକେସନକୁ ଭଲ ଭାବେ ପଢିନିଅନ୍ତୁ।

ପଦବୀ ବିବରଣୀ:

ଟ୍ରେଡ ଆପରେଣ୍ଟିସ: ୪୧୩

ଆବେଦନ କରିବାର ଶେଷ ତାରିଖ : ୧ ଡିସେମ୍ବର

ଶିକ୍ଷାଗତ ଯୋଗ୍ଯତା: ପ୍ରାର୍ଥୀ ୧୦ମ ପାସ୍ କରିଥିବା ନିତାନ୍ତ ଜରୁରୀ। ଏହାଛଡା କୌଣସି ମାନ୍ଯତାପ୍ରାପ୍ତ ସଂସ୍ଥାରୁ ଆଇଟିଆଇ ପାସ୍ କରିଥିବା ଆବଶ୍ଯକ।

indian railway

ବୟସ ସୀମା: ଏହି ପଦରେ ଆବେଦନ କରିବା ପାଇଁ ସର୍ବନିମ୍ନ ବୟସ ୧୫ ବର୍ଷ ଏବଂ ଅଧିକତମ ବୟସ ୨୪ ବର୍ଷ ନିର୍ଦ୍ଧାରିତ କରାଯାଇଛି।

ଏମିତି କରନ୍ତୁ ଆବେଦନ: ଆବେଦନକାରୀ ଅନଲାଇନରେ ଆବେଦନ କରିବା ପାଇଁ ସାଉଥ ସେଣ୍ଟ୍ରାଲ ରେଲୱେର ଅଧିକାରକ ୱେବସାଇଟକୁ ଯାଇ ଦେଖିପାରିବେ।

ଚୟନ ପ୍ରକ୍ରିୟା: ଆବେଦନକାରୀଙ୍କ ଚୟନ ମେରିଟଲିଷ୍ଟ ଆଧାରରେ କରାଯିବ।

https://secr.indianrailways.gov.in/

https://apprenticeshipindia.org/candidate-registration

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.