ରେକର୍ଡ ସ୍ତରରେ ସେୟାର ବଜାର, ୫୦ ହଜାର ପାଖାପାଖି ପହଞ୍ଚିଲା ସେନସେକ୍ସ

ବୁଧବାର ସବୁ ରେକର୍ଡ ଭାଙ୍ଗିଛି ସେୟାର ମାର୍କେଟ । ୫୦ ହଜାର ଅଙ୍କ ପାଖାପାଖି ପହଞ୍ଚିଛି ସେନସେକ୍ସ । ବମ୍ବେ ସ୍ଟକ ଏକ୍ସଚେଂଜର ସେନସେକ୍ସ ୨୫୦ ଅଙ୍କ ବଢି ୪୯, ୭୬୩.୯୩ ଅଙ୍କ ଛୁଇଁଛି । ଠିକ ସେହିପରି ନ୍ୟାସନାଲ ସ୍ଟକ ଏକ୍ସଚେଞ୍ଜର ନିଫ୍ଟି ୭୬.୩୫ ଅଙ୍କ ବୃଦ୍ଧି ପାଇ ୧୪,୬୩୯.୮୦
ରେ ପହଁଚିଥିବା ନେଇ ରେକର୍ଡ ହୋଇଛି ।

ସୂଚନା ଦେଉଛୁକି, ସେନସେକ୍ସରେ ସାମିଲ ହୋଇଥିବା ଭାରତୀ ଏୟାରଟେଲର ସେୟାର ସବୁଠୁ ଅଧିକ ଲାଭ କରିଛି । ଏହାର ସେୟାର ୩.୭୯
ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଏହା ବାଦ ବ୍ୟାକିଙ୍ଗ, ଏନର୍ଜି, ଟେକ୍ନୋଲୋଜି, ଦୂରସଂଚାର, ଯାନବାହାନ ଇଣ୍ଡଷ୍ଟ୍ରି ମାନଙ୍କ ସେୟାରରେ ବି ବୃଦ୍ଧି ଘଟିଥିବା ନେଇ ଲକ୍ଷ କରାଯାଇଛି ।

ଆଇଟି ବ୍ୟତୀତ ଅନ୍ୟ ସମସ୍ତ ସେକ୍ଟର ଲାଭଜନକ ସ୍ଥିତିରେ ଅଛନ୍ତି । ନିଫ୍ଟିରେ ବଢିଥିବା ପ୍ରମୁଖ କମ୍ପାନୀ ମାନଙ୍କ ଭିତରେ ସାମିଲ ଅଛନ୍ତି ବିପିସିଏଲ, ଭାରତୀ ଏୟାରଟେଲ, ଆଇଓସି, ଏନଟିପିସି ଓ ଓଏନଜିସି । ଏହା ବାଦ ଓଏନଜିସି, ଏସବିଆଇ, ଆଇସିସିଆଇ ବ୍ୟାଙ୍କ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଏନଟିପିସି, ମାରୁତି ସୁଜୁକି, ଵଜାଜ ଅଟୋ ଆଦିର ସେୟାର ବି ସାମିଲ ଅଛି । ଇନଫୋସିସ, ସନଫାର୍ମା, ଏଚସିଏଲ, ଟିସିଏସ ଆଦିର ସେୟାର ହ୍ରାସ ପାଇଥିବା ଲକ୍ଷ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.