ଆଜି ପବିତ୍ର ବକୁଳ ଅମାବାସ୍ୟା, କରୋନା କଟକଣା ପାଇଁ ନିରାଡ଼ମ୍ବରରେ ପାଳନ ହେଉଛି ଯାଜପୁରର ଶ୍ରୀ ଶ୍ରୀ ଯଜ୍ଞ ବରାହ ଦେବଙ୍କ ସ୍ୱନକ୍ଷତ୍ର ଦିବସ

ଯାଜପୁର ଟାଉନ: ଆଜି ପବିତ୍ର ବକୁଳ ଅମାବାସ୍ୟା। ଏହି ଅବସରରେ ଯାଜପୁରର ପୂଣ୍ୟତୋୟା ବୈତରଣୀ ତଟରେ ଥିବା ଶ୍ରୀ ଶ୍ରୀ ଯଜ୍ଞ ବରାହ ଦେବଙ୍କ ସ୍ୱନକ୍ଷତ୍ର ଦିବସ ନିରାଡ଼ମ୍ବରରେ ପାଳନ କରାଯାଉଛି । କରୋନା କଟକଣା ପାଇଁ ସମ୍ଭାବ୍ୟ ଭିଡକୁ ଦୃଷ୍ଟି ରଖି ମନ୍ଦିର ପରିସରରେ ୧୪୪ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ ।

jajpur 144ହିମାଂଶୁ ପତିମିଶ୍ରଙ୍କ ପୌରହିତ୍ୟରେ ପରମ୍ପରା ରକ୍ଷା କରି କେବଳ ପ୍ରଭୁଙ୍କ ମହାସ୍ନାନ, ପୂଜା ହୋମ, ବିଷ୍ଣୁ ଶହସ୍ର ନାମ, ଗୀତା ପାଠ ଓ ସଂକୀର୍ତନ ନାମଯଜ୍ଞ ଅନୁଷ୍ଠିତ ହେଉଛି । ଶ୍ରଦ୍ଧାଳୁ ମାନେ ବରାହ ଜୀଉଙ୍କ ଦର୍ଶନ ପାଇଁ ବଂଚିତ ଅଛନ୍ତି । ପାରମ୍ପରିତ ରୀତିନୀତି ଅନୁସାରେ ଯଜ୍ଞ ବରାହଙ୍କୁ ପୂଜା କରାଯିବା ସହିତ ମନ୍ଦିର ଉପରେ ଧ୍ୱଜା ରୋପଣ କାର୍ଯ୍ୟକ୍ରମ ବିନା ଭକ୍ତରେ ଅନୁଷ୍ଠିତ ହେବ । ଏହି ବକୁଳ ଅମାବାସ୍ୟା ଉପଲକ୍ଷେ ବକୁଳ କଢ଼ି ଠାକୁରଙ୍କୁ ପୂଜା କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.