Below header

୪୯୫ ପଏଣ୍ଟ ତଳକୁ ଖସିଲା ସେନସେକ୍ସ, ଗୋଟିଏ ଦିନରେ ନିବେଶକ ହରାଇଲେ ୧.୯୨ ଲକ୍ଷ କୋଟି

ମୁମ୍ବାଇ: ତୈଳ ମୂଲ୍ୟ ପାଇଁ ଭାରତୀୟ ସେୟାର ବଜାରରେ ବହୁତ ପ୍ରଭାବ ପଡିଛି । ଭାରତ ସମେତ ୮ଟି ଦେଶକୁ ଇରାନରୁ ତେଲ ଆମଦାନୀ କରିବା ଲାଗି ଆମେରିକା ଯେଉଁ ସୁବିଧା ଦେଇଥିଲା ତାହାକୁ ଖୁବଶୀଘ୍ର ପ୍ରତ୍ୟାହାର କରିନେବାର ଖବର ଭାରତର ଷ୍ଟକ ମାର୍କେଟ ଉପରେ ଖୁବ ଜୋରରେ ପଡ଼ିଛି। ଏଥିଯୋଗୁ ସେନସେକ୍ସ ୪୯୫ ପଏଣ୍ଟ ତଳକୁ ଖସିଯାଇଛି।

ସେୟାର ବଜାରରେ ତାଲିକାଭୁକ୍ତ କମ୍ପାନି ଗୁଡ଼ିକର ବଜାରପୁଞ୍ଜି ୧,୫୧୬୦୮୮୫.୯୭ କୋଟି ଟଙ୍କାକୁ ଖସିଆସିଛି। ସେୟାର ମୂଲ୍ୟ ଗୁଡ଼ିକ ହ୍ରାସ ପାଇବା ଫଳରେ ନିବେଶକମାନଙ୍କର ଗତକାଲି ଗୋଟିଏ ଦିନରେ ୧.୯୨ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି। କେବଳ ପୁଞ୍ଜି ବଜାର ନୁହେଁ, ମୁଦ୍ରା ବିନିମୟ ବଜାର ମଧ୍ୟ ପ୍ରଭାବିତ ହୋଇଛି। ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇଛି। ତେବେ ଡଲାର ତୁଳନାରେ ଟଙ୍କା ୨୫ ପଇସା ହ୍ରାସ ଘଟି ୬୯ ଟଙ୍କା ୫୯ ପଇସାରେ କାରବାର ହୋଇଛି।

ସେନସେକ୍ସ ୪୯୫ ପଏଣ୍ଟ ତଳକୁ ଖସିବା ଦ୍ବାରା ଏହା ଗତକାଲି ୩୮୬୪୫ ‌ପଏଣ୍ଟରେ ବନ୍ଦ ହୋଇଥିଲା। ସେହିଭଳି ନିଫ୍ଟି ୧୫୮ ପଏଣ୍ଟ ହ୍ରାସ ଘଟି ୧୧୫୯୪ ପଏଣ୍ଟରେ ବନ୍ଦ ହୋଇଥିଲା। ଭାରତ ଏହାର ମୋଟ ତେଲ ଆବଶ୍ୟକତାର ୮୦ ପ୍ରତିଶତରୁ ଅଧିକ ଆମଦାନୀ କରୁଥିବାରୁ ଭାରତର ଚିନ୍ତା ବଢ଼ିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.