Below header

ନବଜ୍ୟୋତ ସିଂ ସିଦ୍ଧୁଙ୍କ ଉପରେ ଲାଗିଲା ନିର୍ବାଚନ କମିଶନଙ୍କ କଟକଣା, ୭୨ଘଣ୍ଟା ପର୍ଯ୍ୟନ୍ତ କରିପାରିବେନି ପ୍ରଚାର

ନୂଆଦିଲ୍ଲୀ : କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କ ଉପରେ ଲାଗିଛି କଟକଣା । ତିନି ଦିନ ପାଇଁ ଅର୍ଥାତ ୭୨ ଘଣ୍ଟା ପାଇଁ ସେ ନିର୍ବାଚନ ପ୍ରଚାର କରି ପାରିବେନାହିଁ । ଏହି କଟକଣା ଳଗାଇଛନ୍ତି ନିର୍ବାଚନ କମିଶନ । ଧର୍ମୀୟ ଆଧାରରେ ଭୋଟ୍ ମାଗିବା ନେଇ ଅଭିଯୋଗ ହେବା ପରେ ନିର୍ବାଚନ କମିଶନ ଏପରି କଟକଣା ଲଗାଇଥିବା ସୂଚନା ମିଳିଛି ।

ବିହାରର କଟିଆରରେ ନିର୍ବାଚନ ପ୍ରଚାର ବେଳେ ମୁସଲିମ୍ ସଂପ୍ରଦାୟକୁ ଆହ୍ୱାନ ଦେଇ ସିଦ୍ଧୁ କହିଥିଲେ କି, ମୁସଲିମମାନେ ଏକତ୍ରିତ ହୋଇ କଂଗ୍ରେସକୁ ଭୋଟ୍ ଦେଲେ ବିଜେପିକୁ ପରାଜିତ କରିହେବ। ଏପରି ମନ୍ତବ୍ୟକୁ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା । ବିହାର ମୁଖ୍ୟ ନିର୍ବାଚନ ଅଧିକାରୀ ଏ ନେଇ ରିପୋର୍ଟ ଦେବା ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.