Below header

ସେନସେକ୍ସରେ ୪୨୫ ପଏଣ୍ଟ ହ୍ରାସ , ଗୋଟେ ଦିନରେ ୧ଲକ୍ଷ ୭୦ ହଜାର କୋଟି ହରାଇଲେ ନିବେଶକ

ନୂଆଦିଲ୍ଲୀ : ଗତକାଲି ଅର୍ଥାତ୍ ଶୁକ୍ରବାର ଷ୍ଟକ୍ ବଜାରରେ ନିବେଶକଙ୍କ ପାଇଁ ଭଲ ଦିନ ନଥିଲା । ସେନସେକ୍ସରେ ୪୨୫ ପଏଣ୍ଟ ହ୍ରାସ ହୋଇଥିବାବେଳେ ସେନସେକ୍ସ ୩୬ହଜାର ୫୪୬ ପଏଣ୍ଟରେ ବନ୍ଦ ହୋଇଛି । ଯାହାଫଳରେ ନିବେଶକମାନେ ୧ଲକ୍ଷ ୭୦ ହଜାର କୋଟି ଟଙ୍କା ହରାଇଛନ୍ତି । ସେହିପରି ନିଫଟି ମଧ୍ୟ ୧୨୬ ପଏଣ୍ଟ ହ୍ରାସ ଘଟି ୧୦,୯୪୩ ପଏଣ୍ଟରେ ବନ୍ଦ ହୋଇଛି। ଅନ୍ତର୍ଜାତୀୟ ସ୍ତରରେ ଅଧିକାଂଶ ପୁଞ୍ଜି ବଜାର ନିମ୍ନମୁଖୀ ରହିଛି । ଯାହାର ପ୍ରଭାବ ଭାରତୀୟ ପୁଞ୍ଜି ବଜାର ଉପରେ ପଡ଼ିଛି ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.