Below header

ଆନ୍ଧ୍ର ବିଧାୟକଙ୍କ ହତ୍ୟା ମାମଲା : ଅଭିଯୁକ୍ତ ଡମ୍ବୁରୁ ଖିଲକୁ ୩ ଦିନିଆ ରିମାଣ୍ଡରେ ନେଲା ଏନ୍ଆଇଏ

ଆନ୍ଧ୍ରପ୍ରଦେଶ ଆରଖୁ ବିଧାୟକ କିଦାରି ସର୍ବେଶ୍ୱର ରାଓ ଓ ପୂର୍ବତନ ବିଧାୟକ ସିବେରି ସୋମା ହତ୍ୟା ମାମଲାରେ ହାର୍ଡକୋର ମିଲିସିଆ ଡମ୍ବୁରୁ ଖିଲକୁ ୩ ଦିନିଆ ରିମାଣ୍ଡରେ ନେଇଛି ତଦନ୍ତକାରୀ ସଂସ୍ଥା ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି-ଏନଆଇଏ। ତାକୁ ବିଜୟଓ୍ଵାଡା ମେଟ୍ରୋପଲିଟାନ କୋର୍ଟରେ ହାଜର କରାଯିବ। ସେହିପରି ୧୧ ତାରିଖ ସୁଦ୍ଧା କୋର୍ଟରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଦିନ କୋରାପୁଟ ପାଡୁଆ ପୋଲିସ ତାକୁ ଗିରଫ କରିବା ସହ ଦୁଇଟି ମୋବାଇଲ ଫୋନ ଜବତ କରିଥିଲା । ଗତ ସେପ୍ଟେମ୍ବର ୨୩ ତାରିଖରେ ଟିଡିପି ବିଧାୟକ କିଦାରି ସର୍ବେଶ୍ୱର ରାଓ ଓ ପୂର୍ବତନ ବିଧାୟକ ସିବିରି ସୋମାଙ୍କୁ ହତ୍ୟା କରାଯାଇଥିଲା। ଏକ ସଭାରେ ଯୋଗଦେବା ପାଇଁ ଯାଉଥିବା ବେଳେ କିଛି ମାଓବାଦୀ ତାଙ୍କ ଗାଡ଼ିକୁ ଅଟକାଇଥିଲେ। ଏହା ପରେ ବିଧାୟକ ବସିଥିବା ଗାଡ଼ି ଉପରକୁ ଗୁଳିମାଡ଼ କରିଥିଲେ। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.