ରିଲାଏନ୍ସ ରିଟେଲରେ ଏବେ ଅଂଶଦାନ କରିବ ସିଲଭର ଲେକ୍‌, ୭୫୦୦ କୋଟି କରିବ ନିବେଶ

ରିଲାଏନ୍ସକୁ ଜିଓ କିଣିବା ପରେ ଏବେ ଏଥିରେ ନିବେଶ କରିବ ସିଲଭର ଲେକ୍‌ ପାର୍ଟନର୍ସ(SLP) । ଦୁନିଆର ସବୁଠାରୁ ବଡ ଟେକ୍‌ ନିବେଶକ କମ୍ପାନୀ ସିଲଭର ଲେକ ୭୫୦୦ କୋଟି ଟଙ୍କା ନିବେଶ କରିବ। ଏହା ବଦଳରେ କମ୍ପାନୀକୁ ରିଲାଏନ୍ସ ରିଟେଲ ୧.୭୫ ପ୍ରତିଶତ ଅଂଶଦାନ ମିଳିବ।

ଏଥିପାଇଁ ରିଲାଏନ୍ସ ରିଟେଲ ମୂଲ୍ୟାଙ୍କନ ୪.୨୧ ଲକ୍ଷ କୋଟି ଟଙ୍କା ଲଗାଇବ। ସୂଚନା ମୁତାବକ, ସିଲଭର ଲେକ ହିଁ ରିଲାଏନ୍ସ ଜିଓ ପ୍ଲାଟଫର୍ମରେ ୧.୩୫ ବିଲିଅନ ଡଲାର ପାଖାପାଖି ୧୦ ହଜାର କୋଟି ଟଙ୍କାରେ ଅଂଶଦାନ କିଣିଛି। ଏହାର ଅର୍ଥ ସିଲଭର ଲେକ, ରିଲାଏନ୍ସ ସମୂହର ଦୁଇଟି କମ୍ପାନୀରେ ନିବେଶ କରିସାରିଛି।

reliance-industries

ଆମେରିକାର ଇଇକ୍ୱିଟ ଫର୍ମ KKR ଏବଂ ସୋସିଆଲ ସାଇଟ ଫେସବୁକ ମଧ୍ୟ ରିଲାଏନ୍ସ ରିଟେଲରେ ନିବେଶ କରିବାକୁ ପ୍ରସ୍ତୁତି ଚଳାଇଛି। କୁହାଯାଉଛି ଫ୍ୟୁଚର ଗ୍ରୁପକୁ ରିଟେଲ କାରବାର ଅଧିଗ୍ରହଣ ହେବା ପରେ ଆମେରିକୀୟ କମ୍ପାନୀ ରିଲାଏନ୍ସ ରିଟେଲରେ ନିବେଶ କରିବ। ରିଲାଏନ୍ସ ଇଣ୍ଡଷ୍ଟ୍ରୀ ସବସିଡାରୀ କମ୍ପାନୀ ରିଲାଏନ୍ସ ରିଟେଲ ଭେଚର୍ସ ଲିମିଟେଡ (RRVL) ଫ୍ୟୁଚର ଗ୍ରୁପର ରିଟେଲ ଏବଂ ହୋଲସେଲ ବିଜନେସ ଏବଂ ଲଜିଷ୍ଟିକ୍ସ ଆଣ୍ଡ େଓ୍ଵୟାରହାଉସିଂ ବିଜନେସ ଅଧିଗ୍ରହଣ କରିବାକୁ ଯାଉଛି। ଏଥିରେ ରିଲାଏନ୍ସ ଫ୍ୟୁଚର ଗ୍ରୁପର ବିଗ ବଜାର,ଇଜିଡେ ଏବଂ ଏଫବିବିର ୧,୮୦୦ରୁ ଅଧିକ ଷ୍ଟୋର ପର୍ଯ୍ୟନ୍ତ ପହଞ୍ଚାଯିବ। ଯାହା ଦେଶରେ ୪୨୦ଟି ସହରରେ ରହିଛି। ଏହି ଡିଲ୍‌ ୨୪୭୧୩ କୋଟି ଟଙ୍କାରେ ଫାଇନାଲ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.