ଆଜି ରାଜ୍ଯରେ ୩୭୪୮ କରୋନା ପଜିଟିଭ୍ ଚିହ୍ନଟ, ଗଲା ୧୧ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ଯରେ ୩୭୪୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୨୨୧୦ ଏବଂ ଲୋକାଲ୍ କେସରୁ ୧୫୩୮ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୧,୩୫,୧୩୦ ରେ ପହଁଚିଛି। ଏମାନଙ୍କ ୧୦୨୧୮୫ ସୁସ୍ଥ ହୋଇ ସାରିଥବା ବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୩୨,୩୧୨ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ୬୧୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୫୭, ବାଲେଶ୍ବରରୁ ୧୦୩, ବରଗଡରୁ ୯୨, ଭଦ୍ରକରୁ ୪୬, ବଲାଙ୍ଗିରରୁ ୧୬୩, ବୌଦ୍ଧରୁ ୫୮, କଟକରୁ ୩୯୨, ଦେଓଗଡ ୨୪,ଢେଙ୍କାନାଳରୁ ୬୫, ଗଜପତିରୁ୩୩, ଗଞ୍ଜାମରୁ ୭୧, ଜଗତସିଂହପୁରରୁ ୯୪, ଯାଜପୁରରୁ ୧୪୦, ଝାରସୁଗୁଡା ୭୦, କଳାହାଣ୍ଡିରୁ ୩୮, କନ୍ଧମାଳରୁ ୮୫, କେନ୍ଦ୍ରାପଡାରୁ ୧୧୬, କେନ୍ଦୁଝରରୁ ୬୩, କୋରାପୁଟରୁ ୯୭, ମାଲକାନଗିରିରୁ ୨୧, ମୟୁରଭଞ୍ଜରୁ ୩, ନବରଙ୍ଗପୁରରୁ ୧୨୧, ନୟାଗଡରୁ ୬୯, ନୂଆପଡାରୁ ୧୦୭, ପୁରୀରୁ ୩୮୭, ରାୟଗଡାରୁ ୮୨, ସମ୍ବଲପୁରରୁ ୭୯, ସୋନପୁରରୁ ୧୨୪ ଏବଂ ସୁନ୍ଦରଗଡରୁ ୧୫୭ ଜଣ , ଏହାସହ ଷ୍ଟେଟ୍ ପୁଲ୍ ରୁ ୧୭୬ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ରାଜ୍ୟରେ ଆଉ ୧୧ ଜଣଙ୍କ ଜୀବନ ନେଲା ମାରାତ୍ମକ କରୋନା ଭାଇରସ୍‌ । ଏମାନଙ୍କ ଭିତରୁ ଗଞ୍ଜାମରୁ ୪ଜଣ ଏବଂ ଭୁବନେଶ୍ବରରୁ ୨ଜଣଙ୍କ ଜୀବନ ଯାଇଛି । ଏହାସହ ବଲାଙ୍ଗିର,କନ୍ଧମାଳ,ପୁରୀ,ଖୋର୍ଦ୍ଧା ଏବଂ କେନ୍ଦୁଝରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୬୯ ମୃତ୍ୟୁକୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.