Below header

ମାତ୍ରେ ଦେଢ଼ ହଜାର ଟଙ୍କାରେ VingaJoy ଆଣିଲା ଶାନଦାର ବ୍ଲୁଟୁଥ୍ ସ୍ପିକର, ଲଗାତାର ୮ ଘଣ୍ଟା ରହୁଛି ବ୍ୟାଟେରୀ ବ୍ୟାକଅପ

ଘରୋଇ କମ୍ପାନୀ VingaJoy ବଜାରରେ ଏହାର ନୂତନ ବ୍ଲୁଟୁଥ୍ ସ୍ପିକର Pocket Mein Rocket (SP–6560)କୁ ଉପସ୍ଥାପନ କରିଛି । VingaJoyର ଏହି ସ୍ପିକରର କ୍ଷମତା 5W ଏବଂ ଏହାର ବଡି ମେଟାଲର ରହିବ ।

ନାମରୁ ହିଁ ଜଣାଯାଉଛି ଯେ ଏହା ଏକ ପକେଟ୍ ବ୍ଲୁଟୁଥ୍ ସ୍ପିକର । ଏହି ସ୍ପିକରର ମୂଲ୍ୟ 1,599 ଟଙ୍କା । କମ୍ପାନୀ କହିଛି ଯେ ଏହି ସ୍ପିକର ବହୁତ ଭଲ ବାସ ମିଳିବ । SP – 6560 ଚାରୋଟି ରଙ୍ଗରେ ଉପଲବ୍ଧ ହେବ । VingaJoy SP-6560 ସ୍ପିକରରେ 400 mAhର ବ୍ୟାଟେରୀ ରହିଛି ଯାହାକୁ ନେଇ କମ୍ପାନୀ 8 ଘଣ୍ଟିଆ ବ୍ୟାକଅପ୍ ଦାବି କରିଛି । ଏହି ସ୍ପିକରର ରେଞ୍ଜ ହେଉଛି 11 ମିଟର । ଏହାକୁ ଲାପଟପ୍, ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ସହିତ କନେକ୍ଟ କରାଯାଇପାରିବ । ଏହି ସ୍ପିକର ସମସ୍ତ ଖୁଚୁରା ଷ୍ଟୋରରେ ବିକ୍ରି କରାଯାଉଛି ।

ସୂଚନା ଅନୁଯାୟୀ ଗତ ମାସରେ ଭିଙ୍ଗାଜୟ ଭାରତରେ ଏହାର ନୂତନ ପାୱାରବ୍ୟାଙ୍କ ଲଞ୍ଚ କରିଛି, ଯାହାର କ୍ଷମତା 10,000 mAh ଅଟେ । ଭିଙ୍ଗାଜୟର ଏହି ପାୱାର୍ ବ୍ୟାଙ୍କର ମୂଲ୍ୟ 2,499 ଟଙ୍କା, ଯାହା ବର୍ତ୍ତମାନର ବଜାର ଦରଠାରୁ ଅଧିକ ରହିଛି । କମ୍ପାନୀର ଦାବି ଅନୁଯାୟୀ ଏହି ପାୱାରବ୍ୟାଙ୍କ ମେଡ ଇନ୍ ଇଣ୍ଡିଆ । ଏହି ପାୱାରବ୍ୟାଙ୍କର ବିଶେଷତା ହେଉଛି ଏହାର ଓଜନ ଏବଂ କମ୍ପାକ୍ଟ ଶରୀର । VingaJoy Fuelbarରେ ନନ ମେଟାଲିକ ବଡି ଦିଆଯାଇଛି । ଏଥିରେ ଏକ ଏଲଇଡି ଡିଜିଟାଲ ଇଣ୍ଡିକେଟର ମଧ୍ୟ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.