Below header

ଭଗବାନ ଶ୍ରୀରାମଙ୍କ ନାମ ଅନୁସାରେ ହେବ ଅଯୋଧ୍ୟା ଏୟାରପୋର୍ଟ, ମିଳିବ ଅନ୍ତର୍ଜାତୀୟ ସ୍ତରର ମାନ୍ୟତା

ଉତ୍ତର ପ୍ରଦେଶର ଯୋଗୀ ସରକାର ଅଯୋଧ୍ୟା ଏୟାରପୋର୍ଟର ନାଁ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ନାମ ଅନୁସାରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ଏହି ଏୟାରପୋର୍ଟ ଅନ୍ତର୍ଜାତୀୟ ସ୍ତରର ହେବ। ଏହାର ନିର୍ମାଣ ଆସନ୍ତା ବର୍ଷ ଡିସେମ୍ବର ସୁଦ୍ଧା ଶେଷ କରିବା ପାଇଁ ଯୋଜନା ହୋଇଛି। ରାମ ମନ୍ଦିର ନିର୍ମାଣ ପରେ ଅଯୋଧ୍ୟାକୁ ଜାତୀୟ, ଅନ୍ତର୍ଜାତୀୟ ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକମାନଙ୍କର ଅଧିକ ସଂଖ୍ୟାରେ ଭିଡ଼ ପରିଲକ୍ଷିତ ହେବ। ଏହାକୁ ନଜରରେ ରଖି ଏୟାରପୋର୍ଟକୁ ବିସ୍ତାର କରିବା ପାଇଁ ଯୋଜନା କରାଯାଇଛି।

2

ତେବେ ବର୍ତ୍ତମାନ ଏହି ଏୟାରପୋର୍ଟକୁ ଆନ୍ତର୍ଜାତିକ ସ୍ତରର ମର୍ଯ୍ୟାଦା ମିଳିନି, କିନ୍ତୁ ରାଜ୍ୟ ସରକାର ଅନ୍ତର୍ଜାତୀୟ ମାନକ ଅନୁସାରେ ପ୍ରସ୍ତୁତି ଚଲାଇଛନ୍ତି। ମିଳିଥିବା ସୂଚନା ମୁତାବକ, ସରକାର ଅଯୋଧ୍ୟାରେ ହେବାକୁ ଥିବା ଏୟାରପୋର୍ଟର ଏୟାରଷ୍ଟିରପକୁ ପ୍ରଥମ ପର୍ଯ୍ୟାୟରେ ୧୮୦ରୁ ୨୦୦ ସିଟର ଉଡାଜାହଜର ସଞ୍ଚାଳନ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ବୃହତ ଭାବେ ବୋଇଂ-୭୭୭ ଉଡାଜାହଜର ସଞ୍ଚାଳନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।

3

କହି ରଖୁଛୁ, ଅଥରିଟୀ ଟିମ ଗତବର୍ଷ ୫ ମେ’ରେ ଅଯୋଧ୍ୟାରେ ବଡ଼ ଧରଣର ଯାନବାହନର ସଞ୍ଚାଳନ ପାଇଁ ସର୍ଭେ କରିଥିଲା। ଟିମ ସଂଶୋଧିତ ପ୍ରି-ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ କରିଛି। ଏହି ରିପୋର୍ଟ ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଏ୩୨୧ ବିମାନ ସଞ୍ଚାଳନ ପାଇଁ ୪୬୩.୧୦ ଏକର ଜମି ଆବଶ୍ୟକ ହେବ। ଯୋଗୀ ସରକାର ଅଯୋଧ୍ୟାସ୍ଥିତ ଏୟାରଷ୍ଟିରପକୁ ଏୟାରପୋର୍ଟ ରୂପରେ ବିକଶିତ କରିବା ପାଇଁ ୫୨୫ କୋଟି ଟଙ୍କା ମଞ୍ଜୁରୀ ଦେଇଥିଲେ। ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସାରିଲାଣି। ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଏ ନେଇ ଖୁବଶୀଘ୍ର ସମୀକ୍ଷା ବୈଠକ ଡକାଯିବ ବୋଲି Civil Aviation ମନ୍ତ୍ରୀ ନନ୍ଦ ଗୋପାଲ ନନ୍ଦୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.