ସାମସଙ୍ଗ ଏବଂ LGର ନୂଆ ସ୍ମାର୍ଟ ଫ୍ରିଜ୍‌, ଏଣିକି ବିନା ଡୋର୍‌ ଖୋଲି ଜାଣିପାରିବେ ଫ୍ରିଜ ଭିତରେ କଣ ଅଛି

ସାମସଙ୍ଗ୍‌ ଏବଂ LG ଭଳି ଇଲେକଟ୍ରୋନିକସ୍‌ ବ୍ରାଣ୍ଡ୍‌ ନୂଆ ଟେକ୍ନୋଲୋଜି ଦ୍ୱାରା ବନା ଯାଇଥିବା ସ୍ମାର୍ଟ ଫ୍ରିଜକୁ ଲଞ୍ଚ କରିବାକୁ ଯାଉଛନ୍ତି। ଏହି ଫ୍ରିଜର ଖାସିୟତ ଏୟା ଯେ ଏହା ଖାଦ୍ୟ ପଦାର୍ଥକୁ ସ୍କାନ କରିବ ଏବଂ ଜଣାଇବ ଆପଣ ଖାଇବାରେ କଣ ରୋଷେଇ କରିବେ। ଆସନ୍ତା ସପ୍ତାହରେ CES 2020 ଇଭେଣ୍ଟରେ ସାମସଙ୍ଗ ଏବଂ ଏଲଜି ନିଜ ସ୍ମାର୍ଟ ପ୍ରଡକ୍ଟସକୁ ଉପସ୍ଥାପନା କରିବେ। ଉଭୟ କମ୍ପାନୀ ସ୍ମାର୍ଟ ଫ୍ରିଜ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକନିକର ସପୋର୍ଟ ମିଳିବ ଏବଂ ଏଥିପରେ ଅନେକ ଫିଚର୍ସ ମଧ୍ୟ ମିଳିପାରିବ।

ସାମସଙ୍ଗ ଫ୍ୟାମିଲୀ ହବ୍‌ ସ୍ମାର୍ଟ ଫ୍ରିଜ୍‌

lgଏହି ଫ୍ରିଜକୁ ସାମସଙ୍ଗ ୨୦୧୬ରେ ପ୍ରଥମ ଥର ପାଇଁ ଲଞ୍ଚ କରିଥିଲା ଏବଂ ଏବେ ଏଥିରେ ଅନେକ ପରିବର୍ତ୍ତନ କରାଯାଇଛି। ଏଥିରେ ଇଣ୍ଟରନାଲ କ୍ୟାମେରା ଲଗାଯାଇଛି, ଯାହା ସହାଯ୍ୟରେ ୟୁଜର୍ସ ସ୍ମାର୍ଟଫୋନରେ ଦେଖିପାରିବେ ତାଙ୍କ ଫୋନରେ କଣ ରହିଛି। ଏହି ନୂଆ AI ଅପଗ୍ରେଡ ପରେ ଫ୍ରିଜ ନିଜେ ସାମଗ୍ରୀକୁ ସ୍କାନ କରିବ ଏବଂ ଜଣାଇଦେବ ଯେ କେଉଁ ଆଇଟମ୍‌ ଶେଷ ହେବାକୁ ଅଛି। ଏହାବ୍ୟତୀତ ଫ୍ରିଜ ମଧ୍ୟ ଆପଣଙ୍କୁ ଜଣାଇବ ଯେ ଖାଦ୍ୟରେ କଣ ପ୍ରସ୍ତୁତ ହେବ।

LG ଇଣ୍ଟରଭ୍ୟୁ

lggCES 2020 ଇଭେଣ୍ଟ ସମୟରେ LG ଦୁଇଟି ସ୍ମାର୍ଟ ଫ୍ରିଜ ଉପସ୍ଥାପନା କରିପାରେ। ଏହି ସିରିଜରେ AI-ପାଓ୍ଵାର୍ଡ InstaView ThinQ ଏବଂ Insta View With Craft Ice ସାମିଲ ହେବ। ଦୁଇଟି ଯାକ ଟିଭି ୨୨ ଇଞ୍ଚର ଡିସପ୍ଲେ ଲାଗିଥିବ ଯାହା ଟ୍ରାନ୍ସପରେଣ୍ଟ । ଏମିତିରେ ଆପଣ ବିନା ଡୋର ଖୋଲି ଦେଖିପାରିବେ ଯେ ଫ୍ରିଜରେ କଣ ରଖାଯାଇଛି। ଏଲଜିର ଏହି ଫ୍ରିଜ ମଧ୍ୟ ଜଣାଇବ ଫ୍ରିଜ ଭିତରେ କଣ ରଖାଯାଇଛି ଏବଂ ଫ୍ରିଜରେ ଥିବା ଆଇଟମ୍‌ ଅନୁଯାୟୀ କଣ ଖାଦ୍ୟ ପ୍ରସ୍ତୁତ ହେବ ଜଣାଇବ। ଏହି ଫ୍ରିଜର ଦାମ ୩.୬ ଲକ୍ଷ ଟଙ୍କାରୁ ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.