ବିନା ଚାର୍ଜିଙ୍ଗରେ ଦମଦାର୍‌ ରେସିଙ୍ଗ୍‌ ନିଏ ଏହି ଇଲେକଟ୍ରିକ କାର, ମାର୍କେଟରେ କରିସାରିଲାଣି ଏଣ୍ଟ୍ରି

ଇଲେକଟ୍ରିକ୍‌ କାର ହେଉଛି ଭାରତର ଭବିଷ୍ୟ। ଏହାର ଡିମାଣ୍ଡ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଭାରତରେ ଇଲେକଟ୍ରିକ କାରକୁ ବହୁତ ଜଲଦି ପ୍ରମୋଟ କରାଯାଉଛି। ଭାରତରେ ଚାର୍ଜିଙ୍ଗ ଇନଫ୍ରାଷ୍ଟ୍ରକଚର ବହୁତ ଅଭାବ ରହିଛି। କେବଳ ଏହି କାରଣରୁ ଏବେ ବି ଇଲେକଟ୍ରିକ କାର ସାଧାରଣ କାର ତୁଳନାରେ ମାର୍କେଟରେ କମ୍‌ ରହିଛି। ବିଦେଶୀ କମ୍ପାନୀ ବିଷୟରେ କହିବା ତ ଏବେ ଚାର୍ଜିଙ୍ଗ ସିଷ୍ଟମକୁ ଶେଷ କରିବା ପାଇଁ ଉପାୟ ବାହାର କରାଯାଉଛି। ଯାହାଦ୍ୱାରା ଇଲେକଟ୍ରିକ କାର ଆପେ ଆପେ ହିଁ ଚାର୍ଜ ହୋଇଯିବ। ତେବେ ଆମେ  ଜଣାଇବୁ ଏହି ଟେକନିକ ସହ ଲେସ୍‌ କିଛି ଇଲେକଟ୍ରିକ କାର ବିଷୟରେ। ଆମେ ଆପଣଙ୍କୁ କହୁଛୁ ସୋଲାର ପାଓ୍ଵର୍ଡ ଇଲେକଟ୍ରିକ କାର ବିଷୟରେ।

apteraAptera Motors Corp. ର Aptera Paradigm ନାମକ ସୋଲାର ଇଲେକଟ୍ରିକ କାରକୁ ମାର୍କେଟରେ ଲଞ୍ଚ୍‌ କରିଛି। Aptera Paradigmରେ 25.0 kWh ଠାରୁ ନେଇ 100.0 kWh ପର୍ଯ୍ୟନ୍ତ ବ୍ୟାଟେରୀ ଲାଗିଛି। ଏହି ଇଲେକଟ୍ରିକ କାର ଅଲଗା ଅଲଗା ମଡେଲରେ 134 bhp ଠାରୁ ନେଇ 201 bhp ପର୍ଯ୍ୟନ୍ତ ପାଓ୍ଵାର ଜେନେରେଟ୍‌ କରିପାରେ। ଏହା ପ୍ରାୟ ୩.୫ ସେକେଣ୍ଡରେ ଶୂନରୁ ୧୦୦ କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ସ୍ପିଡ୍‌ ଧରିଥାଏ ଏବଂ ଏହାର ମ୍ୟାକ୍ସିମମ୍‌ ସ୍ପିଡ୍‌ ୧୭୭ କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ସହଜରେ ପହଁଚିଯାଇଥାଏ। ଏହା ଏକ ଥ୍ରୀ ହ୍ଵିଲର ଇଲେକଟ୍ରିକ କାର, ଆଉ ଏହି କାର ସନଲାଇଟ୍‌ ବା ସୂର୍ଯ୍ୟକିରଣରେ ଚାର୍ଜ ହୋଇଥାଏ। କାହିଁକିନା ଏହି କାରର ବଡିରେ ସୋଲାର ପ୍ୟାନେଲ ଲଗାଯାଇଛି।

solarଥରକେ ଚାର୍ଜରେ ଏହା ୧୦୦୦ ମାଇଲ ବା ପ୍ରାୟ ୧୬,୦୦୦ କିଲୋମିଟର ପର୍ଯ୍ୟନ୍ତ ଏହି କାରକୁ ଚଲାଯାଇପାରିବ। ଏହା ଏକ ଦମଦାର ସୋଲାର ପାଓ୍ଵାରରେ ଚାଲୁଥିବା ଇଲେକଟ୍ରିକ କାର ଅଟେ। ଏହାକୁ କାଲିଫର୍ନିୟା ବେସଡ୍‌ ଷ୍ଟାର୍ଟ ଅପ୍‌ କମ୍ପାନୀ ହମ୍ବଲ ମୋଟର୍ସ ତିଆରି କରିଛି। Humble Oneରେ ବ୍ୟାଟେରୀ ଚାର୍ଜ କରିବା ପାଇଁ ସୋଲାର ରୁଫ୍‌, ଇଲେକଟ୍ରିସିଟୀ ଜେନେରେଟିଙ୍ଗ ସାଇଡ ଲାଇଟ୍ସ, ପିୟର ଟୁ ପିୟର ଚାର୍ଜିଙ୍ଗ, ରି-ଜେନେରେଟିଭ ବ୍ରେକିିଙ୍ଗ ଏବଂ ଫୋଲ୍ଡ ଆଉଟ ସୋଲାର ଏରେ ଓ୍ଵିଙ୍ଗସ ଦିଆଯାଇଛିି। ଏହି ସବୁ ଆସେସରିଜ୍‌ ସାହାଯ୍ୟରେ ଏସୟୁଭି ବ୍ୟାଟେରୀ ସହଜରେ ଚାର୍ଜ ହୋଇଯାଇଥାଏ। ଏହାର ଡିଜାଇନ୍‌ ବି ବହୁତ ୟୁନିକ ଏବଂ ଏହା ସାଧାରଣ କାର ଠାରୁ ବହୁତ ଅଲଗା ଦେଖିବାକୁ। ଏହି କାର ସୂର୍ଯ୍ୟଙ୍କ କିରଣକୁ ସୋଷିନେବାର ଜବରଦସ୍ତ ପାଓ୍ଵାର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.