Below header

ଦମଦାର ଫିଚର୍ସ ସହ ଭାରତରେ ଲଞ୍ଚ ହେଲା Suzuki V-strom 650XT, ମିଳୁଛି ଏହିସବୁ ସୁବିଧା

ସୁଜୁକି କମ୍ପାନୀ ଭାରତରେ BS6 Suzuki V-strom 650XT କୁ ଲଞ୍ଚ୍ କରିଛି। ଏହି ବାଇକ୍ ଅଟୋ ଏକ୍ସପୋ ୨୦୨୦ ସମୟରେ ଦେଖିବାକୁ ମିଳିଥିଲା। ଏହି ବାଇକ୍ ଦିଲ୍ଲୀର ଏକ୍ସ ଶୋରୁମ ଦାମ୍ ୮.୮୪ ଲକ୍ଷ ଟଙ୍କା ରହିଛି। ଏହି ବାଇକ୍ ର ଫିଚର୍ସ ଏତେ କମାଲ ଯେ, ଏହା କେବଳ ସମତଳ ରାସ୍ତା ନୁହେଁ ବରଂ ଆବୁଡାଖାବୁଡା ରାସ୍ତାରେ ଅତି ସହଜରେ ମଧ୍ୟ ଚାଲିପାରିବ। ଏଥିରେ ଆରାମଦାୟକ ସିଟ ଏବଂ ଫ୍ଲେକ୍ସିବଲ ଇଂଜନ ମଧ୍ୟ ରହିଛି।

ଇଂଜିନ:

ସୁଜୁକି ଏହି ବାଇକରେ ନୂଆ BS6 645 cc, ଫୋର ଷ୍ଟ୍ରୋକ, ଲିକ୍ବିଡ କୁଲ୍ଡ, DOHC, ୯୦ ଡିଗ୍ରୀ ବି ଟ୍ବିନ ପେଟ୍ରୋଲ ଇଂଜିନ ଦିଆଯାଇଛି। ଏହି ବାଇକରେ ନୂଆ ଇଜି ଷ୍ଟାର୍ଟ ସିଷ୍ଟମ ରହିଛି। ଏହି ବଟନ ବାଇକ୍କୁ ପେଲିବା ସହିତ ଷ୍ଟାର୍ଟ କରିଥାଏ। କିନ୍ତୁ ଏହା କେତେ ମାଇଲେଜ ଦେବ ତାହା ବିଷୟରେ ଜଣାପଡିବ ନାହିଁ।

stroma

ଫିଚର୍ସ:

ଏହି ବାଇକ୍ ଦୁଇଟି ରଙ୍ଗରେ ମିଳିବ। ଯେଉଁଥିରେ ଶାମ୍ପେନ ୟଲୋ ଏବଂ ପର୍ଲ ଗ୍ଲେସିଅର ହ୍ବାଇଟ କଲର ସାମିଲ ରହିଛି। ଅନ୍ଯ ଫିଚର୍ସ କଥା କହିବା ଯଦି ଏଥିରେ ୱିଣ୍ଡସିଲ୍ଡ, ସେଟଅପ୍ ସିଟ୍, ସ୍ପୋକ୍ସ ହ୍ବିଲି ଦିଆଯାଇଛି। ଏଥିରେ ସେମି ଡିଜିଟାଲ ଇଣ୍ଟ୍ରୁମେଣ୍ଟ କନସୋଲ ମିଳିବ ଯେଉଁଥିରେ USB ଚାର୍ଜର ଏବଂ ୧୨ ବୋଲ୍ଡ ପାୱର ସର୍କିଟ ରହିଛି। ନିରାପଦ ପାଇଁ ଏଥିରେ ରିୟର ଟ୍ବିଇନ ୩୨୦ ଏମଏମ୍ ଡିସ୍କ ଏବଂ ଫ୍ରଣ୍ଟରେ ୨୬୦ ଏମଏମ୍ ଡିସ୍କ ଦିଆଯାଇଛି। ବାଇକର ଓଜନ ୨୧୬ କିଲୋ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.