Below header

ବାଡିରେ ପଶିଯିବାରୁ ବାଛୁରୀ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଲେ ଉନ୍ମତ୍ତ ଯୁବକ, ଥାନାରେ ଏତଲା

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଚନ୍ଦନପୁର ଗାଁରେ ଘଟିଯାଇଛି ଏକ ନିନ୍ଦନୀୟ ଘଟଣା । ଯାହାକି ନିଜ ନିଜ ଭିତରେ ଥିବା ଶତୃତା କାରଣରୁ ଏକ ବାଛୁରୀ ବଳି ପଡିଯାଇଛି । ବାଛୁରୀ ଦେହରେ କିରୋସିନ ଢାଳି ନି୍‌ଆଁ ଲଗାଇ ଦେଇଛି ସ୍ଥାନୀୟ ଅଂଚଳର ଜଣେ ଯୁବକ । ତେବେ ଏହି ଘଟଣାକୁ ସବୁ ସ୍ତରରେ ନିନ୍ଦା କରାଯାଇଛି ।

କୈଳାଶ ମଲ୍ଲିକ ନାମକ ଜଣେ ବ୍ୟକ୍ତି ଥାନାରେ କରିଥିବା ଅଭିଯୋଗ ଅନୁସାରେ ଏକ ବାଛୁରୀ ଚନ୍ଦନପୁର ଗାଁର ରାଧାଶ୍ୟାମ ପଣ୍ଡାଙ୍କ ବାଡିରେ ପଶି ଯାଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ରାଧାଶ୍ୟାମ ପଣ୍ଡାଙ୍କ ପୁଅ ସୁଜିତ ପଣ୍ଡା ବାଛୁରି ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଛନ୍ତି । ତେବେ ଏହାପରେ ବାଛୁରି ଶରୀରର ଅଧା ଅଂଶ ପୋଡିଯାଇଛି । ଏନେଇ ଥାନାରେ ଲିଖିତ ଅ‌ଭିଯୋଗ ମଧ୍ୟ ହୋଇଛି । ତେବେ ସୁଜିତ ପଣ୍ଡାଙ୍କ ଏପରି କାର୍ଯ୍ୟକଳାପକୁ ସମସ୍ତେ ନିନ୍ଦା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.