Below header

ଆନନ୍ଦପୁର: ବାଘ ନୁହେଁ ହେଟା, ଗୁଜବକୁ ଖଣ୍ଡନ କରି ଭୟଭୀତ ନହେବାକୁ ଅନୁରୋଧ କଲା ବନବିଭାଗ

ଆନନ୍ଦପୁର: ବାଘ ନୁହେଁ ହେଟା । ବାଘ ଦେଖା ଦେଇଥିବା ଗୁଜବକୁ ଖଣ୍ଡନ କରିଛି ବନବିଭାଗ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଦେଉଗାଁ ରେଞ୍ଜ ଅନ୍ତର୍ଗତ ରେକୁଟିଆ ଗାଁ ନିକଟରେ ବାଘ ଦେଖିଥିବା ଜଣେ ବ୍ୟକ୍ତି କହିଥିଲେ। ରାସ୍ତାରେ ଆସୁଥିବା ସମୟରେ ବାଘ ସହ ସାମ୍ନାସାମ୍ନି ହେବା ପରେ ସେଠାରୁ ଭୟଭୀତ ହୋଇ ପଳାଇ ଆସିଥିଲେ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଥିଲା। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଁଞ୍ଚିଥିଲେ। ଦେଖାଦେଇଥିବା ଜନ୍ତୁଟି ବାଘ ନୁହେଁ ହେଟା ବୋଲି କହିଛି ବନବିଭାଗ। ଜନ୍ତୁଟିର ପାଦ ଚିହ୍ନରୁ ତାହା ହେଟା ବାଘ ଓ ସୋସିଆଲ ମିଡିଆରେ ବୁଲୁଥିବା ବାଘର ଫଟୋ ଇଣ୍ଟରନେଟ୍‌ରୁ ଡାଉନଲୋଡ୍‌ ହୋଇଥିବା କହିଛନ୍ତି ଦେଓଗାଁ ରେଞ୍ଜ ଅଫିସର। ଏହି ଗୁଜ୍‌ବୁ ନେଇ ଭୟଭୀତ ନହେବାକୁ ସ୍ଥାନୀୟ ଲୋକଙ୍କୁ ଅନୁରୋଧ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.