Below header

Hyundai i20କୁ ପଛରେ ପକାଇଲା Tata Altroz; ଟପ୍‌ ୧୦ ତାଲିକାରେ ମାରୁତିର ୬ଟି କାର୍ ସାମିଲ୍

ଛୋଟ କାର୍‌ କ୍ଷେତ୍ରରେ ମାରୁତି ନିଜର ପତିଆରା କାଏମ୍‌ ରଖିଥିବା ବେଳେ ହ୍ୟୁଣ୍ଡାଇ I-20କୁ ବି ଭାରତୀୟ ବଜାରରେ ଛାଇଯାଇଛି। ହେଲେ ଏହିସବୁ କାର୍‌କୁ ଟକ୍କର ଦେଉଛି ଟାଟାର Altroz । ଜୁନ୍‌ ମାସରେ ଟାଟା Altroz ଜବରଦସ୍ତ ବିକ୍ରି ହୋଇଛି। ଏକ ରିପୋର୍ଟ ଅନୁସାରେ ଜୁନ ମାସରେ ଟପ୍‌ ଟେନ୍‌ ହେଚ୍‌ବ୍ୟାକ୍ସରେ ଟାଟା ଅଲ୍‌ଟ୍ରୋଜ୍‌ ତାଲିକାର ୬ ନମ୍ବର ସ୍ଥାନରେ ରହିଛି। ଫଳରେ ଜୁନ୍‌ ମାସରେ Hyundai i20କୁ ପଛରେ ପକାଇ ଦେଇଛି ଟାଟା Altroz ।

ରଶଲେନ ରିପୋର୍ଟ ଅନୁସାରେ, ଜୁନ ୨୦୨୧ ସୁଦ୍ଧା ୬,୩୫୦ ୟୁନିଟ୍ ଟାଟା ଅଲ୍‌ଟ୍ରୋଜ୍ ବିକ୍ରି ହୋଇଛି। ଅନ୍ୟପଟେ Hyundai i20ର ବିକ୍ରି ୬,୩୩୩ ୟୁନିଟ ରହିଛି। ସେହିପରି Hyundai Grand i10 Nios ଏହି ତାଲିକାରେ ୫ ନମ୍ବର ସ୍ଥାନରେ ରହିଥିବା ବେଳେ ଜୁନ୍‌ ମାସରେ କାର୍‌ ବିକ୍ରି ୮,୭୮୭ ରହିଛି। ଟାଟା ଅଲ୍‌ଟ୍ରୋଜ୍‌ ବ୍ୟତୀତ Tata Tiago ମଧ୍ୟ ଟପ୍‌ ଟେନ୍ ତାଲିକାରେ ସାମିଲ ହୋଇଛି। ଚଳିତ ବର୍ଷ ଜୁନ୍‌ ମାସରେ ଏହି କାର୍ର ୪,୮୮୧ ୟୁନିଟ୍ ବିକ୍ରି ହୋଇଥିବା ବେଳେ ଗତବର୍ଷ ଜୁନ ମାସରେ ୪,୦୬୯ ୟୁନିଟ ବିକ୍ରି ହୋଇଥିଲା।

ଟପ୍‌ ଟେନ୍‌ ତାଲିକାରେ ମାରୁତି ସୁଜୁକିର ୬ ଗାଡ଼ି ସାମିଲ୍ ରହିଛି। ୱାଗନରର ୧୯,୪୪୭ ୟୁନିଟ ବିକ୍ରି ସହିତ ଲିଷ୍ଟର ଟପ୍‌ରେ ରହିଥିବା ବେଳେ ମାରୁତି ସ୍ୱିଫ୍ଟ ୧୭,୭୨୭ ୟୁନିଟ ବିକ୍ରି ସହିତ ତାଲିକାର ଦ୍ୱିତୀୟ ଓ ୧୪,୭୦୧ ୟୁନିଟ ବିକ୍ରି ସହିତ ବେଲେନୋ ତାଲିକାରେ ତୃତୀୟ ସ୍ଥାନ ରହିଛି। ସେହିପରି ମାରୁତି ଅଲ୍‌ଟ୍ରୋଜ୍‌ ବିକ୍ରି ତାଲିକେର ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଜୁନମାସରେ ଗାଡ଼ିର ୧୨,୫୧୩ ୟୁନିଟ୍ ବିକ୍ରି ହୋଇଛି। ସେହିପରି S-Presso କାର୍‌ ଜୁନ୍ ମାସରେ ୪,୯୨୬ ୟୁନିଟ ବିକ୍ରି ସହିତ ତାଲିକାର ଅଷ୍ଟମ ସ୍ଥାନରେ ରହିଥିବା ବେଳେ Ignis କାର ୩,୫୮୩ ୟୁନିଟ ବିକ୍ରି ସହିତ ୧୦ ନମ୍ବର ତାଲିକାରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.