ଭୁବନେଶ୍ବର: ଚେକିଂ ସମୟରେ ପୋଲିସ କର୍ମଚାରୀଙ୍କ ଉପରେ ମାଡିଗଲା ଅଟୋ, ଗୁରୁତର ହୋଇ ଏମ୍ସରେ ହେଲେ ଭର୍ତ୍ତି

କେନ୍ୟୁଜ୍(ବ୍ୟୁରୋ):  ପୋଲିସର ଚେକିଂ ପୋଲିସ ପାଇଁ କାଳ ହୋଇଛି।ଚେକିଂ ବେଳେ ପୋଲିସ ଉପରେ ମାଡିଗଲା  ଅଟୋ। ଗୁରୁତର ଆହତ ହୋଇ ଏମ୍ସରେ ହେଲେ ଭର୍ତ୍ତି । ରାଜଧାନୀର କଳ୍ପନା ଛକରେ ଚେକିଂ ସମୟରେ ମଦ୍ୟପ ଅଟୋ ଚାଳକ ଜଣେ ପୋଲିସ କର୍ମଚାରୀଙ୍କୁ ଚଢାଇ ଦେଇଥିଲା। ଗୁରୁତର  ଆହତ ପୋଲିସ ଜଣକ ହେଉଛନ୍ତି ହାବିଲଦାର ମେଜର ସରୋଜ କୁମାର ପ୍ରଧାନ  ।

ଗତକାଲି ସକାଳ ପ୍ରାୟ ୯ଟା ସମୟରେ ଘଟିଛି ଏହି ଘଟଣା । ଅଟୋକୁ ଜବତ କରିବା ସହ  ଚାଳକକୁ ଲକ୍ଷ୍ମୀସାଗର ଥାନରେ ଅଟକ ରଖାଯାଇ ଥିବା ଜଣା ପଡିଛି । ଅଟୋ ଧକ୍କା ଦେବାରୁ  ହାବିଲଦାରଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗି ଛଟପଟ ହେଉଥିଲେ । ସେପଟେ  ଅଟୋ ଚାଳକ ଜଣକ ଧକ୍କା  ଦେଇ ଖସି ଯିବାକୁ ଉଦ୍ୟମ କରୁଥିଲା । ଶେଷରେ ଷ୍ଟେସନ ବଜାର ନିକଟରେ କାବୁ କରି ନେଇଥିଲା ପୋଲିସ । ଅଟୋ ଚାଳକ ଜଣଙ୍କ ଅତ୍ୟଧିକ ମଦ୍ୟପାନ କରି ଗାଡି ଚଳାଉଥିବା ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.