Below header

Tata Sky ର ବଡ ଘୋଷଣା: ୧୫ ଜୁନରୁ ବଦଳିବ ଚ୍ୟାନେଲର ପ୍ୟାକେଜ, ଗ୍ରାହକଙ୍କୁ ପ୍ରତିମାସରେ ମିଳିବ ରିହାତି

Tata Sky ନିଜର ଗ୍ରାହକଙ୍କ ମାସିକ ବିଲ୍‌ କମ୍‌ କରିବା ପାଇଁ ଏକ ନୂଆ ପଦକ୍ଷେପ ନେଇଛି। ଗ୍ରାହକଙ୍କ ବିଲ୍‌ କମ୍‌ କରିବା କମ୍ପାନୀ ଚ୍ୟାନେଲ କିମ୍ବା ପ୍ୟାକ୍‌ର ମୂଲ୍ୟ ହ୍ରାସ କରିବ । ୭୦ ଲକ୍ଷ ସବସ୍କ୍ରାଇବରଙ୍କ ପାଇଁ ଏପରି କରିବ କମ୍ପାନୀ। ଗ୍ରାହକଙ୍କୁ ଡାଇରେକ୍ଟ ଟୁ ହୋମ ପ୍ଲାଟଫର୍ମ ସହିତ ଯୋଡି ରଖିବା ପାଇଁ ଏପରି ପଦକ୍ଷେପ ନେଇଛି କମ୍ପାନୀ। Tata Sky 350 ଟଙ୍କା କିମ୍ବା ଏହାଠାରୁ କମ୍‌ ବିଲ ଦେଉଥିବା ଗ୍ରାହକଙ୍କୁ ବାନ୍ଧି ରଖିବା ପାଇଁ ଏପରି ପଦକ୍ଷେପ ନେଇଛି।

qq

ଗତ ଦୁଇ ମାସରେ ୧୫ ଲକ୍ଷ ଗ୍ରାହକ ଟାଟା ସ୍କାଏ ସେବା ନେବା ବନ୍ଦ କରିଦେଇଛନ୍ତି। ସେମାନେ ନିଜର ସବସ୍କ୍ରିପସନକୁ ରିନ୍ୟୁ କରିପାରିବେ ନାହିଁ। ଏହି ସ୍କିମ ବହୁତ ମହଙ୍ଗା ବୋଲି ଗ୍ରାହକ ଭାବୁଛନ୍ତି। ମେ ମାସରେ ଟାଟା ସ୍କାଏ େଓ୍ଵବସାଇଟ କିମ୍ବା ଆପ୍‌ରେ ଲଗଅନ କରିଥିବା ୫୦ ଲକ୍ଷ ସବସ୍କ୍ରାଇବର ମଧ୍ୟରୁ ୭୦ ପ୍ରତିଶତ ମାସିକ ବିଲ୍‌ କମ କରିବା ପାଇଁ ଚ୍ୟାନେଲ କାଟିଦେଇଛନ୍ତି।

tata sky

ଲକଡାଉନରେ ଚ୍ୟାନେଲରେ କୌଣସି ନୂଆ ସିରିଅଲ କିମ୍ବା ଲାଇଭ ସ୍ପୋଟର୍ସ ଆସୁନାହିଁ, ତେଣୁ ଗ୍ରାହକ ଚ୍ୟାନେଲ କାଟିଦେଉଛନ୍ତି। ଏଥିପାଇଁ ମଇ ମାସରେ ୫ ଲକ୍ଷ ଲୋକ ରିଚାର୍ଜ କରିନାହାନ୍ତି। ଏଥିରୁ ସ୍ପଷ୍ଟ ଅନୁମାନ ଯେ, ଗ୍ରାହକ ଲକଡାଉନ ଯୋଗୁଁ ଅଧିକ ବ୍ୟୟ କରିବାକୁ ଚାହୁଁନାହାନ୍ତି । ତେଣୁ ଖର୍ଚ୍ଚକୁ ସଞ୍ଚୟ କରୁଛନ୍ତି। ଟାଟା ସ୍କାଏର ଏପର୍ଯ୍ୟନ୍ତ ୧.୮୦ କୋଟି ସବସ୍କ୍ରାଇବର ରହିଛନ୍ତି। କମ୍ପାନୀ ଏପରି କରିବା ଦ୍ୱାରା ୬୦-୭୦ ଲକ୍ଷ ଗ୍ରାହକଙ୍କୁ ଫାଇଦା ହେବ। ଏହି ଯୋଜନାରେ ସେମାନଙ୍କୁ ୬୦ରୁ ୧୦୦ ଟଙ୍କା ବିଲ୍‌ କମ୍‌ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.