ମାସିକ ଋତୁସ୍ରାବ ବେଳେ ସଂକ୍ରମଣରୁ ବର୍ତ୍ତିବା ପାଇଁ ଏଭଳି ଭାବେ ନିଜକୁ ରଖନ୍ତୁ ହାଇଜିନ୍

ଝିଅମାନେ ପ୍ରତିମାସରେ ମାସିକ ଧର୍ମ ଭଳି ଏକ କଠିନ ଅବସ୍ଥା ଦେଇ ଗତି କରିଥାନ୍ତି। ଏହି ସମୟରେ ସେମାନଙ୍କୁ ବିଭିନ୍ନ ସମସ୍ୟା ଭୋଗ କରିବାକୁ ପଡ଼ିଥାଏ। ଅଧିକାଂଶ ମହିଳାଙ୍କର ଋତୁସ୍ରାବ ବେଳେ ପ୍ରବଳ ପେଟ ବିନ୍ଧା ହୋଇଥାଏ। ଏଥିସହ ଗୋଡ଼, ଅଣ୍ଟାରେ ମଧ୍ୟ ଅସହ୍ୟ ପୀଡ଼ା ହୋଇଥାଏ। ଏନେଇ ଝିଅମାନେ ଖୋଲାଖୋଲି କଥା ହେବାକୁ ସହଜ ମନେ କରିନଥାନ୍ତି। ପିରିୟଡ଼ ସମୟରେ ଝିଅମାନେ ଉଭୟ ଶାରୀରିକ ଓ ମାନସିକ ଯନ୍ତ୍ରଣା ଭୋଗ କରିଥାନ୍ତି। ଏହି ସମୟରେ ହରମୋନରେ ପରିବର୍ତ୍ତନ ହୋଇଥାଏ, ଫଳରେ ଝିଅମାନେ ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ୱ ଦେବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଆସନ୍ତୁ ଜାଣିବା ମାସିକ ଧର୍ମ ସମୟରେ ଝିଅମାନେ ସ୍ୱଚ୍ଛତା ରକ୍ଷା କରିବାକୁ କଣ କରିବା ଉଚିତ…

ଏହି ସମୟରେ ଝିଅମାନେ ଅଧିକ ସମୟ ଧରି ଗୋଟିଏ ପ୍ୟାଡ଼ ବ୍ୟବହାର କରିବା ଉଚିତ ନୁହେଁ। ୪-୫ ଘଣ୍ଟା ବ୍ୟବଧାନରେ ପ୍ୟାଡ଼ ପରିବର୍ତ୍ତନ କରିବା ଉଚିତ। ଏହାଦ୍ୱାରା ଇନଫେକ୍ସନର ଆଶଙ୍କା କମ ହୋଇଥାଏ। ଯଦି ଟେମ୍ପନ ବ୍ୟବହାର କରୁଛନ୍ତି ତେବେ ପ୍ରତି ୨ ଘଣ୍ଟାରେ ଥରେ ବଦଳାନ୍ତୁ।

ମାସିକ ଧର୍ମ ବେଳେ ଯୋନିକୁ ପରିଷ୍କାର ରଖିବା ଉପରେ ଧ୍ୟାନ ଦିଅନ୍ତୁ। ଏହାଦ୍ୱାରା କୁଣ୍ଡାଇ ହେବା ଭଳି ସମସ୍ୟା ରହେ ନାହିଁ। ଏଥିସହ ଦୁର୍ଗନ୍ଧ ବି ଦୂର ହୁଏ।

How Women Have Lived With Their Periods Since 1900" Shows That ...

ଋତୁସ୍ରାବ ବେଳେ ଗରମ ପାଣିରେ ସ୍ନାନ କରିବା ଦ୍ୱାରା ଶାରୀରିକ ଥକାପଣ ବି ଦୂର ହୋଇଥାଏ। ଏଥିସହ ଝାଳ ଦୁର୍ଗନ୍ଧରୁ ବି ମୁକ୍ତି ମିଳେ।

ପିରିୟଡ ସମୟରେ ନିୟମିତ ବେଡ଼ସିଟ୍ ସଫା କରନ୍ତୁ। ଏଥିସହ ଅଣ୍ଡରୱେୟାର ମଧ୍ୟ ବଦଳାନ୍ତୁ। ଏହାଦ୍ୱାରା ସଂକ୍ରମଣର ଭୟ ରହେନାହିଁ।

Dear Naysayers, Why Would Menstrual Leaves Defeat Feminism ...

ସାଧାରଣ ଦିନ ପାଇଁ ଓ ପିରିୟଡ ବେଳ ପାଇଁ ଅଲଗା ଅଲଗା ଅଣ୍ଡରୱେୟାର ବ୍ୟବହାର କରନ୍ତୁ। ଏହାକୁ ରଖିବା ବେଳେ ବି ଅଲଗା ଅଲଗା ରଖନ୍ତୁ। ମାସିକ ଧର୍ମ ବେଳେ ବ୍ୟବହାର କରୁଥିବା ଅନ୍ତଃବସ୍ତ୍ରକୁ ଡେଟଲରେ ସଫା କରି ଖରାରେ ଶୁଖାଇବା ପରେ ହିଁ ପିନ୍ଧନ୍ତୁ। ଏହା ଦ୍ବାରା କୁଣ୍ଡାଇ ହେବା ଆଶଙ୍କା କମ୍ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.