୩ ହଜାର କର୍ମଚାରୀଙ୍କ ଛଟେଇ କରିବ ଟାଟା ଷ୍ଟିଲ କମ୍ପାନୀ

ଟାଟା ଷ୍ଟିଲ ୟୁରୋପ କମ୍ପାନୀ ପକ୍ଷରୁ ୩ ହଜାର କର୍ମଚାରୀମାନଙ୍କର ଛୁଟି ଘୋଷଣା କରାଯାଇଛି। ଏହି କର୍ମଚାରୀମାନଙ୍କ ମଧ୍ୟରୁ ୧ ହଜାର କର୍ମଚାରୀ ଟାଟା ଷ୍ଟିଲ ୟୁକେ ଯିବେ। ଅନ୍ୟପଟେ ଆଉ ଏକ ମ୍ପାନୀ ଟାଟା ମୋଟର୍ସ ନିଜର ୧ହଜାର ୬ଶହ କର୍ମଚାରୀମାନଙ୍କୁ ଭିଆରଏସ ଦେବାର ଘୋଷଣା କରିଛି। ଟାଟା ଷ୍ଟିଲ ୟୁରୋପ ନିଜ ବ୍ୟବସାୟର ପୂନର୍ଗଠନ ପାଇଁ ୟୁରୋପିୟନ ଓ୍ଵାର୍କ କାଉନସିଲ୍‌ (ଋଡଉ) ଠାରୁ ପରାମର୍ଶ ନେବା ଆରମ୍ଭ କରିଛି। ଏହାଦ୍ୱାରା କମ୍ପାନୀରୁ କର୍ମଚାରୀମାନଙ୍କୁ ବହିଷ୍କାର କରାଯିବ। ସୂଚନା ଅନୁଯାୟୀ ପୂର୍ବ ସପ୍ତାହରେ ଟାଟା ଷ୍ଟିଲ କହିଥିଲା କମ୍ପାନୀକୁ କ୍ଷତି ଏବଂ ଷ୍ଟି ଉଦ୍ୟୋଗରେ ବୈଶ୍ୱିକ ସ୍ତରରେ ବିପରୀତ ପରିସ୍ଥିତି ପାଇଁ କର୍ମଚାରୀମାନଙ୍କୁ କାଢିବା ପାଇଁ ବାଧ୍ୟ ହେବାକୁ ପଡୁଛି।

tataରିପୋର୍ଟ ଅନୁଯାୟୀ ଟାଟା ଷ୍ଟିଲ ପକ୍ଷରୁ କୁହାଯାଇଛି, ବ୍ୟାପକ ପ୍ରସ୍ତାବ ଦ୍ୱାରା ଟାଟା ଷ୍ଟିଲ ୟୁରୋପ ନିଜର କର୍ମଚାରୀମାନଙ୍କର ଦରମାରେ କାଟ କରିବାକୁ ଚାହୁଥିଲା। ଏହାଦ୍ୱାରା କର୍ମଚାରୀମାନଙ୍କର ସଂଖ୍ୟାରେ ୩ ହଜାର ପର‌୍ୟ୍ୟନ୍ତ ଛୁଟି ହୋଇପାରେ। ଏହା ମଧ୍ୟରୁ ୧,୬୦୦ ଜଣ କର୍ମଚାରୀଙ୍କ ଚାକିରୀ ନେଦରଲ୍ୟାଣ୍ଡ, ୧୦୦୦ଜଣ ୟୁକେ ଏବଂ ୩୫୦ ଜଣ ବାକି ସ୍ଥାନକୁ ଯାଇ ପାରନ୍ତି।

ଏହାସହ ପଢନ୍ତୁ: ଜିଓ ୟୁଜର୍ସଙ୍କୁ ପୁଣି ଲାଗିଲା ଝଟକା, ବନ୍ଦ ହେଲା ଏହି ଲୋକପ୍ରିୟ ଅଫର

tata-steelଟାଟା ମୋଟର୍ସ କହିବାନୁଯାୟୀ ଭାରତରେ ଅଟୋ ସେକ୍ଟରରେ ନିରାଶକୁ ଲକ୍ଷ୍ୟ କରି ପାଖାପାଖି ୧୬୦୦ ଜଣ କର୍ମଚାରୀମାନଙ୍କୁ ସୌଚ୍ଛିକ ସେବାନିବୃତ ଦେବାକୁ ପଡ଼ିବ। ରିପୋର୍ଟ ଅନୁଯାୟୀ ଭାରତୀୟ ଅଟୋ ସେକ୍ଟରରେ ପୂର୍ବ ଏକ ବର୍ଷରୁ ଅଧିକ ସମୟରୁ ନିରାଶର ସାମ୍ନା କରୁଛି। ସାଧାରଣତଃ ପର୍ବପର୍ବାଣୀ ସମୟରେ ଅଟୋ ସେକ୍ଟରରେ କିଛି ଖୁସିତ ନିଶ୍ଚୟ ମିଳିଥାଏ କିନ୍ତୁ ଏହାକୁ ସୁଧାର କୁହାଯାଇପାରିବ ନାହିଁ। ସରକାରଙ୍କ ଦ୍ୱାରା ଆସନ୍ତା ଏପ୍ରିଲ ୨୦୨୦ରେ ବିଏସ ୬ ଭଳି କଠୋର ଉତ୍ସର୍ଜନ ମାନକ ଆପଣାଇବା ଦ୍ୱାରା ଟାଟା ମୋଟର୍ସ ସହିତ ସମସ୍ତ କମ୍ପାନୀର ସମସ୍ୟା ବଢିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.