ଭାରତରେ ଏଣ୍ଟ୍ରି କରିବାକୁ ଯାଉଛି Tesla, ସମଗ୍ର ବିଶ୍ୱରେ ବିକ୍ରି ହେଉଛି ଏହି ସବୁ ଗାଡି

ଟେସଲା ସିଇଓ ଏଲନ୍ ମସ୍କ ଏପ୍ରିଲରେ ଭାରତ ଗସ୍ତରେ ଆସିବାକୁ ଯାଉଛନ୍ତି । ଏଲନ୍ ମସ୍କ ନିଜେ ଏହି ବିଷୟରେ ସୂଚନା ଦେଇଛନ୍ତି । ବିଶ୍ୱ ବଜାରରେ ଟେସଲାର ଇଲେକ୍ଟ୍ରିକ ଯାନର ବହୁତ ଚାହିଦା ରହିଛି । ବର୍ତ୍ତମାନ ଟେସଲା ତୃତୀୟ ବୃହତ୍ତମ ଅଟୋ ମାର୍କେଟ ଅର୍ଥାତ ଭାରତୀୟ ମାର୍କେଟରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛି ।

ଟେସଲା ସିଇଓ ଏଲନ୍ ମସ୍କ ଏପ୍ରିଲରେ ଭାରତ ଗସ୍ତରେ ଆସିବାକୁ ଯାଉଛନ୍ତି । ଏଲନ୍ ମସ୍କ ନିଜେ ଏହି ବିଷୟରେ ସୂଚନା ଦେଇଛନ୍ତି । ମସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିବେ । ବିଶ୍ୱ ବଜାରରେ ଟେସଲାର ଇଲେକ୍ଟ୍ରିକ ଯାନର ବହୁତ ଚାହିଦା ରହିଛି । ବର୍ତ୍ତମାନ ଟେସଲା ତୃତୀୟ ବୃହତ୍ତମ ଅଟୋ ମାର୍କେଟ ଅର୍ଥାତ ଭାରତୀୟ ମାର୍କେଟରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛି ।

ଟେସଲାର Model X ଏକ ଦମଦାର କାର । ଏହି କାର ୧୦୨୦ hp ର ସର୍ବାଧିକ ପାୱାର ଜେନେରେଟ କରେ । ଯେଉଁଠାରେ ଏହି କାର ୦ ରୁ ୬୦ mph ବେଗରେ ପହଞ୍ଚିବାକୁ ମାତ୍ର ୨. ୫ ସେକେଣ୍ଡ ସମୟ ନେଇଥାଏ । ଏହି କାର୍ ଗୋଟିଏ ଥର ଚାର୍ଜିଂରେ ୩୨୬ ମାଇଲ୍ ଦୂରତା ଅତିକ୍ରମ କରିପାରିବ । ଟେସଲା ର Model X କାରର ମୂଲ୍ୟ ୬୮, ୫୯୦ ଡଲାରରୁ ଆରମ୍ଭ ହେଉଛି ।

ଟେସଲାର Model 3 ଗୋଟିଏ ଚାର୍ଜିଂରେ ୩୪୧ ମାଇଲ୍ ଦୂରତା ଅତିକ୍ରମ କରିପାରିବ । ଏହି କାରଟି ମାତ୍ର ୧୫ ମିନିଟ ଚାର୍ଜିଂରେ ୧୭୫ ମାଇଲ ପର୍ଯ୍ୟନ୍ତ ଚାଲିପାରିବ । ଏହା ଏକ ୫ ସିଟ୍ ବିଶିଷ୍ଟ କାର, ଯାହାର ମୂଲ୍ୟ ୩୧,୭୮୯ ଡଲାରରୁ ୪୧,୫୭୮ ଡଲାର ମଧ୍ୟରେ ରହିଛି ।

Model S ଏକ ଅତି ଦ୍ରୁତଗାମୀ କାର ଅଟେ । ଏହି କାରଟି ୧. ୯୯ ସେକେଣ୍ଡରେ ୦ ରୁ ୬୦ mphକୁ ତ୍ୱରାନ୍ୱିତ କରିବାକୁ ସକ୍ଷମ ଅଟେ । ଏହି କାର ୧୦୨୦ hp ର ପାକ୍ ପାୱାର ଦେଇଥାଏ । Model S ର ସର୍ବୋଚ୍ଚ ଗତି ହେଉଛି ୨୦୦ mph । ଏହି କାରର ମୂଲ୍ୟ ୭୧,୦୯୦ ଡଲାରରୁ ଆରମ୍ଭ ହେଉଛି ।

Model Y ରେ ଆଡଭାନ୍ସ ସେପ୍ଟି ଫିଚର ପ୍ରଦାନ କରାଯାଇଛି । ଏହି ଗାଡିରେ ଏକ ଡୁଆଲ୍ ମୋଟର ପାୱାର୍ ଟ୍ରେନ୍ ଅଛି, ଯାହା ଇନଷ୍ଟାଷ୍ଟ ଟର୍କ ଜେନେରେଟ କରେ । ମଡେଲ୍ Y ର ରେଞ୍ଜ ୩୧୦ ମାଇଲ୍ ଅଟେ । ଫେଡେରାଲ୍ ଟ୍ୟାକ୍ସ କ୍ରେଡିଟ୍ ପରେ ଏହି କାରର ମୂଲ୍ୟ ହେଉଛି ୩୭,୪୯୦ ଡଲାର ।

ନିକଟରେ ଟେସଲା ଗ୍ଲୋବାଲ ମାର୍କେଟରେ ଏହାର ସାଇବରଟ୍ରକ୍ ଲଞ୍ଚ କରିଛି । ଏହି ସାଇବରଟ୍ରକ୍ ର ରେଞ୍ଜ ହେଉଛି ୩୪୦ ମାଇଲ୍ । ଏହି ସାଇବରଟ୍ରକ୍ ୨.୬ ସେକେଣ୍ଡରେ ୦ ରୁ ୬୦ mph ପର୍ଯ୍ୟନ୍ତ ସ୍ପିଡ ହୋଇପାରେ । ସାଇବରଟ୍ରକ୍ ର ଟପ୍ ସ୍ପିଡ ହେଉଛି ୧୩୦ mph ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.