Below header

ପୁଣି ବଢ଼ିବ କ୍ଷୀର ଦାମ୍‌! Amul ଜଣାଇଲା କାରଣ…

ଏବେ କିଛି ଦିନ ପୂର୍ବରୁ ହିଁ କ୍ଷୀର ଦାମ୍‌ ବଢ଼ିଥିଲା। ଅମୂଲ ଏବଂ କ୍ଷୀର ବିକ୍ରି କରୁଥିବା ଅନେକ କମ୍ପାନୀ ଦାମ୍‌ରେ ଦୁଇ ଟଙ୍କା ବୃଦ୍ଧି କରିଥିଲେ। ଏବେ ପୁଣିଥରେ ସାଧାରଣ ଲୋକଙ୍କୁ ଝଟକା ଲାଗିବାକୁ ଯାଉଛି। ଅମୂଲର ପ୍ରବନ୍ଧ ନିର୍ଦ୍ଦେଶକ କହିଛନ୍ତି ଯେ ପୁଣିଥରେ କ୍ଷୀର ଦାମ୍‌ରେ ବୃଦ୍ଧି ଘଟିପାରେ। ଆଉ ଯଦି ଏମିତି ହୁଏ, ତା’ ହେଲେ ମହଙ୍ଗା ମାଡ଼ ପୁଣି ଲୋକଙ୍କୁ ହନ୍ତସନ୍ତ କରିବ।

ଅଧିକାରୀଙ୍କ ଅନୁସାରେ, ବର୍ତ୍ତମାନ ଶକ୍ତି, ଲଜିଷ୍ଟିକ୍ସ (ଯନ୍ତ୍ରପାତି) ଏବଂ ପ୍ୟାକେଜିଂର ଦାମ୍‌ ବୃଦ୍ଧି ହେତୁ ଅମୂଲ କ୍ଷୀର ମୂଲ୍ୟ ବୃଦ୍ଧି କରିପାରେ। ଯଦିଓ ଅଧିକାରୀ ଏହି କଥା ସ୍ପଷ୍ଟ କରି ନାହାନ୍ତି କି, କ୍ଷୀର ଦାମ୍‌ରେ କେତେ ଟଙ୍କା ବୃଦ୍ଧି ହେବ। ଏକ ବୟାନରେ ଅମୂଲ ଏମ୍‌ଡି ଆର୍‌ଏସ୍‌ ସୋଢ଼ି କହିଛନ୍ତି, ବର୍ତ୍ତମାନେ ଆମେ କ୍ଷୀର ମୂଲ୍ୟ ହ୍ରାସ କରି ପାରିବୁ ନାହିଁ, ବରଂ ଏହା ବୃଦ୍ଧି ଘଟିବ। ଗତ ଦୁଇ ବର୍ଷ ଭିତରେ ମୂଲ୍ୟ ୮ ପ୍ରତିଶତ ବୃଦ୍ଧି ଘଟିଛି, ଯେଉଁଥିରେ ଗତ ମାସରେ ଲିଟର ପିଛା ୨ ଟଙ୍କା ବୃଦ୍ଧି ସାମିଲ ରହିଛି।

ସେ ଆହୁରି କହିଥିଲେ କି, ଶକ୍ତି ମୂଲ୍ୟ ବୃଦ୍ଧି ଦ୍ୱାରା କୋଲ୍ଡ ଷ୍ଟୋରେଜ୍‌ର ଖର୍ଚ୍ଚ ପ୍ରଭାବିତ ହେଉଛି, ଯାହା ଏକ ତୃତୀୟାଂଶରୁ ଅଧିକ ବଢ଼ି ଯାଇଛି। ସେହିପରି ଲଜିଷ୍ଟିକ୍‌ ମୂଲ୍ୟ ଏବଂ ପ୍ୟାକେଜିଂ ଖର୍ଚ୍ଚ ମଧ୍ୟ ବଢ଼ି ଯାଇଛି। ଏହି କାରଣରୁ ହିଁ ୧.୨୦ ଟଙ୍କା ପ୍ରତି ଲିଟର ବୃଦ୍ଧି କରାଯାଇଥିଲା। ଆହୁରି ମଧ୍ୟ ସେ ଏହି କଥା ଉପରେ ଜୋର୍‌ ଦେଇ କହିଥିଲେ ଯେ ମହାମାରୀ ସମୟରେ ଦୁଗ୍ଧ ଚାଷୀଙ୍କର ଆୟ ବି ଲିଟର ପିଛା ୪ ଟଙ୍କା ପର୍ଯ୍ୟନ୍ତ ବଢ଼ି ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.