ଏମିତି ବି ଆସେ ମୃତ୍ୟୁ, ଆଉ ଛାରଖାର୍‌ ହୋଇଯାଏ ସୁନାର ସଂସାର ; ଦୁର୍ଘଟଣା ନେଲା ଗୋଟିଏ ପରିବାରର ୪ ଜୀବନ

ଭଞ୍ଜନଗର(କେନ୍ୟୁଜ୍): ଦୁର୍ଘଟଣା ନେଲା ଗୋଟିଏ ପରିବାରର ୪ ଜଣଙ୍କ ଜୀବନ । ଏକ ପିକଅପ୍‌ ଭ୍ଯାନ ଦ୍ରୁତଗତିରେ ଆସି ଚାପିଦେଲା ବାପା , ଦୁଇ ଝିଅ ଓ ନାତିକୁ । ଉଜୁଡି ଯାଇଛି ସପୂର୍ଣ୍ଣ ପରିବାର । ବେସାହାରା ହୋଇପଡିଛନ୍ତି ଘରେ ଥିବା ବିଧବା ସ୍ତ୍ରୀ ଓ ଆଉ ଜଣେ ଝିଅ । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଧନପୁର ଗାଁ ରାସ୍ତାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ କାନ୍ଦ ବୋବାଳି ରେ ଫାଟିପଡୁଛି ଘର । ସ୍ତବ୍ଧ ପାଲଟି ଯାଇଛି ସମୁଦାୟ ଗାଁ । ଜଣେ କି ଦି’ଜଣ ନୁହଁ? କିଛି ସମୟ ମଧ୍ୟରେ ଚାଲିଗଲା ଗୋଟିଏ ପରିବାରର ଚାରିଟି ଜୀବନ ।

ଖବର ଅନୁଯାୟୀ ନାତି ବିଶ୍ଵଜିତର ଦେହ ଭଲ ନଥିବାରୁ ପାଖ ଗାଙ୍ଗପୁର ମେଡିକାଲକୁ ଝିଅ ଲକ୍ଷ୍ମୀ ,ନାତି ବିଶ୍ଵଜିତ, ଆଉଜଣେ ଝିଅ ରିଙ୍କି ଏବଂ ବାପା ଜୟରାମ ଗାଙ୍ଗପୁରର ମେଡିକାଲ କୁ ଯାଇ ଘରକୁ ଫେରୁଥିଲେ । କିଛି ସମୟ ପରେ ଘରେ ପହଞ୍ଚିଥାନ୍ତେ । ହେଲେ ବାଟରେ ଜଗିଥିଲା କାଳ ସେମାନେ ଜଣିନଥିଲେ ଅଧା ରାସ୍ତାରେ ମୃତ୍ୟୁ ସେମାନଙ୍କୁ ଛକି ରହିଛି ବୋଲି । ତେବେ ଆଖି ପିଛୁଳାକେ ଘଟଣା ସ୍ଥଳରେ ପିକଅପ୍‌ ଭ୍ଯାନ ତଳେ ଚାପି ହୋଇ ବାପା ଜୟରାମଙ୍କ ମୃତ୍ୟୁ ହୋଇଗଲା । ଗୁରୁତର ଅବସ୍ଥାରେ ଉଧାର କରି ଆସିକା ମେଡିକାଲ ରେ ଭର୍ତି ହୋଇଥିବା ବେଳେ\ଦୁଇ ଝିଅ ଲକ୍ଷ୍ମୀ ଓ ରିଙ୍କି ର ମୃତ୍ୟୁ ହୋଇଥିଲା । ଏହା ପରେ ପୁଣି ଗୁରୁତର ୬ ବର୍ଷର ପୁଅ ବିଶ୍ଵଜିତ ର ବ୍ରହ୍ମପୁର ମେଡିକାଲ ରେ ମୃତ୍ୟୁ ହେଲା ।

ଘଟଣା ପରେ ସ୍ଥାନୀୟ ଲୋକେ ଇନ୍ଧନପୁର ଠାରେ ଟାୟାର ଜାଳି ରାସ୍ତା ଅବରୋଧ କଲେ । ଦୀର୍ଘ ସମୟଧରି ଭଞ୍ଜନଗର ଆସିକା ରାସ୍ତାରେ ଗମନାଗମନ ଅଚଳ ହେଇଗଲା । ଘଟଣା ସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ଚିଲେ । ଅଞ୍ଚଳବାସୀଙ୍କ ଦାବି ହେଲା ମୃତ ପରିବାର କୁ କ୍ଷତିପୁରଣ ଦେବାକୁ । କ୍ଷତିପୂରଣ ପ୍ରଶାସନ ଓ ଆସିକା ବିଧାୟିକାଙ୍କ ପକ୍ଷରୁ କିଛି ଆର୍ଥିକ ସାହାଯ୍ଯ ଦିଆଗଲା । ରାସ୍ତା ଅବରୋଧ ହଟିଲା ସତ , ହେଲେ ମୃତକଙ୍କ ପରିବାର ଲୋକଙ୍କ ଦୁଃଖ ବଢିଗଲା । କାରଣ ପରିବାରର ଏକମାତ୍ର ରୋଜଗାରକ୍ଷମ ବାପାଙ୍କ ମୃତ୍ୟୁ ପରେ ଏବେ ଘରେ ରହିଥିବା ବିଧବା ସ୍ତ୍ରୀ ଓ ଜଣେ ଝିଅ କେମିତି ବଞ୍ଚିବେ ତାକୁ ନେଇ ସମସ୍ଯା ଦେଖାଦେଇଛି । ଏହି ପରିବାରକୁ ସରକାରୀ ସ୍ତରରେ ସହାୟତା ଯୋଗାଇ ଦେବା ଏବେ ଜରୁରୀ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.