ଏବେ ବି ଓହ୍ଲାଇନି ପୁଷ୍ପା ଭୂତ! ୧୦ମ ପରୀକ୍ଷା ଖାତାରେ ଛାତ୍ର ଲେଖିଲା-ପୁଷ୍ପା ରାଜ୍‌…ଅପୁନ୍‌ ଲିଖେଗା ନେହିଁ ଶାଲା

ଅଲ୍ଲୁ ଅର୍ଜୁନ୍‌ଙ୍କ ଫିଲ୍ମ ‘ପୁଷ୍ପା’ ରିଲିଜ୍‌ ହେବା ପରଠାରୁ ପିଲାଠୁ ବଡ଼ ଲୋକଙ୍କ ଯାଏଁ ସମସ୍ତଙ୍କ ମୁଣ୍ଡରେ ପୁଷ୍ପା ଭୂତ ଚଢ଼ିଛି। ଏବେ ଯାହାକୁ ଦେଖ ପୁଷ୍ପା… ଝୁକେଗା ନେହିଁ ଶାଲା ଡାଇଲଗ୍‌ କହୁଛନ୍ତି। ଏହି ଡାଇଲଗ୍‌ ଏବେ ଏତେ ଲୋକପ୍ରିୟ ହୋଇଯାଇଛି ଯେ ଛୋଟ ପିଲାମାନେ ବି ଏହାକୁ କପି କରୁଥିବା ଦେଖାଯାଇଛି। ଏହାକୁ ନେଇ ଇନ୍‌ଷ୍ଟାଗ୍ରାମ୍‌ ରିଲ୍ସ ବି କରୁଛନ୍ତି ଲୋକେ। ତେବେ ଏବେ ପରୀକ୍ଷାରେ ଏକ ଛାତ୍ର ଏହି ଡାଇଲଗ୍‌ ଲେଖିଛି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଡାଇଗଲ୍‌ ଲେଖିଛି ଏକ ୧୦ ମ ଶ୍ରେଣୀର ଛାତ୍ର। ଛାତ୍ର ଜଣକ ଉତ୍ତର ଖାତାରେ ଲେଖିଛି- ପୁଷ୍ପା, ପୁଷ୍ପା ରାଜ…ଅପୁନ୍‌ ଲିଖେଗା ନେହିଁ।

ରିପୋର୍ଟ ମୁତାବକ, ଏହି ମାମଲା ପଶ୍ଚିମବଙ୍ଗର ବୋଲି କୁହାଯାଉଛି। ଏଠାରେ ଏକ ଉତ୍ତର ଖାତାର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଖାତାରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଛି- ପୁଷ୍ପା, ପୁଷ୍ପା ରାଜ…ଅପୁନ୍‌ ଲିଖେଗା ନେହିଁ। ଶାଲା।

Pushpa2

ଉତ୍ତର ଖାତାର ଫଟୋ ଭାଇରାଲ ହେବା ପରେ ଲୋକମାନେ ଏଥିରେ ଭିନ୍ନ ଭିନ୍ନ କମେଣ୍ଟ ଦେଉଥିବା ଦେଖାଯାଇଛି। କେହି କେହି କହିଛନ୍ତି ଯେ ଏହି ପିଲାଟିକୁ ଫେଲ୍‌ କରାଯାଉ। ସେହିପରି ଆଉ କିଛି ଏହାର ମଜା ନେଉଥିବା ଦେଖାଯାଇଛି।

ସୂଚନାଯୋଗ୍ୟ ଯେ ଅଲ୍ଲୁ ଅର୍ଜୁନ୍‌ଙ୍କ ଫିଲ୍ମ ପୁଷ୍ପା: ଦ ରାଇଜ୍‌ର ଜଲଓ୍ଵା କେବଳ ଭାରତ ନୁହେଁ ଭାରତ ବାହାରେ ବି ଦେଖିବାକୁ ମିଳିଛି। ଶ୍ରୀବଲ୍ଲୀ ହୁକ୍‌ ଷ୍ଟେପ୍‌ରେ ଜଣେ କୋରିଆ ମହିଳା ମଧ୍ୟ ଦମ୍‌ଦାର ଡ୍ୟାନ୍ସ କରିଥିଲେ। ଯାହାର ଭିଡିଓ ଖୁବ୍‌ ଭାଇରାଲ ହୋଇଥିଲା। ଲୋକମାନେ ବି ଏହି ଭିଡିଓକୁ ଖୁବ୍‌ ପସନ୍ଦ କରିଥିଲେ।
ନଜର ପକାନ୍ତୁ:

Also Read: ଛିଃ ଏତେ ନୃଶଂସ! ଶୋଇଥିବା କୁକୁର ଉପରେ କାର ଚଢ଼ାଇ ଦେଲା ଡ୍ରାଇଭର, ଛଟପଟ ହୋଇ ଚାଲିଗଲା ଜୀବନ; ଭିଡିଓ ଦେଖିଲେ ରକ୍ତ ଗରମ ହୋଇଯିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.