Below header

ଅପରିବର୍ତ୍ତିତ ରହିଲା ଆରବିଆଇ ରେପୋ ରେଟ୍ , ତ୍ରୈମାସିକ ମୂଦ୍ରାସ୍ଥିତି ବୈଠକ ପରେ ନିଷ୍ପତ୍ତି

ଅପରିବର୍ତ୍ତିତ ରହିଲା ଆରବିଆଇ ରେପୋ ରେଟ। ତ୍ରୈମାସିକ ମୂଦ୍ରାସ୍ଥିତି ସମୀକ୍ଷା ବୈଠକରେ ରେପୋ ରେଟକୁ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ।

ନୂଆଦିଲ୍ଲୀ : ଅପରିବର୍ତ୍ତିତ ରହିଲା ଆରବିଆଇ ରେପୋ ରେଟ। ତ୍ରୈମାସିକ ମୂଦ୍ରାସ୍ଥିତି ସମୀକ୍ଷା ବୈଠକରେ ରେପୋ ରେଟକୁ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ବୈଠକ ପରେ ରେପୋ ରେଟ ଅପରିବର୍ତ୍ତିତ ରହିଥିବା ନେଇ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ରେପୋ ରେଟ ବର୍ତ୍ତମାନ ୬.୫ ପ୍ରତିଶତରେ ସ୍ଥିର ରହିଛି।

ରେପୋ ରେଟ ଅପରିବର୍ତ୍ତିତ ରହିବା ଫଳରେ ଋଣର ଇଏମଆଇ କମିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ମହଙ୍ଗା ଦରକୁ ୪ ପ୍ରତିଶତ କମାଇବାକୁ ରେପୋ ରେଟ ଅପରିବର୍ତ୍ତିତ ରଖାଯାଇଛି। ରିଭର୍ସ ରେପୋ ରେଟ ୩. ୩୫ ପ୍ରତିଶତ ରହିଛି। ସୁଧ ହାର ଅପରିବର୍ତ୍ତିତ ରହୁଥିବାରୁ ଏମଏସଏଫ ଦର ୬.୭୫ ପ୍ରତିଶତ ରହିଛି। ଏସଡିଏଫ ୬.୨୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି। ୨୦୨୪ ଆର୍ଥିକ ବର୍ଷ ପାଇଁ ଜିଡିପି ଦର ୬.୫ ପ୍ରତିଶତରୁ ୭ ପ୍ରତିଶତ ରହିବା ଅନୁମାନ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.