Below header

୩୭ ହଜାର ୧୯୨ ପଏଣ୍ଟ ଟପିଲା ସେନସେକ୍ସ

ନୁଆଦିଲ୍ଲୀ: ସେୟାର ବଜାରରେ ଜବରଦସ୍ତ ଉତ୍ସାହ। ଲଗାତାର ଦ୍ୱିତୀୟ ଦିନ ପାଇଁ ଆଜି କାରବାର ଆରମ୍ଭରୁ ସର୍ବୋଚ୍ଚ ସ୍ତର ଛୁଇଁଲା ସେନସେକ୍ସ। ପ୍ରଥମ ଥର ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ୩୭ ହଜାର ପାର କରିଛି। ବିଏସଇ ସୂଚକାଙ୍କ ୨୧୨ ଦଶମିକ ୧୮ ପଏଣ୍ଟ ବୃଦ୍ଧି ପାଇ ୩୭ ହଜାର ୧୯୨ ପଏଣ୍ଟ ଛୁଇଁଥିଲା। ସେହିପରି ନିଫ୍ଟି ସୂଚକାଙ୍କରେ ବି ରେକର୍ଡ ବୃଦ୍ଧି ହୋଇଛି। ନିଫ୍ଟି ସୂଚକାଙ୍କ ୬୨ ଦଶମିକ ୦୫ ପଏଣ୍ଟ ବଢ଼ି ୧୧ ହଜାର ୨୨୯ରେ ପହଞ୍ଚିଥିଲା। ବିଦେଶୀ ପୁଞ୍ଜି ନିବେଶ ବୃଦ୍ଧି ନେଇ ସଙ୍କେତ ପରେ ସେୟାର ବଜାରରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳୁଛି। ଗତକାଲି ମଧ୍ୟ ସେନସେକ୍ସ ରେକର୍ଡସ୍ତରରେ ପହଞ୍ଚିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.