ଖୁବଶୀଘ୍ର ଲଞ୍ଚ ହେବ Kiaର ଏହି ଦୁଇଟି ମଡେଲ୍, ୟୁଜର୍ସଙ୍କୁ ଆସିବ ପସନ୍ଦ
ତେବେ Kia ବର୍ତ୍ତମାନ ନିଜ ଅପକମିଂ ମଡେଲଗୁଡିକ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଆମେ ଜାଣିବାକୁ ପାଇଛୁ ଯେ କୋରିଆ ଅଟୋମୋବାଇଲ୍ କମ୍ପାନୀ Kia ଚଳିତ ବର୍ଷ ଶେଷରେ ଦୁଇଟି ନୂଆ ମଡେଲ୍ ଲଞ୍ଚ କରିବ ।

Kia Cars ଏହି ମାସ ଆରମ୍ଭରେ ନିଜ ପ୍ରଡକ୍ଟଗୁଡିକରେ ଅନେକ ଅପଡେଟ୍ କରିବା ନେଇ ଘୋଷଣା କରିଛି । ତେବେ Kia ବର୍ତ୍ତମାନ ନିଜ ଅପକମିଂ ମଡେଲଗୁଡିକ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଆମେ ଜାଣିବାକୁ ପାଇଛୁ ଯେ କୋରିଆ ଅଟୋମୋବାଇଲ୍ କମ୍ପାନୀ Kia ଚଳିତ ବର୍ଷ ଶେଷରେ ଦୁଇଟି ନୂଆ ମଡେଲ୍ ଲଞ୍ଚ କରିବ ।
ଆଗାମୀ ଦୁଇଟି ନୂଆ ମଡେଲରେ EV9 ଇଲେକ୍ଟ୍ରିକ୍ SUV ଏବଂ New Generation Carnival ସାମିଲ ଅଛି । ଚଳିତ ଆର୍ଥିକ ବର୍ଷରେ ଏହି ଦୁଇଟି କାର ଲଞ୍ଚ ହେବ । ଆସନ୍ତା ମାସରେ Carnival ପହଞ୍ଚିବ ବୋଲି ଆଶା କରାଯାଉଥିବାବେଳେ ଏହା ପରେ EV9 ଲଞ୍ଚ ହୋଇପାରେ ।
ଦୁଇମାସ ପୂର୍ବରୁ ରାସ୍ତାରେ EV9 ଚାଲୁଥିବାର ଦେଖାଯାଇଥିଲା । ଭାରତୀୟ ବଜାରରେ ବ୍ରାଣ୍ଡର ନୂଆ ଫ୍ଲାଗସିପ୍ କାର୍ ପ୍ରସ୍ତୁତ ହେବାକୁ ଠିକ୍ ହୋଇଛି । ଏହା 2WD ଏବଂ 4WD ଭାବେ ଲଞ୍ଚ ହେବ ବୋଲି ଆଶା କରାଯାଉଛି, ଯାହା ଫୁଲ୍ ଚାର୍ଜରେ ପ୍ରାୟ ୪୦୦-୫୦୦ କିଲୋମିଟରର ରେଞ୍ଜ ଦେଇଥାଏ ।
EV9 କିପରି ହେବ ?
ଇଣ୍ଡିଆ-ସ୍ପେକ୍ EV9 ବିଷୟରେ ଡିଟେଲ୍ସ ଏପର୍ଯ୍ୟନ୍ତ ଜଣା ପଡିନାହିଁ । କିନ୍ତୁ ଆଶା କରାଯାଉଛି ଏହି କାରଟି ପ୍ରଥମେ CBU ମଡେଲ ଭାବରେ ଆସିବ ଏବଂ ଚାହିଦା ଉପରେ ନିର୍ଭର କରି ଏହାକୁ CKD ଭର୍ସନରେ ଅଣାଯିବ । ଏଥିରେ ଲେଭଲ୍ 2 ADAS ସୁଇଟ୍, ଡୁଆଲ୍ ଡିଜିଟାଲ୍ ସ୍କ୍ରିନ୍, କନେକ୍ଟେଡ୍ କାର୍ ଟେକ୍ନୋଲୋଜି, ସେକେଣ୍ଡ ରୋ ପାଇଁ ଇଲେକ୍ଟ୍ରିକ୍ ଆଡଜଷ୍ଟେବଲ ସିଟ୍, ପାଓ୍ଵାର୍ଡ ଟେଲଗେଟ୍ ଏବଂ ମଲ୍ଟି ଜୋନ୍ କ୍ଲାଇମେଟ୍ କଣ୍ଟ୍ରୋଲ ଭଳି ଫିଚର ରହିବ ।
Kia EV9 ଭାରତୀୟ ବଜାରରେ jeep grand cherokee ଏବଂ ଆଗାମୀ volvo EX90 ଭଳି କାର ସହିତ ପ୍ରତିଦ୍ୱନ୍ଦିତା କରିବ । EX90 ଚଳିତ ବର୍ଷ ଜୁନରେ ଲଞ୍ଚ ହେବ ବୋଲି ଆଶା କରାଯାଉଛି ଏବଂ ଏହାର ଏକ୍ସ ସୋ’ ରୁମ୍ ପ୍ରାଇସ୍ ପ୍ରାୟ ୧.୫୦ କୋଟି ଟଙ୍କା ହେବ ।