କଂଗ୍ରେସରୁ ସୁରଙ୍କ ଇନିଂସ ଶେଷ ! ଏଥର ଜଟଣୀରୁ ସନ୍ତୋଷ ଜେନା

କଂଗ୍ରେସରୁ ସୁରଙ୍କ ଇନିଂସ ଶେଷ । ଏଥର ଜଟଣୀରୁ ଲଢିବେ ସନ୍ତୋଷ ଜେନା । ୨୦୨୪ରେ ସୁରଙ୍କ ବଦଳରେ ସନ୍ତୋଷଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଦୀର୍ଘ ୪୪ ବର୍ଷ ଧରି ଗଡ଼ ବଜାୟ ରଖିଥିଲେ ବରିଷ୍ଠ କଂଗ୍ରେସ ନେତା ।

ଭୁବନେଶ୍ୱର : କଂଗ୍ରେସରୁ ସୁରଙ୍କ ଇନିଂସ ଶେଷ । ଏଥର ଜଟଣୀରୁ ଲଢିବେ ସନ୍ତୋଷ ଜେନା । ୨୦୨୪ରେ ସୁରଙ୍କ ବଦଳରେ ସନ୍ତୋଷଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଦୀର୍ଘ ୪୪ ବର୍ଷ ଧରି ଗଡ଼ ବଜାୟ ରଖିଥିଲେ ବରିଷ୍ଠ କଂଗ୍ରେସ ନେତା । ୧୯୮୦ ମସିହାରୁ ସୁରେଶ ରାଉତରାୟ ଜଟଣୀରୁ ଲଢ଼ି ଆସୁଛନ୍ତି । ୬ ଥର ବିଧାୟକ ହୋଇଛନ୍ତି ।

ସେପଟେ ସୁରଙ୍କ ବିରୋଧରେ ହୋଇପାରେ ଆକ୍ସନ । କଂଗ୍ରେସରୁ ନିଲମ୍ବିତ ହୋଇପାରନ୍ତି ବିଧାୟକ ସୁର ରାଉତରାୟ । ଏନେଇ ଏଆଇସିସି ପକ୍ଷରୁ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି । ସାନପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶିବା ଓ ସାଂସଦ ପ୍ରାର୍ଥୀ ହେବା ପରେ ସୁରେଶ ରାଉତରାୟଙ୍କ କାର୍ଯ୍ୟକଳାପରେ କଂଗ୍ରେସ କ୍ଷୁବ୍ଧ।

କଂଗ୍ରେସରେ ଥାଇ ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରିଥିଲେ । ଏହାପରେ ତାଙ୍କୁ ଜାରି ହୋଇଥିଲା କାରଣ ଦର୍ଶାଅ ନୋଟିସ୍ । ଜବାବରେ ସୁର ଉଲ୍ଲେଖ କରିଥିଲେ, ଭୁବନେଶ୍ବର ଲୋକସଭା ଅଧୀନରେ ଆସୁଥିବା ବିଧାନସଭା କ୍ଷେତ୍ରରେ କଂଗ୍ରେସ ପାଇଁ ପ୍ରଚାର କରିବେନି। ସୁରଙ୍କ ବିରୋଧରେ ଶୃଙ୍ଖଳା କମିଟି ଦେଇଥିବା ରିପୋର୍ଟ ଦିଲ୍ଲୀ ପଠାଯାଇଛି।

ହାଇକମାଣ୍ଡ ନିଷ୍ପତ୍ତି ନେବେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିିଥିଲେ । ୨୦୧୯ ନିର୍ବାଚନରେ ଜଟଣୀରୁ ବିଜେଡି ଦଳର ପ୍ରାର୍ଥୀ ବିଭୁତି ଭୂଷଣ ବଳବନ୍ତରାୟଙ୍କୁ ହରାଇ ୬୮ ହଜାର ୮୯୫ ଭୋଟରେ ବିଜୟୀ ହୋଇଥିଲେ ସୁରେଶ ରାଉତରାୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.