କାରର ମୂଲ୍ୟ ଠାରୁ ବି ଅଧିକ ଏହି ସାଇକେଲର ଦାମ, ଅଛି ସେମିତି କିଛି ଜବରଦସ୍ତ ଫିଚର୍ସ

ବିଶ୍ୱରେ ଦିନକୁ ଦିନ ଅଧିକ ଆଧୁନିକ ହେବାରେ ଲାଗିଛି । ଯାହାର ଅନ୍ଦାଜ ଆପଣ ନିକଟରେ ଲଞ୍ଚ ହେଉଥିବା ଗାଡି ଗୁଡିକର ଫିଚର ଦେଖି ଆପଣ ଲଗାଇ ପାରିବେ । Noordung ନାମକ ଏକ ଷ୍ଟାର୍ଟଅପ କମ୍ପାନୀ ଏମିତି ଏକ ଆଧୁନିକ ଇ- ସାଇକେଲ ପ୍ରସ୍ତୁତ କରିଛନ୍ତି ଯାହାର ଫିଚର ଗୁଡିକ ବିଷୟରେ ଜାଣିଲେ ଆପଣ ଦଣ୍ଡେ ଛିଡା ହୋଇଯିବେ । ଅବଶ୍ୟ ଅନ୍ୟ ସ୍କୁଟର ଠାରୁ ଟିକେ ଅଧିକ ଦାମ ଥିବା ଏହି ଇଲେକ୍ଟ୍ରିକ ସାଇକେଲରେ ବଲୁ ଟୁଥ ସ୍ପିକର, ଏୟାର ପଲ୍ୟୁସନ ସେନ୍ସର, ପାୱାର ବ୍ୟାଙ୍କ ପରି ଆଡଭାନ୍ସ ଫିଚର୍ସ ଦିଆଯାଇଛି । ଆସନ୍ତୁ ଜାଣିବା ଏହି ସାଇକେଲରେ ଆଉ କିଛି ବିଶେଷତା ବିଷୟରେ ।

ଏହି ଇଲେକ୍ଟ୍ରିକ ସାଇକେଲକୁ ଆପଣ ଏକ ଆପ ଜରିଆରେ କନେକଟ କରିପାରିବେ । ଯେଉଁଥିରେ ଚଳାଳୀ ମାନଙ୍କୁ କେତେ ଗୁଡିଏ ଅପସନ ଦେଖାଦେବ । ଏହି ଇ- ସାଇକେଲରେ ବୁମବକ୍ସ ଦିଆଯାଇଛି । ଏହାକୁ ବ୍ଲୁ ଟୁଥ ଜରିଆରେ କନେକଟ କରାଯାଇପାରିବ ।

ବ୍ୟାଟେରୀ ଓ ରେଞ୍ଜ:

ଏହି ଇଲେକ୍ଟ୍ରିକ ସାଇକେଲରେ ୩୦୦ Wh ବ୍ୟାଟେରୀ ଦିଆଯାଇଛି । ଯାହାକି ସିଙ୍ଗଲ ଚାର୍ଜରେ ୬୦ କିମି ପର୍ଯ୍ୟନ୍ତ ଯିବାକୁ ସକ୍ଷମ । ଯଦି ସାଇକେଲ ବ୍ୟାଟେରୀ ସରିଯାଏ ତେବେ ଚଳାଳୀ ମାନେ ପେଡ଼ଲ ମାରି ଯାଇପାରିବେ । ଏହି ଇ- ବାଇକକୁ ତିନି ଘଣ୍ଟା ପାଇଁ ଫୁଲ ଚାର୍ଜ କରାଯାଇଥାଏ ।

କଣ ରହିଛି ମୂଲ୍ୟ:

ଦର ଦୃଷ୍ଟିରୁ ଦେଖିଲେ ଏହି ସାଇକେଲର ମାର୍କେଟର ମୂଲ୍ୟ ୫ .୭୧ ଲକ୍ଷ ଟଙ୍କା ରଖାଯାଇଛି । ଆପଣ ଅନୁମାନ ଲଗାଇ ପାରୁଥିବେ ଏହି ମୂଲ୍ୟରେ ଆପଣ ଏକ ହ୍ୟାଚ ବ୍ୟାକ କାର ଆସିପାରିବ ।

ସାଇକେଲ ମାଲିକ ଏହି ଆପ ଜରିଆରେ ବାୟୁ ପ୍ରଦୂଷଣ ବାବଦରେ ଦେଖିପାରିବେ । ଆଉ ସ୍ପିଡ ପବନରେ ରାସ୍ତା ନେଇ ଯୋଜନା ବନେଇ ପାରିବେ । ଏଥିରେ ଦିଆଯାଇଥିବା ବୁମବକ୍ସରେ ଚାରିଟି ସ୍ପିକର ଲାଗିଛି । ଯେଉଁଥିରେ ଭଲ ସ୍ପିକର ଆସିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.