ମିଶିପାରନ୍ତି ପିଏନ୍‌ବି, ବିଓଆଇ ଓ ୟୁନିୟନ ବ୍ୟାଙ୍କ

ଗତ ଅକ୍ଟୋବରରେ ସରକାର ବ୍ୟାଙ୍କ ଅଫ୍ ବରୋଦା ସହିତ ‌ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର ମିଶ୍ରଣ ପ୍ରସ୍ତାବ ଦେଇଥିଲେ। ବ୍ୟାଙ୍କ ଅଫ୍ ବରୋଦା ସହିତ ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କକୁ ମିଶାଇ ଦିଆଯାଇଛି। ଏହି ମିଶ୍ରଣ ୨୦୧୯ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହୋଇଛି। ଏହି ପରିପେକ୍ଷୀରେ ଅର୍ଥ ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ ସୂତ୍ର ମୁତାବକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକ ମଧ୍ୟରେ ମିଶ୍ରଣ ପାଇଁ ସରକାର ଖୁବଶୀଘ୍ର କେତେକ ବ୍ୟାଙ୍କକୁ ଆଲୋଚନା ପାଇଁ ଡାକିପାରନ୍ତି । ଯେଉଁସବୁ ବ୍ୟାଙ୍କକୁ ସରକାର ଡାକିବା ସମ୍ଭାବନା ରହିଛି ସେଗୁଡ଼ିକ ମଧ୍ୟରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍‌ବି), ୟୁନିୟନ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ଇଣ୍ଡିଆ(ବିଓଆଇ) ରହିଛନ୍ତି। ସରକାର ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ କିମ୍ବା ତୃତୀୟ ତ୍ରୟମାସରେ ବ୍ୟାଙ୍କ ମିଶ୍ରଣ କରିପାରନ୍ତି। ଏନେଇ ବିଶେଷ ଆଲୋଚନା ଚାଲିଛି ।

Leave A Reply

Your email address will not be published.