Below header

ଭିମ୍ /ୟୁପିଆଇ ଆପ୍ ଜରିଆରେ ରେଳ ଟିକେଟରେ, ଏପରି ପାଆନ୍ତୁ ରିହାତି

ନୂଆଦିଲ୍ଲୀ :  ଡ଼ିଜିଟାଲ ପେମେଣ୍ଟକୁ ପ୍ରୟାସ ଦେବାପାଇଁ ଭାରତୀୟ ରେଳ ଟିକେଟ ବୁକିଂ ପାଇଁ ୟୁନିଫାଇଣ୍ଡ ପେମେଣ୍ଟ ଇଣ୍ଟରଫେସ୍(ୟୁପିଆଇ) ଏବଂ ଭାରତ ଇଣ୍ଟରଫେସ୍ ମନି (ଭିମ୍)ରେ ଖାସ ରିହାତିର ବ୍ଯବସ୍ଥା କରିଛନ୍ତି। ରେଳ ମନ୍ତ୍ରାଳୟ ଏହି ବ୍ଯବସ୍ଥାକୁ ଚଳିତ ବର୍ଷ ଜୁଲାଇରେ ବନ୍ଦ କରିଦେଇଥିଲେ କିନ୍ତୁ ପୁଣି ଥରେ ଏହାକୁ ଆରମ୍ଭ କରାଯିବା ସହ ୧୩ ଜୁନ୍ ୨୦୧୯ ପର୍ଯ୍ଯନ୍ତ ଏହାକୁ ଚାଲୁ ରଖାଯିବ। ତେବେ ଏହି ଆପ ଜରୀୟାରେ ବୁକିଂ ଦ୍ବାରା ରେଳ ଟିକେଟର ବେସ ଫେୟାରରେ ଆପଣଙ୍କୁ ୫ ପ୍ରତିଶତ ପର୍ଯ୍ଯନ୍ତ ରିହାତି ମିଳିପାରିବ। ତେବେ ପୂର୍ବରୁ ଏହି ବ୍ଯବସ୍ଥା ରହିଥିବା ବେଳେ ଏବେ ମଧ୍ୟ ଏହାର ଆପଣ ଫାଇଦା ଉଠାଇ ପାରିବେ।

ସୂଚନା ଅନୁଯାୟୀ, ରେଳ ମନ୍ତ୍ରାଳୟ ଡ଼ିସେମ୍ବର ୨୦୧୭ରେ ୟୁପିଆଇ/ଭିମ୍ ଆପ୍ସ ଜରୀଆରେ ଟିକେଟ ବୁକିଂର ସୁବିଧା ଯୋଗାଇଥିଲେ। ତେବେ ୟୁପିଆଇ ଦ୍ବାରା ଆପଣ ଯେକୌଣସି ବ୍ଯଙ୍କକୁ ଟଙ୍କା ନେଣଦେଣ କରିପାରିବେ। ଏଥିପାଇଁ କୌଣସି ପ୍ରକାରର ବ୍ଯାଙ୍କ ଖାତା ଖୋଲିବାକୁ ପଡ଼ିନଥାଏ।

bhim

କିପରି କରିବେ ବ୍ଯବହାର

  • ଏଥିପାଇଁ ରେଳ ଟିକେଟ କାଉଣ୍ଟରରେ ବସିଥିବା ବ୍ଯକ୍ତିଙ୍କୁ ଆପଣଙ୍କୁ ଯାତ୍ରା ସମ୍ବନ୍ଧୀୟ ସମସ୍ତ ସୂଚନା ପ୍ରଦାନ କରିବାକୁ ପଡ଼ିବ।
  • ଯଦି ଯାତ୍ରୀ ୟୁପିଆଇ/ଭିମ୍ ଜରୀୟାରେ ପେମେଣ୍ଟ କରିବାକୁ ଚାହୁଁଛନ୍ତି ତେବେ ରେଳ କର୍ମଚାରୀ ଯାତ୍ରୀଙ୍କ ଭରଚୁଆଲ ଆଇଡ଼ି ଜରୀଆରେ ଟଙ୍କା ଲେଣଦେଣ କରିବାକୁ ପଡ଼ିବ।
  • ଯାତ୍ରୀଙ୍କୁ ପେମେଣ୍ଟ ସମୟରେ ମୋବାଇଲରେ ଟଙ୍କା ଦେବାକୁ ଏକ ମଞ୍ଜୁର ଅନୁରୋଧ ଆସିବ। ଏହାପରେ ୟୁପିଆଇ ସହ ଯୋଡ଼ି ହୋଇଥିବା ଆକାଉଣ୍ଟରୁ ରାଶି ଡ଼େବିଟ ହୋଇଥିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.