କେବଳ ପ୍ଲାଟଫର୍ମ ଟିକେଟ ସାହାଯ୍ୟରେ ମଧ୍ୟ ଆପଣ ଟ୍ରେନ ଯାତ୍ରା କରିପାରିବେ, ଜାଣନ୍ତୁ ରେଳ ବିଭାଗର ଏହି ଜରୁରୀ ନିୟମ

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। ଟ୍ରେନରେ ଯାତ୍ରା କରିବା ଏବେ ହେବ ଆହୁରି ସୁବିଧା। ଏବେ ଟିକେଟକୁ ନେଇ ନୋ ଟେନସନ୍‌। ଟ୍ରେନରେ ଯାତ୍ରା ପାଇଁ ଆପଣ ମାସକ ପୂର୍ବରୁ ଯେଉଁ ରିଜର୍ଭେସନ ଟିକେଟ ବୁକ କରୁଥିଲେ। ତାହାକୁ ନେଇ ଆଉ ବେଶି ଚିନ୍ତା କରନ୍ତୁ ନାହିଁ।

ରିଜର୍ଭେସନ ଟିକେଟ ସାଧାରଣତଃ ଦୁଇ ପ୍ରକାର ମାଧ୍ୟମରେ ହୋଇଥାଏ। ପ୍ରଥମତଃ ଅଫଲାଇନ ପରେ ଅନଲାଇନ୍‌। କିନ୍ତୁ ସମସ୍ୟା ସେତେବେଳେ ଆସେ ଯେତେବେଳେ ଲୋକଙ୍କୁ ଅଚାନକ ଟ୍ରେନରେ ଯିବାକୁ ପଡ଼େ ଆଉ ପାଖରେ ଟ୍ରେନ ଟିକେଟ ନଥାଏ। ରିଜର୍ଭେସନ ମିଳିନଥାଏ। ଏହି ସମୟରେ ଯାତ୍ରୀ ତତ୍କାଳ ଟିକେଟ ର ଏକମାତ୍ର ବିକଳ୍ପ ଖୋଜନ୍ତି। କିନ୍ତୁ ଆଜି ଆମେ ଏହାର ଆଉ ଏକ ସୁବିଧା ବିକଳ୍ପ ସମ୍ପର୍କରେ କହିବୁ। ଯାହାଦ୍ୱାରା ଆପଣ ଖୁବ ସହଜରେ ଟ୍ରେନରେ ବିନା ଟିକେଟରେ ଯାତ୍ରା କରିପାରିବେ।

ଯଦି ଆପଣଙ୍କ ପାଖେ ରିଜର୍ଭେସନ ଟିକେଟ ନାହିଁ। ତେବେ ଆପଣ କେବଳ ପ୍ଲାଟଫର୍ମ ଟିକେଟ ସାହାଯ୍ୟରେ ମଧ୍ୟ ଯାତ୍ରା କରିପାରିବେ। ଏହି ଟିକେଟକୁ ନେଇ ଆପଣ ଟିକେଟ ଚୋକର ପାଖରେ ସହଜରେ ନିଜ ଟିକେଟ କରିପାରିବେ। ଏହି ନିୟମ ରେଳ ବିଭାଗ ତିଆରି କରିଛି। ପ୍ଲାଟଫର୍ମ ଟିକେଟ ନେଇ ଆପଣଙ୍କୁ ଶୀଘ୍ର ହିଁ TTEଙ୍କୁ ସମ୍ପର୍କ କରି ନିଜ ଟିକେଟ କରିନିଅନ୍ତୁ।

କିଛି ସମୟରେ ଟିଟିଇ ସିଟ୍‌ ଖାଲି ନଥିବାରୁ ରିଜର୍ଭ ଟିକେଟ ଦେବାକୁ ମନାକରିଥାଏ। କିନ୍ତୁ ଆପଣ ସହଜରେ ଯାତ୍ରା କିନ୍ତୁ କରିପାରିବେ। ତେଣୁ ଯଦି ଆପଣଙ୍କ ପାଖେ ରିଜର୍ଭେସନ ଟିକେଟ ନାହିଁ ତେବେ ଆପଣଙ୍କୁ ୨୫୦ ଟଙ୍କା ପେନାଲ୍ଟି ସହ ଯାତ୍ରା କରିବାର ଖର୍ଚ୍ଚ ମଧ୍ୟ ଦେବାକୁ ପଡ଼ିବ ।ଏହା ମଧ୍ୟ ରେଳ ବିଭାଗର ଜରୁରୀ ନିୟମ ମଧ୍ୟରୁ ଏକ । କିନ୍ତୁ ଟିକେଟ ନଥିଲେ ଆପଣ କେବଳ ପ୍ଲାଟଫର୍ମ ଟିକେଟ ସାହାଯ୍ୟରେ ଟ୍ରେନରେ ଚଢ଼ିପାରିବେ। ପରେ ଟିକେଟ କରିପାରିବେ।