Below header

କରୋନା ଯୋଗୁଁ ଦୋହଲିଗଲା ଏହି ଅଟୋଶିଳ୍ପ : କାଟିଦେଲା ୬ ମାସର କର୍ମଚାରୀଙ୍କ ଦରମା

ସମଗ୍ର ବିଶ୍ୱରେ କରୋନା ଭାଇରସ ଯୋଗୁଁ ଅର୍ଥନୀତି ଉପରେ ଗୁରୁତର ବେଶୀ ପ୍ରଭାବ ପଡିଛି। କେବଳ ବିଶ୍ୱ ନୁହେଁ ଦେଶରେ କରୋନା ସଂକ୍ରମଣ ଓ ଲକଡାଉନ ଯୋଗୁଁ ଅର୍ଥନୀତି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ସର୍ବାଧିକ କ୍ଷତିଗ୍ରସ୍ତ କ୍ଷେତ୍ର ମଧ୍ୟରେ ରହିଛି ଅଟୋମୋବାଇଲ ଉଦ୍ୟୋଗ । ଯାହାଫଳରେ ଅଧିକାଂଶ କମ୍ପାନୀ ଏପ୍ରିଲ ମାସରେ ଗୋଟିଏ ମଧ୍ୟ ଯାନ ବିକ୍ରି କରିନାହାନ୍ତି ।

tvs company

ଦେଶର ପ୍ରମୁଖ ଦୁଇଚକିଆ ଓ ତିନିଚକିଆ ଯାନ ନିର୍ମାଣକାରୀ କମ୍ପାନି ଟିଭିଏସ ନିଜ କର୍ମଚାରୀଙ୍କ ୬ ମାସର ଦରମା କାଟ ଲାଗି ନିଷ୍ପତ୍ତି ନେଇଛି । ତେବେ କର୍ମଚାରୀଙ୍କ ପାହ୍ୟା ଅନୁସାରେ ଦରମାକାଟ କରାଯାଇଛି । କନିଷ୍ଠ କର୍ମଚାରୀଙ୍କ ଦରମା ୫ ପ୍ରତିଶତ, ଉଚ୍ଚପଦସ୍ଥ କର୍ମଚାରୀଙ୍କ ଦରମା ୧୫ରୁ ୨୦ ପ୍ରତିଶତ କଟିବ । ଏହି ନିଷ୍ପତ୍ତି କରୋନା ମହାମାରୀକୁ ଦେଖି ଘୋଷଣା କରାଯାଇଛି।

ପୂର୍ବରୁ ଦେଶର ପ୍ରମୁଖ କମ୍ପାନି ରିଲାଏନ୍ସ ନିଜ କର୍ମଚାରୀଙ୍କ ଦରମା କାଟ ସଂପର୍କରେ ଘୋଷଣା କରିଥିଲା । ବର୍ଷକୁ ୧୫ ଲକ୍ଷରୁ ଟଙ୍କାରୁ ଅଧିକ ଦରମା ନେଉଥିବା କର୍ମଚାରୀଙ୍କ ଦରମା ୩୦ରୁ ୫୦ପ୍ରତିଶତ ପର୍ଯ୍ୟନ୍ତ କାଟ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.