Below header

ଯାଜପୁର : ପରିବା ମାର୍କେଟ ନିକଟରେ ପରିବା ଗାଡି ଭିତରୁ ଜବତ ହେଲା ୪୫ ଲିଟର ବିଦେଶୀ ମଦ

ଯାଜପୁର ଟାଉନ: କଲିକତାରୁ ପରିବା ଗାଡିରେ ବିଦେଶୀ ମଦ ଆସୁଥିବା ବେଳେ ଅବକାରୀ ବିଭାଗ ହାତରେ ଧରାପଡିଛି । ଯାଜପୁର ବାଳାଶ୍ରମ ପଡିଆ ପରିବା ମାର୍କେଟ ନିକଟରେ ଅବକାରୀ ବିଭାଗ ଏହି ଗାଡିକୁ ଜବତ କରି ସେଥିରୁ ୪୫ ଲିଟର ବିଦେଶୀ ମଦ ଜବତ କରିଛି । ଜବତ ମଦ ଗୁଡିକ ନାମି ଦାମୀ ବ୍ରାଣ୍ଡର ଥିବା ଜଣାପଡିଛି । ଜବତ ମଦର ଆନୁମାନିକ ମୂଲ୍ୟ ୩ରୁ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

gadiଓଡିଶାରେ ଏବେ ମଦ ମିଳୁ ନଥିବାରୁ ରାଜ୍ୟ ବାହାରୁ ଏଭଳି ଚୋରା ଆମଦାନି ହେଉଛି । ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ହେଲେ ବିଂଝାରପୁର ଥାନା ଉଡରଂଗ ଅଂଚଳର ଦିପ୍ତିରଂଜନ ରାଉତ । ଏହି ଘଟଣାରେ ପରିବା ଗାଡି କୁ ଜବତ କରିବା ସହିତ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.