ଆଶ୍ଚର୍ଯ୍ଯ ହେଲେ ବି ସତ! ନେପାଳରୁ ପଶ୍ଚିମବଙ୍ଗ ଯାତ୍ରା କଲା କୁମ୍ଭୀର

ବର୍ତ୍ତମାନ କରୋନା ମହାମାରୀ ପାଇଁ ଜାରି ରହିଥିବା ଲକଡାଉନରେ ଅନେକ ଜୀବ-ଜନ୍ତୁ ରାସ୍ତାରେ ବୁଲିଥିବାର ଦେଖିବାକୁ ମିଳୁଛି। ସେମାନଙ୍କ ପାଇଁ ଲକଡାଉନର କୌଣସି ନିୟମ ନାହିଁ। ସେହିଭଳି ଗତ କିଛି ଦିନ ପୂର୍ବରୁ ଏକ ବାଘ ନିଜ ସାଥୀକୁ ଖୋଜିବା ପାଇଁ ୧୦୦କି.ମି ଯାତ୍ରା କରିବା ଖବର ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଏଭଳି ଏକ ଖବର ସାମ୍ନାକୁ ଆସିଛି, ଯାହା ବିଷୟରେ ଆପଣମାନେ ଜାଣିବା ପରେ ମଧ୍ଯ ନିଶ୍ଚୟ ଆଶ୍ଚର୍ଯ୍ଯ ହୋଇଯିବେ। ଘଟଣାଟି ହେଉଛି ଏହି ଲକଡାଉନ୍ ରେ ଏକ କୁମ୍ଭୀର ପାଖାପାଖି ୧୧୦୦କି.ମି ଯାତ୍ରା କରିଛି। ଆଜ୍ଞା ହଁ ଏକଥା ବିଶ୍ବାସ ନହେଉଥିଲେ ମଧ୍ଯ ବିଲକୁଲ୍ ସତ।

crocoୱାଲ୍ଡ ଲାଇଫ ଟ୍ରଷ୍ଟ ଅଫ୍ ଇଣ୍ଡିଆ ଅନୁଯାୟୀ ଏହି କୁମ୍ଭୀରକୁ ନେପାଳର ରାପ୍ତି ନଦୀରେ ଛଡା ଯାଇଥିଲା କିନ୍ତୁ ଏକ ମାସ ପରେ ହୁଗୁଳି ନଦୀ ନିକଟ ରାଣୀ ନଗର ଘାଟ, ପଶ୍ଚିମ ବଙ୍ଗରୁ ଏହି କୁମ୍ଭୀର ମିଳିଛି। ସୂଚନା ମୁତାବକ ଏହି କୁମ୍ଭୀରର ଦୁଲର୍ଭ ପ୍ରଜାତିର ହୋଇଥିବାରୁ ଏହାର ପରିଚୟ ହୋଇପାରିଛି।

ପ୍ରଫେସର ବିସି ଚୌଧୂରୀ କୁମ୍ଭୀର ସମ୍ପର୍କରେ କହିଛନ୍ତି, କୁମ୍ଭୀରର ଏହି ପ୍ରଜାତିକୁ ଥଣ୍ଡା ଦିଦେନ ଛାଡିଦେବା ଉଚିତ କିନ୍ତୁ ଗରମ ଦିନରେ ଛାଡିଦେବା ଦ୍ବାରା ଏହି ପ୍ରଜାତିର କୁମ୍ଭୀର ନିର୍ଦ୍ଦିଷ୍ଟ ସ୍ଥାନରେ ନରହି ଅନ୍ଯତ୍ର ସ୍ଥାନକୁ ଚାଲିଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.