Below header

ଆଗକୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ, ଜଲଦି ସାରିଦିଅନ୍ତୁ ବ୍ୟାଙ୍କ ଜନିତ ଜରୁରୀ କାମ

ବ୍ୟାଙ୍କରେ ଜରୁରୀ କାମ ରହିଛି, ତେବେ ଜଲଦି ସାରିଦିଅନ୍ତୁ। ଆଗକୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ ହେବା ପାଇଁ ଆହ୍ଵାନ ଦେଇଛି ଟ୍ରେଡ ୟୁନିଅନ। ସଂସଦରେ ବଜେଟ ଅଧିବେସନରେ ୨୦୨୨ ଫେବୃଆରୀରେ ଦୁଇଦିନ ଅର୍ଥାତ୍‌ ୨୩ ଏବଂ ୨୪ ଫେବୃଆରୀରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ଚେତାବନୀ ଦେଇଛି। କିନ୍ତୁ ଏହା ପୂର୍ବରୁ ୧୬ ଏବଂ ୧୭ ଡିସେମ୍ବରକୁ ବ୍ୟାଙ୍କୁ ଦୁଇଦିଦିଆ ଧର୍ମଘଟ କରିବାକୁ ଆହ୍ଵାନ ଦେଇଛି। ଏହି ଧର୍ମଘଟରେAITUC, INTUC, CITU ସମେତ ୧୦ଟି ୟୁନିଅନର ସମର୍ଥନ ମିଳିଛି।

ଏହି ଧର୍ମଘଟରେ ପ୍ରମୁଖ ଘଟଣା ଯେପରିକି ବ୍ୟାଙ୍କ ଘରୋଇକରଣ, ପୁରୁଣା ପେନସନ ଭଳି ଦାବି ରହିବ। ତେଣୁ ଯଦି ଆପଣଙ୍କ ବ୍ୟାଙ୍କରେ କିଛି ଆଗକୁ ଜରୁରୀ କାମ ରହିଛି, ତେବେ ପୂର୍ବରୁ ସାରିଦିଅନ୍ତୁ। ବ୍ୟାଙ୍କର ଏହି ଦୁଇଦିନିଆ ଧର୍ମଘଟକୁ ପ୍ରାୟତଃ ସମସ୍ତେ ସ୍ୱାଗତ ଓ ସମର୍ଥନ କରିଛନ୍ତି। ୟୁନାଇଟେଡ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ ଏହି ବ୍ୟାଙ୍କ ଧର୍ମଘଟକୁ ଡାକରା ଦେଇଛି।

ବ୍ୟାଙ୍କ ଧର୍ମଘଟ ପାଇଁ କ’ଣ ରହିଛି ଦାବି :

– ଲେବର କୋର୍ଡକୁ ସମାପ୍ତ କରିବା, ଇଡିଏସଏ ସ୍କ୍ରାପିଂ

– NPSକୁ ରଦ୍ଦ କରିବା ଏବଂ ପୁରୁଣା ପେନସନ

– ଘରୋଇକରଣକୁ ବିରୋଧ, NMP ସ୍କ୍ରାପିଂ

– ଇନକମ ଟ୍ୟାକ୍ସ ଦେଉନଥିବା ପରିବାରକୁ ପ୍ରତି ମାସକୁ ୭୫୦୦ ଟଙ୍କାର ରାସନ ଏବଂ ଆୟ ସହାୟତା

– ମନରେଗା ପାଇଁ ଆବଣ୍ଟନରେ ବୃଦ୍ଧି ଏବଂ ଶ୍ରମିକଙ୍କ ପାଇଁ ୟୁନିଭରସାଲ ସୋସିଆଲ ସିକ୍ୟୁରିଟି

– ଅଙ୍ଗନବାଡି, ଆଶା, ମଧ୍ୟାହ୍ନ ଭୋଜନ ଏବଂ ଅନ୍ୟ ଯୋଜନାରେ କାମ କରୁଥିବା ଲୋକଙ୍କ ପାଇଁ ସର୍ବନିମ୍ନ ବେତନ ଏବଂ ସାମାଜିକ ସୁରକ୍ଷା

– ପେଟ୍ରୋଲିଅମ ଉତ୍ପାଦ ଉପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ କମ୍‌ କରିବା

– ଠିକା ଶ୍ରମିକଙ୍କୁ ନିୟମିତ କରିବା ଏବଂ ସମସ୍ତଙ୍କୁ ସମାନ କାମକୁ ସମାନ ବେତନ ଇତ୍ୟାଦି ଦାବି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.