ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡ଼ି ହେଲା ଗଞ୍ଜାମ: ନବୀନ କହିଲେ BSKY ସ୍ମାର୍ଟ କାର୍ଡ ଗରିବ ଲୋକଙ୍କ ଦୁଃଖ ଦୂର କରିବ

ବ୍ରହ୍ମପୁର(କେନ୍ୟୁଜ୍):ଗଞ୍ଜାମବାସୀଙ୍କୁ ୨୨୦୦କୋଟିର ଭେଟି। ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡ଼ି ହେଲା ଗଞ୍ଜାମ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ୨୭ ଲକ୍ଷ ପରିବାର ଉପକୃତ ହେବେ । ୨୨ଶହ ୮୨ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ। BSKY ସ୍ମାର୍ଟକାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ ଦେଇ କହିଛନ୍ତି, ‘ମା’ ତାରାତାରିଣୀ ଆମ ଆସ୍ଥା ଓ ବିଶ୍ୱାସର ପ୍ରତୀକ। ‘ମା’ ତାରାତାରିଣୀ ପୀଠର ବିକାଶ ପାଇଁ କାମ ଚାଲିଛି।

‘୨୦୨୩ରେ ମା’ ତାରାତାରିଣୀ ପୀଠର ବିକାଶ କାମ ସରିବ। କରୋନା ବେଳେ ଗଞ୍ଜାମ ଜିଲ୍ଲା ବହୁତ ଭଲ କାମ କରିଛି। ମିଶନ ଶକ୍ତିର ମହିଳାଙ୍କ କାମକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ‘ମା’ ମାନେ ଆଗରେ ରହି ଭଲ କାମ କରିଛନ୍ତି। ‘ରାଜ୍ୟରେ BSKY ସ୍ମାର୍ଟ କାର୍ଡ ଗରିବ ଲୋକଙ୍କ ଦୁଃଖ ଦୂର କରିବ। ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗଞ୍ଜାମ ପରେ ହିଞ୍ଜିଳିକାଟୁରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ବିଜୁ ପଟ୍ଟନାୟକଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଲୋକାର୍ପଣ କରିଛନ୍ତି। ଏହାପରେ 5Tରେ ରୂପାନ୍ତରିତ ହୋଇଥିବା ହିଞ୍ଜିଳିକାଟୁର ବୃନ୍ଦାବନ ସରକାରୀ ବିଦ୍ୟାପୀଠ ପରିଦର୍ଶନ କରିଥିଲେ। ସ୍ମାର୍ଟ କ୍ଲାସ ରୁମ୍‌ରେ ବସିଲେ ମୁଖ୍ୟମନ୍ତ୍ରୀ। ଏହାସହ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଫଟୋ ଉପହାର ଦେଲେ ଛାତ୍ରଛାତ୍ରୀ। ସ୍ମାର୍ଟସ୍କୁଲ ପରିଦର୍ଶନ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅତ୍ୟାଧୁନିକ ବିଜ୍ଞାନାଗାର ଓ ପାଠାଗାର ପରିଦର୍ଶନ ମଧ୍ୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.