Below header

ଜାଣନ୍ତୁ କାହିଁକି ବିପଦରେ ଆଧାର କାର୍ଡ, UIDAI ଦେଲା ରିପୋର୍ଟ

ଆଧାର କାର୍ଡ ଜାରି କରୁଥିବା ସଂସ୍ଥା ବା UIDAI ପକ୍ଷରୁ ଏକ ଆଲର୍ଟ ଜାରି କରାଯାଇଛି । UIDAIର କହିବା ଅନୁଯାୟୀ ଯଦି ଆପଣ ତାଙ୍କ କଥାକୁ ଧ୍ୟାନ ନଦିଅନ୍ତି ତାହେଲେ ଆପଣ ମଧ୍ୟ ଆଧାର କାର୍ଡକୁ ନେଇ ବିପଦରେ ପଡିପାରନ୍ତି । ଏହାଦ୍ୱାରା ଆପଣଙ୍କର ଅନେକ ପ୍ରକାରର କ୍ଷତି ମଧ୍ୟ ହୋଇପାରେ । ସାଧାରଣତଃ ଆଜିକାଲି ପ୍ରାୟ ସବୁ ସ୍ଥାନରେ ଆଧାର କାର୍ଡର ବ୍ୟବହାର କରାଯାଉଛି । ସେଥିପାଇଁ ଆମକୁ କିଛି ସାବଧାନତା ଅବଲମ୍ବନ କରିବା ନିହାତି ଜରୁରୀ ନଚେତ ଆପଣ ଅସୁବିଧାରେ ପଡିପାରନ୍ତି । ତେବେ UIDAI ନିକଟରେ ଏହି ସମ୍ବନ୍ଧୀୟ ଏକ ଟ୍ୱିଟ କରିଛି ।

UIDAI ନିଜ ଟ୍ୱିଟରେ କହିଛି ଯେ ପିବିସି କାର୍ଡ ବା ପ୍ଲାଷ୍ଟିକ ଆଧାର କାର୍ଡ ଅବୈଧ ଅଟେ । ଏହାସହିତ ସେ କହିଛି ଯେ ପ୍ଲାଷ୍ଟିକ ଆଧାରକାର୍ଡ଼ ବ୍ୟବହାର କରିବା କ୍ଷତିକାରକ ଅଟେ । ଆଧାର କାର୍ଡ ଭାରତୀୟ ନାଗରିକ ମାନଙ୍କର ଏକ ମହତ୍ତ୍ୱପୁର୍ଣ୍ଣ ଦସ୍ତାବିଜ ଅଟେ । ଏହା କେବଳ ଏକ ଡକ୍ୟୁମେଣ୍ଟ ନୁହେଁ ବରଂ ବ୍ୟକ୍ତିର ଏକ ପୂର୍ଣ୍ଣ ପରିଚୟ ପତ୍ର ରୂପେ ବ୍ୟବହାର କରାଯାଇଥାଏ । ସରକାରୀ କାମ ହେଉ କିମ୍ବା ଅନ୍ୟ କୌଣସି ସ୍ଥାନ ସବୁ ଜାଗାରେ ଏହା ବହୁତ ଗୁରୁତ୍ତ୍ୱପୂର୍ଣ ହୋଇଥାଏ ।

पीवीसी कार्ड या प्लास्टिक आधार कार्ड मान्य नहीं

ଏହା ପୂର୍ବରୁ ମଧ୍ୟ ଆଧାରକାର୍ଡ଼ର ସୁରକ୍ଷାକୁ ନେଇ UIDAI ଚେତାବନୀ ଜାରି କରିଥିଲା । 2018 ମସିହାରେ UIDAI ତରଫରୁ ସାର୍ବଜନିକ ଭାବେ ଜାରି କରାଯାଇଥିବା ସୂଚନା ଅନୁଯାୟୀ ପ୍ଲାଷ୍ଟିକ ଆଧାର କାର୍ଡରେ ରହିଥିବା ଡାଟାର ପ୍ରାଇଭେସି ବିପଦରେ ପଡିପାରେ । ତେଣୁ ଲୋକମାନଙ୍କୁ ଏଭଳି ପ୍ଲାଷ୍ଟିକ କାର୍ଡ ବ୍ୟବହାର କରିବା ଠାରୁ ଦୁରେଇ ରହିବା ଆବଶ୍ୟକ ।

पहले भी यूआईडीएआई चेतावनी जारी कर चुका है

UIDAI ଅନୁସାରେ ପ୍ଲାଷ୍ଟିକ ଆଧାର କାର୍ଡ ବେଆଇନ ଭାବେ ପ୍ରିଣ୍ଟ କରାଯାଇଥାଏ । ତେବେ ଏହା ମଧ୍ୟରେ ତାର QR କୋଡ଼ ବେକାର ହୋଇଯାଇଥାଏ । ଏହା ବ୍ୟତୀତ ଏଭଳି ଆଧାର କାର୍ଡରେ ଆପଣଙ୍କ ନିଜ ଡାଟା ଭୁଲ ଲୋକଙ୍କ ହାତକୁ ଚାଲିଯାଇଥାଏ । ତେବେ ଆଧାର କାର୍ଡର ଭୁଲ ବ୍ୟବହାର ସବୁଠାରୁ ଅଧିକ ଆପଣଙ୍କ ଆକାଉଣ୍ଟ ବାଲାନ୍ସ ଉପରେ ପଡିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.