ଆମେରିକାର ଜଣେ କନିଁଆ ନିଜ ବିବାହରେ ଲୋକଙ୍କୁ ନିମନ୍ତ୍ରଣ କରିବା ପାଇଁ ଫିସ୍ ଦାବି କରିଛନ୍ତି। ଅର୍ଥାତ ଯେଉଁ ଲୋକ ତାଙ୍କ ବିବାହରେ ସାମିଲ ହେବାକୁ ଚାହୁଁଛନ୍ତି ସେମାନଙ୍କୁ ଫିସ୍ ବା ଟଙ୍କା ଦେବାକୁ ହେବ। ଆପଣ ନିଶ୍ଚୟ ଭାବରେ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଥିବେ। ଭାବୁଥିବେ ସେ ତ ବିବାହ କରିବେ ଅତିଥି ସେଥିରେ ଯୋଗ ଦେବାକୁ ପୁଣି ଫିସ୍ କାହିଁକି ଦେବେ।
ମହିଳା ଜଣଙ୍କ ଲୋକଙ୍କୁ ଜଣାଇଛନ୍ତି ଯେ ଏମିତି କଲେ ଗେଷ୍ଟ ମାନଙ୍କୁ ‘ଏକସକ୍ଲୁସିଭ୍ ଗେଷ୍ଟ ଲିଷ୍ଟ’ରେ ସ୍ଥାନ ପାଇବେ। ମହିଳା ଜଣଙ୍କ ଜଣାଇଛନ୍ତି ଯେ ତାଙ୍କ ବିବାହରେ ଯେଉଁମାନେ ଯୋଗ ଦେବାକୁ ଚାହୁଁଛନ୍ତି ସେମାନେ ୫୦ ଡଲାର (ପ୍ରାୟ ୩,୫୫୦ ଟଙ୍କା) ଦେବାକୁ ହେବ।
ମହିଳାଙ୍କ ସମ୍ପର୍କୀୟ ଭଉଣୀ ଜଣାଇଛନ୍ତି ଯେ ସେ ଏମିତି ଏଥିପାଇଁ କରୁଛନ୍ତି କାରଣ ସେ ତାଙ୍କ ବାହାଘରର ଖର୍ଚ୍ଚ ଏହି ଠାରୁ ହିଁ ଉଠାଇବେ। ବିବାହରେ ଯେତେ ଖର୍ଚ୍ଚ ହେବ ସେ ସେହି ଟଙ୍କା ଏହି ଗେଷ୍ଟ ମାନଙ୍କ ଠାରୁ ହିଁ ନେଇ ପୂରା କରିବେ। ଏହି କଥା ଶୁଣି ଜଣେ ୟୁଜର ଲେଖିଛନ୍ତି, ‘ ଏ କେମିତିକା ମଜାକ୍, ଯଦି ପାଖରେ ବିବାହରେ ଖର୍ଚ୍ଚ କରିବାକୁ ଟଙ୍କା ନାହିଁ ତାହାଲେ ବିବାହ କରୁଛନ୍ତି କାହିଁକି।।