ପାକିସ୍ତାନରେ ଦୁଇ ଭାଇ କବରରୁ ଶବ ବାହାର କରି କରୁଥିଲେ ଏଭଳି କାଣ୍ଡ, ଜାଣିବାପରେ ଲୋମଟାଙ୍କୁରୀ ଉଠିବ

ପାକିସ୍ତାନ: ପାକିସ୍ତାନରେ ଏମିତି ଦୁଇ ଭାଇଙ୍କୁ ନେଇ ଏବେ ଏପରି ଖବର ସାମ୍ନାକୁ ଆସିଛି ଯାହାକୁ ଜାଣିବାପରେ ଲୋମଟାଙ୍କୁରୀ ଉଠିବ। ଖବରଟି ହେଉଛି କି, ଦୁଇ ଭାଇ ଦୀର୍ଘ ଦିନ ଧରି ମଣିଷ ମାଂସ ଖାଉଥିଲେ। ମଣିଷ ମାଂସ ଏହି ଦୁଇ ଭାଇଙ୍କୁ ଏତେ ପସନ୍ଦ ଥିଲା ଯେ ଏମାନେ କବରରୁ ଶବ ବାହାର କରି ଖାଉଥିଲେ । ପୋଲିସ୍ ସୂଚନା ଅନୁସାରେ ଏହି ଦୁଇ ଭାଇ ପାଖାପାଖି ୧୦୦ଟି ଶବକୁ କବରରୁ କାଢି ଖାଇସାରିଛନ୍ତି । ଏହି ଘଟଣା ଜଣାପଡିବା ପରେ ଉଭୟଙ୍କୁ ଗିରଫ କରାଯାଇଛି।

ଦୁନିଆରେ ଅନେକ ସ୍ଥାନରେ ଅନେକ ଲୋକ ବିଭିନ୍ନ ପଶୁପକ୍ଷୀଙ୍କ ମାଂସ ଖାଇଥାନ୍ତି କିନ୍ତୁ ଏଭଳି ମଣିଷ ମାଂସ ଖାଇବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ପାକିସ୍ତାନର ପଞ୍ଜାବ ଭାଖର ଜିଲ୍ଲାରେ ରହୁଥିବା ଦୁଇ ଭାଇ ମୋହମ୍ମଦ ଫରମାନ ଅଲ୍ଲୀ ଏବଂ ମୋହମ୍ମଦ ଆରିଫ ଅଲ୍ଲୀକୁ ମଣିଷ ମାଂସ ଖାଇବା ଅଭିଯୋଗରେ ପ୍ରଥମେ ୨୦୧୧ ମସିହାରେ ଧରାଯାଇଥିଲା । ଯେତେବେଳେ ପାଖରେ ଥିବା ଏକ କବରସ୍ତାନରେ ଜଣେ ୨୪ବର୍ଷିୟା ଯୁବତୀଙ୍କର ଶବ ପୋତାଯିବାର ଦ୍ବିତୀୟ ଦିନରେ କୁଆଡେ ଗାୟବ ହୋଇଯାଇଥିଲା । ଯାହାପରେ ଉକ୍ତ ଯୁବତୀଙ୍କ ପରିବାର ଲୋକେ ଏନେଇ ଥାନାରେ ଏତଲା ଦେଇଥିଲେ । ପରେ ଉଭୟଙ୍କୁ ୨ବର୍ଷ ଜେଲ୍ ଦଣ୍ଡାଦେଶ ଏବଂ ଜରିମାନା ଆଦାୟ କରାଯାଇ ଛାଡି ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.