ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜ ଓ ମଣିପୁରକୁ ଭାରତୀୟ ସୀମାରେ ମିଶାଇ ଥିଲେ ନେତାଜୀ

୧୮୯୭ ମସିହା ଜାନୁଆରୀ ମାସ ୨୩ ତାରିଖରେ ଜନ୍ମ ନେଇଥିବା ନେତାଜୀଙ୍କୁ ଭାରତର ସବୁଠୁ ସମ୍ମାନିତ ସେନା ଅଧିକାରୀ ଭାବେ ଧରାଯାଏ । ସେହି ହିଁ ସର୍ବପ୍ରଥମେ ‘ଆଜାଦ ହିନ୍ଦ ଫୌଜ’ ନାମରେ ପ୍ରଥମ ଭାରତୀୟ ସଶସ୍ତ୍ର ବଳର ନିର୍ମାଣ କରିଥିଲେ । ତାଙ୍କର ଲୋକପ୍ରିୟ ଡାକରା ‘ତମେ ମୋତେ ରକ୍ତ ଦିଅ, ମୁଁ ତମକୁ ସ୍ୱାଧୀନତା ଦେବି’ ଆଜି ବି ପ୍ରତ୍ଵକ ଭାରତୀୟଙ୍କ ହୃଦୟରେ ଶିହରଣ ସୃଷ୍ଟି କରିଦିଏ ।

୧. ଭାରତର ପୂର୍ବ ତଟ ରାଜ୍ୟ ଓଡ଼ିଶାରେ ଜନ୍ମ ନେଇଥିବା ନେତାଜୀ ଜଣେ ଅସାଧାରଣ ପ୍ରତିଭାର ଅଧିକାରୀ ମଧ୍ୟ ଥିଲେ । ନିଜ ଛାତ୍ର ଜୀବନ କାଳରେ ସେ ଶ୍ରେଣୀରେ ସର୍ବଦା ଶୀର୍ଷ ସ୍ଥାନ ହାସଲ କରୁଥିଲେ । ୧୯୧୮ ମସିହାରେ ଦର୍ଶନଶାସ୍ତ୍ର ବିଷୟରେ ପ୍ରଥମ ଶ୍ରେଣୀରେ ନିଜ ସ୍ନାତକ ଶିକ୍ଷା ଶେଷ କରିଥିଲେ ।

netaji subas

୨. ୧୯୨୦ ମସିହାରେ ‘ଭାରତୀୟ ସିଭିଲ ସର୍ଭିସ’ ପରୀକ୍ଷାରେ ଉର୍ତ୍ତିର୍ଣ୍ଣ ହୋଇ ଜଏନ କରିଥିଲେ ମଧ୍ୟ ସ୍ୱତନ୍ତ୍ରତା ଆନ୍ଦୋଳନରେ ଝାସ ଦେବା ପାଇଁ ଚାକିରୀରୁ ୧୯୨୧ ମସିହାରେ ନିଜ ଇଛାରେ ଅବସର ନେଇଥିଲେ ।

୩. ୧୯୨୦ ରୁ ୧୯୩୦ ଦଶକ ଭିତରେ ସେ ଜାତୀୟ କଂଗ୍ରେସର ଜଣେ ଯୁବ କଠୋରପନ୍ଥୀ ନେତା ଥିବା ବେଳେ ୧୯୩୮ ଓ ୧୯୩୯ ଦୁଇ ବର୍ଷ ଧରି କଂଗ୍ରେସର ଅଧ୍ୟକ୍ଷ ବନିଥିଲେ  । କିନ୍ତୁ ଜାତିର ପିତା ମହାତ୍ମା ଗାନ୍ଧୀ ଓ କଂଗ୍ରେସର ଅନ୍ୟ ବରିଷ୍ଠ ନେତାଙ୍କ ମତଭେଦ କାରଣରୁ ୧୯୩୯ରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ।

netaji subas

୪. ଜାଣି ଆଶ୍ଚର୍ଯ୍ୟ ହେବେ ୧୯୨୧ ରୁ ୧୯୪୧ ମସିହା ଭିତରର ସ୍ୱତନ୍ତ୍ରତା ଆନ୍ଦୋଳନ ସମୟରେ ନେତାଜୀଙ୍କୁ ୧୧ ଥର ଦେଶର ବିଭିନ୍ନ କାରାଗାରରେ ବନ୍ଦୀ ଭାବେ ରହିବାକୁ ପଡିଥିଲା ।

୫. ବୋଷଙ୍କ ଅନୁଯାୟୀ ଗାନ୍ଧୀଙ୍କ ଅହିଂସା ନୀତି ସ୍ୱତନ୍ତ୍ରତା ହାସଲ ପାଇଁ ପର୍ଯ୍ୟାପ୍ତ ହେବ ନୁହେଁ । ଏଥିପାଇଁ କିଛିଟା ହିଂସାତ୍ମକ ନୀତି ଆପଣେଇବା ନିହାତି ଆବଶ୍ୟକ ।

୬. ଦ୍ଵିତୀୟ ବିଶ୍ୱ ଯୁଦ୍ଦ ସମୟରେ ନେତାଜୀ ସୋଭିଏତ ସଂଘ, ନାଜି ଜର୍ମାନୀ, ଜାପାନ ସମେତ କେତକ ଦେଶ ମାନଙ୍କୁ ଭ୍ରମଣ କରିଥିଲେ । ତାଙ୍କର ମୂଳ ଲକ୍ଷ ଥିଲା ବିଶ୍ୱର ବିଭିନ୍ନ ଦେଶ ମାନଙ୍କୁ ଏକାଠି କରି ଭାରତରେ ବ୍ରିଟିଶ ସରକାର ବିରୋଧରେ ଆକ୍ରମଣ କରିବା । ପରେ ଜାପାନ ସହାୟତାରେ ସେ ଆଜାଦ ହିନ୍ଦ ଫୌଜର ଗଠନ କରି ଭାରତୀୟ ରାଷ୍ଟ୍ରୀୟ ସେନାର ନେତୃତ୍ୱ ନେଇଥିଲେ । ଜାପାନ ସେନା ସହାୟତାରେ ହିଁ ଆଣ୍ଡାମାନ ଓ ନିକୋବର ଦ୍ବୀପ ପୁଞ୍ଜରେ ସେ ସ୍ୱାଧୀନତା ଆଣିଥିଲେ ଓ ମଣିପୁର ରାଜ୍ୟକୁ ଭାରତୀୟ ସୀମାରେ ମିଶେଇ ଥିଲେ ।

netaji subas

୭. ୨୦୦୭ ମସିହା ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ଭାରତ ଗସ୍ତ ସମୟରେ କୋଲକାତା ସ୍ଥିତ ସୁବାସ ବୋଷ ଚନ୍ଦ୍ର ମେମୋରିଆଲର ପରିଭ୍ରମଣ ଦେଖିଥିଲେ ।

୮. ଜର୍ମାନ ଠାରେ ସେ ଏକ ଆଜାଦ ହିନ୍ଦ ରେଡ଼ିଓ ଷ୍ଟେସନର ସ୍ଥାପନ କରିଥିଲେ । ଏସିଆର ପୂର୍ବ ଭାଗରେ ଭାରତୀୟ ରାଷ୍ଟ୍ରବାଦି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

୯. ସୁଭାଷ ଚନ୍ଦ୍ର ବୋଷ ସର୍ବଦା ‘ଭାଗବତ ଗୀତା’କୁ ନିଜର ସବୁଠୁ ବଡ଼ ପ୍ରେରଣାର ଉତ୍ସ ମାନିଥିଲେ । ବୋଷ ସ୍ୱାମୀ ବିବେକାନନ୍ଦଙ୍କ ଭାଇଚାରା,  ଜାତୀୟତା ବାଦି ଚିନ୍ତାଧାରା, ସାମାଜିକ ସେବା କୁ ନିଜ ଜୀବନର ପଥ ଭାବେ ଧରି ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.