ମ୍ୟାରିଟାଲ ରେପ୍‌ କ’ଣ? ବିବାହ ପରେ ଜବରଦସ୍ତି ଯୌନ ସମ୍ପର୍କ ରଖିବା କ’ଣ ଅପରାଧ? ଜାଣନ୍ତୁ ଏହା ବିଷୟରେ ଗୁରୁତ୍ୱପୂର୍ଣ୍ଣ କଥା

ସହବାସ ପାଇଁ ଆମ ଦେଶରେ ଲାଇସେନ୍ସ ବା ସରକାରୀ ଅନୁମତି ଜରୁରୀ। ବିନା ଲାଇସେନ୍ସରେ ସହବାସ ରଖିବାକୁ ଅବୈଧ ବୋଲି କୁହାଯାଏ। ଏହାକୁ ନା ଆଇନ ସ୍ୱୀକୃତି ଦେଇଥାଏ, ନା ପରିବାର ନା ସମାଜ। କିନ୍ତୁ ବିବାହ ପରେ ସ୍ୱାମୀ, ସ୍ତ୍ରୀ ଶାରୀରିକ ସମ୍ବନ୍ଧ ରଖିବା ସମ୍ପୂର୍ଣ୍ଣ ବୈଧ ହୋଇଥାଏ। ତେବେ ଯଦି ବିବାହ ପରେ ଜବରଦସ୍ତି ଶାରୀରିକ ସମ୍ବନ୍ଧ ରଖାଯାଏ କିମ୍ବା ସ୍ତ୍ରୀର ଇଚ୍ଛା ବିରୋଧରେ ରଖାଯାଏ, ତା’ହେଲେ ଏହାକୁ କ’ଣ କୁହାଯାଇ ପାରିବ? ଆଜି ଆମେ ଆପଣଙ୍କୁ ଏ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଯାଉଛୁ।

ma1

ଆସନ୍ତୁ ଜାଣିବା ମ୍ୟାରିଟାଲ ରେପ୍‌ କ’ଣ?

କୌଣସି ବି ବିବାହରେ ସ୍ତ୍ରୀର ଇଚ୍ଛା ବିରୋଧରେ ସ୍ୱାମୀ ରଖୁଥିବା ଶାରୀରିକ ସମ୍ବନ୍ଧକୁ ‘ମ୍ୟାରିଟାଲ ରେପ୍‌’ କୁହାଯାଏ। ଯଦିଓ ଭାରତୀୟ ଆଇନ ଏହାକୁ ଦୁଷ୍କର୍ମ ବୋଲି ମାନି ନ ଥାଏ। କିନ୍ତୁ ୨୦୧୭ରେ ମ୍ୟାରିଟାଲ ରେପ୍‌କୁ ଅପରାଧ ରୂପେ ଗ୍ରହଣ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା।

ଏକ ଗଣମାଧ୍ୟମର ରିପୋର୍ଟ ମୁତାବକ, ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର ସରକାର କହିଥିଲେ ଯେ ମ୍ୟାରିଟାଲ ରେପ୍‌କୁ ଅପରାଧ ବୋଲି ଘୋଷଣା କରାଗଲେ, ଏହା ସ୍ୱାମୀମାନଙ୍କୁ ହଇରାଣ କରିବାର ଏକ ହତିଆର୍‌ ହୋଇଯିବ।

ma2

ତିକ୍ତ ସତ ଏହି ମ୍ୟାରିଟାଲ ରେପ୍‌

୨୦୧୧ରେ ଆସିଥିବା ‘ଇଣ୍ଟରନ୍ୟାଶନାଲ୍‌ ସେଣ୍ଟର ଫର୍‌ ରିସର୍ଚ୍ଚ ଆନ୍‌ ଓମେନ୍‌’ର ଏକ ରିପୋର୍ଟ ମୁତାବକ, ପ୍ରତି ୫ଜଣଙ୍କ ମଧ୍ୟରୁ ଜଣେ ଭାରତୀୟ ପୁରୁଷ, ସ୍ତ୍ରୀ ସହିତ ଜବରଦସ୍ତି ଶାରୀରିକ ସମ୍ବନ୍ଧ ରଖିଥାଆନ୍ତି।

ଭାରତରେ ପ୍ରତ୍ୟେକ ୧୦୦ଜଣରେ ୧୮ଜଣ ପୁରୁଷ ମାନନ୍ତି ଯେ ସ୍ତ୍ରୀ ସହବାସ ପାଇଁ ମନା କଲେ, ସ୍ୱାମୀମାନଙ୍କୁ ରାଗିବାର ଏବଂ ଭର୍ତ୍ସନା କରିବାର ପୂରା ଅଧିକାର ଅଛି।

ma4

ଆଉ ଏକ ରିପୋର୍ଟ ମୁତାବକ, ଆନ୍ଧ୍ର ପ୍ରଦେଶରେ ୪୩%, ତେଲେଙ୍ଗାନରେ ୪୨.୬%, ମିଜୋରାମରେ ୨୯.୫%, ଜମ୍ମୁ-କଶ୍ମୀରରେ ୨୧.୭୫%, ପଶ୍ଚିମବଙ୍ଗରେ ୨୦.୩% ଏବଂ କର୍ନାଟକରେ ୧୯.୯% ପୁରୁଷ ଏମିତି ଭାବନା ରଖିଥାଆନ୍ତି।

ସେହିପରି ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ସମୟରେ ପୁରୁଷମାନଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଯଦି ସ୍ତ୍ରୀମାନେ ଯୌନ ସମ୍ପର୍କ ରଖିବାକୁ ମନା କରିଦିଅନ୍ତି, ତା’ହେଲେ ସେମାନେ କ’ଣ ସ୍ତ୍ରୀଙ୍କୁ ମାଡ଼ ମାରିପାରିବେ? ଭାରତ ବର୍ଷରେ ପ୍ରତି ୧୦୦ ଜଣରେ ମାତ୍ର ୯ଜଣ ପୁରୁଷ ଏହା କଥା ଉପରେ ସହମତି ଜଣାଇଥିଲେ। ରାଜ୍ୟ ସ୍ତରରେ ଦେଖିବାକୁ ଗଲେ, ତେଲେଙ୍ଗାନାରେ ୧୯% ପୁରୁଷ, କର୍ନାଟକରେ ୧୬.୧%, ଆନ୍ଧ୍ର ପ୍ରଦେଶରେ ୧୬%, ମଧ୍ୟ ପ୍ରଦେଶରେ ୧୧.୮% ଏବଂ ହରିୟାଣାରେ ୧୧.୬% ଲୋକ ଏମିତି ଭାବିଥାଆନ୍ତି।

ma55

କାହାକୁ କୁହାଯିବ ଦୁଷ୍କର୍ମ

ଆଇପିସି ଧାରା ୩୭୫ ଅନୁସାରେ, ଯଦି କେହି ବ୍ୟକ୍ତି କୌଣସି ମହିଳାଙ୍କ ସହିତ ନିମ୍ନଲିଖିତ ପରିସ୍ଥିତିରେ ଯୌନ ସମ୍ବନ୍ଧ ରଖିବେ, ତା’ହେଲେ ଏହାକୁ ଦୁଷ୍କର୍ମ ବୋଲି କୁହାଯିବ।

୧. ମହିଳାଙ୍କ ଇଚ୍ଛା ବିରୋଧରେ

୨. ମହିଳାଙ୍କ ଅନୁମତି ବିନା

୩. ଯଦି କୌଣସି ମହିଳାଙ୍କୁ ଭୟଭୀତ କରାଇ କିମ୍ବା କ୍ଷତି ପହଞ୍ଚାଇ ତାଙ୍କ ଇଚ୍ଛାକୁ ଜାହିର କରାଇଲେ

୪. ଯଦି ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ଅନୁମତି ଆଣିବାରେ

୫. ଯଦି ମହିଳା ନିଶାରେ ଥିବେ କିମ୍ବା ତାଙ୍କ ମାନସିକ ସ୍ଥିତି ଭଲ ନ ଥିବ, ସେଭଳି ପରିସ୍ଥିତିରେ ସେ ସମ୍ବନ୍ଧ ରଖିବାକୁ ଇଚ୍ଛୁକ ଥିବା

୬. ମହିଳାଙ୍କ ବୟସ ଯଦି ୧୬ ବର୍ଷରୁ କମ୍‌, ତା’ହେଲେ ତାଙ୍କ ଇଚ୍ଛା କିମ୍ବା ଅନୁମତି ବିନା କରାଯାଉଥିବା ସେକ୍ସ

m0

ମ୍ୟାରିଟାଲ ରେପ୍‌ର ସଂଜ୍ଞା

ଭାରତୀୟ ଦଣ୍ଡ ସଂହିତାରେ ଦୁଷ୍କର୍ମର ପରିଭାଷା ଉଲ୍ଲେଖ ରହିଛି, କିନ୍ତୁ ବୈବାହିକ ଦୁଷ୍କର୍ମ ବିଷୟରେ କୌଣସି ପ୍ରକାର ଉଲ୍ଲେଖ କରାଯାଇନାହିଁ।

-ଆଇପିସି ଧାରା ୩୭୬ରେ ଦୁଷ୍କର୍ମ ପାଇଁ ଦଣ୍ଡ ଉଲ୍ଲେଖ ରହିଛି। ଆଇପିସି ଅଧୀନରେ ଯେଉଁ ସ୍ତ୍ରୀ ୧୨ ବର୍ଷରୁ କମ୍‌ ବୟସର, ସ୍ୱାମୀ ତାଙ୍କ ସହ ଯୌନ ସମ୍ବନ୍ଧ ରଖିଲେ, ତାହା ଦୁଷ୍କର୍ମ ବୋଲି ଗଣାଯିବ। ଏଥିରେ କଠୋର ଦଣ୍ଡ ବିଧାନ ରହିଛି।

-ସେହିପରି ୧୨ ବର୍ଷରୁ କମ୍‌ ବୟସର ସ୍ତ୍ରୀଙ୍କ ସହ ଜୋର୍‌ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଲେ, ତାଙ୍କ ପାଇଁ ଜରିମାନା କିମ୍ବା ୨ ବର୍ଷ କାରାଦଣ୍ଡ ଭୋଗିବାର ନିୟମ ରହିଛି।

-ଧାରା ୩୭୫ ଏବଂ ୩୭୬ ଅନୁସାରେ, ସେକ୍ସ କରିବା ପାଇଁ ସହମତି ଦେବାର ବୟସ ୧୬ ବର୍ଷ, କିନ୍ତୁ ୧୨ ବର୍ଷ ବଡ଼ ବୟସର ସ୍ତ୍ରୀଙ୍କ ସହମତି କିମ୍ବା ଅସହମତିର କୌଣସି ମୂଲ୍ୟ ନାହିଁ।

mii

ହିନ୍ଦୁ ମ୍ୟାରେଜ୍‌ ଆକ୍ଟ

ହିନ୍ଦୁ ମ୍ୟାରେଜ୍‌ ଆକ୍ଟରେ ବିବାହ ପରେ ସ୍ୱାମୀ, ସ୍ତ୍ରୀଙ୍କର ପରସ୍ପର ପ୍ରତି କିଛି ଦାୟିତ୍ୱବୋଧତା ଏବଂ ଅଧିକାର ରହିଛି। ଏହି ଅଧିକାରରେ ସେକ୍ସ ମଧ୍ୟ ସାମିଲ ଅଛି। ଆଇନତଃ, ବିବାହ ପରେ ସେକ୍ସ ପାଇଁ ମନା କରିବା ଏକ ପ୍ରକାର କ୍ରୁରତା। ଏହି ଆଧାରରେ ଛାଡ଼ପତ୍ର ମଧ୍ୟ ମଗାଯାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.