ସଂଧ୍ୟାରେ ନିଅନ୍ତୁ ବନ୍ଧାକୋବି ସିଙ୍ଗଡାର ମଜା, ମସମସ୍ ସ୍ୱାଦର ଉଠାନ୍ତୁ ଆନନ୍ଦ

ଆବଶ୍ୟକ ସାମଗ୍ରୀ
ମଇଦା – ୧ କପ୍
ମଟର ଦାନା – ୧ ଟେବୁଲ ଚାମଚ୍
ସୋୟା ସସ୍ – ୧ ଟେବୁଲ ଚାମଚ
ଲୁଣ – ସ୍ୱାଦ ଅନୁଯାୟୀ
ପିଆଜ – ୧
କଟା ବନ୍ଧା କୋବି – ୧/୨ କପ୍
ଛୋଟ କଟା ହୋଇଥିବା ଅଦା -୧ ଟେବୁଲ ଚାମଚ
ଗୋଲ ମରୀଚ ପାଉଡର – ୧ ଟେବୁଲ ଚାମଚ
ରିଫାଇନ୍ ତେଲ – ସିଙ୍ଗଡା ଛାଣିବା ପାଇଁ
ପ୍ରସ୍ତୁତି ପ୍ରଣାଳୀ
-ଏକ ପାତ୍ରରେ ମଇଦା ନିଅନ୍ତୁ, ସେଥିରେ ଲୁଣ ଏବଂ ଅଳ୍ପ ପାଣି ମିଶାଇ ଚକଟନ୍ତୁ।
-ଆଉ ଏକ ପାତ୍ରରେ ବନ୍ଧା କୋବି, ମଟର ଦାନା, ପିଆଜ, ସୋୟା ସସ୍ ଏବଂ ଗୋଲମରୀଚ ପାଉଡର ପକାଇ ଭଲଭାବେ ମିକ୍ସ କରନ୍ତୁ।
-ଅଳ୍ପ ଅଟା ନିଅନ୍ତୁ, ତାହାକୁ ଛୋଟ ଛୋଟ ଗୋଲା କରି ବେଲି ଦିଅନ୍ତୁ।
-ବେଲିବା ପରେ ବନ୍ଧା କୋବିର ମିଶ୍ରଣକୁ ତା ଭିତରେ ଷ୍ଟଫିଙ୍ଗ୍ କରନ୍ତୁ ଏବଂ ସାବଧାନରେ ଫୋଲଡ୍ କରନ୍ତୁ। ଆପଣ ଏହାକୁ ବହୁତ ସହଜରେ ତ୍ରିକୋଣ ଆକାର ଦିଅନ୍ତୁ ବା ସିଙ୍ଗଡାର ଆକାର ଦିଅନ୍ତୁ।
-ଏହାପରେ ଆଞ୍ଚରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ଗୋଟେ ଗୋଟେ କରି ସିଙ୍ଗଡାକୁ ଛାଣନ୍ତୁ।
-ଏହା ଭଲଭାବେ ଛାଣି ହୋଇଗଲା ପରେ ଏହାକୁ ଏକ ପାତ୍ରରେ କାଢ଼ି ଦିଅନ୍ତୁ। ଏବେ ଆପଣଙ୍କର ଗରମା ଗରମ ବନ୍ଧା କୋବି ସିଙ୍ଗଡା ପ୍ରସ୍ତୁତ ହୋଇଯାଇଛି।