Below header

ଭୋଡାଫୋନ-Paytmର ଶାନଦାର ଅଫର, ପ୍ରତି ରିଚାର୍ଜରେ ୫ହଜାର ଟଙ୍କା କରନ୍ତୁ ରୋଜଗାର

ଭାରତରେ ଜଣାଶୁଣା ଟେଲିକମ୍‍ କମ୍ପାନୀ ଭୋଡାଫୋନ ଏବଂ ଆଇଡିଆ ପେମେଣ୍ଟ ଆପ Paytm ସହିତ ହାତ ମିଳାଇଛି । ଏହି ଚୁକ୍ତି ପରେ ଏବେ ୟୁଜର୍ସ Paytm ଜରିଆରେ ଭୋଡାଫୋନ କିମ୍ବା ଆଇଡିଆ ମୋବାଇଲ ନମ୍ବରରେ ପ୍ରିପେଡ ରିଚାର୍ଜ କରି ପଇସା ରୋଜଗାର କରିବାର ଅଫର ଦେଉଛି । ଏହି ରିଚାର୍ଜ ସାଥୀ ପ୍ରୋଗ୍ରାମ ନାମ ନିଆଯାଇଛି । ଏହା ଜରିଆରେ ଗ୍ରାହକ ୫୦୦୦ ହଜାର ପର୍ଯ୍ୟନ୍ତ ମାସକୁ ଟଙ୍କା ରୋଜଗାର କରିପାରିବେ ।

paytm

କିନ୍ତୁ ଏହି ରିଚାର୍ଜ ଗ୍ରାହକ Paytm ଜରିଆରେ କରିବାକୁ ହେବ । ଏହି ପ୍ରୋଗ୍ରାମ ଜରିଆରେ କେବଳ ସାଧାରଣ ଗ୍ରାହକ ନୁହେଁ ବରଂ ଛୋଟ ବ୍ୟାପାରି ମଧ୍ୟ ଲାଭ ଉଠାଇପାରିବେ । ଏହାଛଡା ମଲ୍ଟିପଲ ରିଚାର୍ଜ କରିବା ସହ ସୁନିଶ୍ଚିତ କ୍ୟାସବ୍ୟାକ ମିଳିବ ।

ସୂଚନାଯୋଗ୍ୟ, କରୋନା ଭାଇରସ ଯୋଗୁଁ ଚାଲିଥିବା ଲକଡାଉନ ସମୟରେ ଭୋଡାଫୋନ ସମେତ ଅନେକ କମ୍ପାନୀ ରିଚାର୍ଜ ଅଫର ଦେଉଛନ୍ତି । ଗ୍ରାହକ ମାଇଁ ଭୋଡାଫୋନ କିମ୍ବା ମାଇଁ ଆଇଡିଆ ଆପ ଜରିଆରେ ୬ ପ୍ରତିଶତ କ୍ୟାସବ୍ୟାକ ପାଇପାରିବେ । ଭୋଡାଫୋନ ଛଡା ଜିଓ ଏବଂ ଏୟାରଟେଲ ମଧ୍ୟ ଏହି ସୁବିଧା ଦେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.