Below header

ତିନି ସଟ୍‌ଡାଉନ୍‌ ଜିଲ୍ଲା ବ୍ୟତୀତ ଅନ୍ୟ କୌଣସି ଜାଗାରୁ ପଜେଟିଭ୍‌ ଚିହ୍ନଟ ନହେବା ଆଶ୍ୱସ୍ତିର ବିଷୟ

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସେଞ୍ଚୁରୀ ପିଟିବାକୁ ଆଉ ବେଶି ଡେରି ନାହିଁ । ଆଜି ଏହି ସଂଖ୍ୟା ୯୦ରେ ପହଞ୍ଚି ସାରିଛି । ଯଦି ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ବର୍ତ୍ତମାନର ଧାରା ଜାରି ରହେ ତେବେ ଖୁବ୍‌ ଶୀଘ୍ର ଆମେ ପଜେଟିଭ୍‌ରେ ଶତକ ହାସଲ କରିନେବା ।
ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁସାରେ ମୋଟ୍‌ ୯୦ ପଜେଟିଭ୍‌ଙ୍କ ଭିତରୁ ୩୩ ଜଣ ସୁସ୍ଥ ହୋଇ ସାରିଛନ୍ତି ଏବଂ ୫୬ ଜଣ ଚିକିତ୍ସାଧୀନ ଅଛନ୍ତି । ଜଣକର ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୩ ଜଣ ଚିକିତ୍ସାରେ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲା ପରେ ଏବେ ପ୍ରତିଯୋଗିତା ଲାଗିଛି ଦୁଇ ପଡ଼ୋଶୀ ଜିଲ୍ଲା ଯାଜପୁର ଏବଂ ଭଦ୍ରକ ମଧ୍ୟରେ । ଉଭୟ ଏବେ ୧୨ ପଜେଟିଭ୍‌ରେ ଅଛନ୍ତି । ଏମାନଙ୍କ ପଛକୁ ଥିବା ବାଲେଶ୍ୱରରେ ଅଛନ୍ତି ୧୦ ଜଣ ଆକ୍ରାନ୍ତ ।

BHADRAK

ଏହି ତିନି ଜିଲ୍ଲାରେ ଗତକାଲି ରାତି ୧୦ଟାରୁ ରବିବାର ଦିନ ୧୦ଟା ଯାଏ ୬୦ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ପଶ୍ଚିମବଙ୍ଗ ଲିଙ୍କରେ ଏଠାକାର ଲୋକେ ନିଜ ସମ୍ପର୍କୀୟମାନଙ୍କୁ ବି ଆକ୍ରାନ୍ତ କରିଛନ୍ତି । ତେଣୁ ଆଗକୁ ଏହି ତିନି ଜିଲ୍ଲାରେ ଅଧିକ ପଜେଟିଭ୍‌ ସଂଖ୍ୟା ବାହାରିବ ବୋଲି ଆଶଙ୍କା କରାଯାଉଛି ।
ବାଲେଶ୍ୱର ପଛକୁ ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କଳାହାଣ୍ଡି, ଢେଙ୍କାନାଳ, କଟକ ଓ ପୁରୀ ରହିଛନ୍ତି । ସୁନ୍ଦରଗଡ଼ରେ ୩ ଜଣରୁ ଦୁଇ ଜଣ ସୁସ୍ଥ ହୋଇ ସାରିଛନ୍ତି । କେନ୍ଦ୍ରାପଡ଼ାରେ ୨ ଜଣରରେ ଜଣେ ସୁସ୍ଥତା ଲାଭ କରିଛନ୍ତି । ବାକି ତିନିଟି ଜିଲ୍ଲାର ଜଣେ ଲେଖାଏଁ ଆକ୍ରାନ୍ତ କରୋନାରୁ ମୁକ୍ତି ପାଇ ସାରିଛନ୍ତି ।

JAJPUR-2ବାଲେଶ୍ୱର, ଭଦ୍ରକ ଓ ଯାଜପୁର ବ୍ୟତୀତ ଅନ୍ୟ କୌଣସି ଜିଲ୍ଲାରେ ଟେଷ୍ଟିଂ ଚାଲିଥିଲେ ମଧ୍ୟ ଆଉ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ଯାହା ଏକ ଖୁସିର କଥା । ତେବେ ଯଦି ଆମେ ନିୟମ ମାନି ରହିବା ଓ କୋଲକାତା ଫେରନ୍ତାଙ୍କ ଭଳି ଅମାନିଆ ଓ ପେରଓ୍ଵା ନହେବା ତେବେ ଭାଇରସ୍‌ ଆମର କିଛି କରି ପାରିବ ନାହିଁ ଏବଂ ଆଗାମୀ ସମୟରେ ଆମେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ରୁ ମୁକ୍ତି ପାଇଯିବା ।

JAJPUR

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.